ଭାଙ୍ଗିପଡିଲେ କିଙ୍ଗ୍‌ ଖାନ୍‌: ସର୍ବସାଧାରଣରେ ମାଗିଲେ କ୍ଷମା

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ କେକେଆର୍‌ ଜିତିବା ନିଶ୍ଚିନ୍ତ ଲାଗୁଥିଲେ ମଧ୍ୟ ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ରାହୁଲ ଚହର ପୁରା ମ୍ୟାଚକୁ ଓଲଟାଇ ଦେଇଥିଲେ। ମୁମ୍ବାଇର ୧୫୩ ରନ୍‌ର ଟାର୍ଗେଟକୁ ପିଛା କରି କେକେଆର୍‌ ଗୋଟିଏ ସମୟରେ ବିନା ଉଇକେଟ ହରାଇ ୭୨ ରନ ସ୍କୋର କରିଥିଲା। କିନ୍ତୁ ଶୁଭମନ ଗିଲ ୭୨ ରନ୍‌ରେ ଆଉଟ୍‌ ହେବା ପରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ୍‌ ହରାଇଥିଲା। ଧାର୍ଯ୍ୟ ଓଭରରେ ୭ ଉଇକେଟ ହରାଇ ୧୪୭ ରନ ସ୍କୋର କରିବାରେ ସଫଳ ହୋଇଥିଲା। କୋଲକାତାର ଏହି ପରାଜୟରେ ଦଳର ସହ-ମାଲିକ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ ଅତ୍ୟନ୍ତ ନିରାଶ ହୋଇଛନ୍ତି ଏବଂ ସେ ସମସ୍ତଙ୍କ ନିକଟରେ କ୍ଷମା ମାଗିଛନ୍ତି। ପରାଜୟ ପରେ ଶାହରୁଖ ଟୁଇଟ୍‌ କରି କହିଛନ୍ତି, ନିରାଶାଜନକ ପ୍ରଦର୍ଶନ, ମୁଁ କୋଲକାତା ନାଇଟ ରାଇଡର୍ସର ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିବାକୁ ଚାହେଁ। କିଙ୍ଗ ଖାନଙ୍କ ଏହି ଟୁଇଟ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ପ୍ରାୟତଃ କିଙ୍ଗ ଖାନ ଦଳର ଉତ୍ସାହ ବଢାଇବା ନଜର ଆସଥାନ୍ତି। ପରାଜୟ ସତ୍ତ୍ୱେ ସେ ପ୍ରାୟତଃ ଦଳର ଆତ୍ମବିଶ୍ୱାସ ବଢାାଇଥିବାର ଦେଖାଯାଏ।ବୋଧହୁଏ ଏହା ପ୍ରଥମ ଥର ହେବ ଯେ ସେ କେକେଆରଙ୍କ ପରାଜୟରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri