ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପାଗଳପ୍ରାୟ ଥିଲେ ରାମ ଗୋପାଳ ବର୍ମା; ଚାପୁଡା ମାରିଥିଲେ ସ୍ତ୍ରୀ…

ବମ୍ବେ: ଇଞ୍ଜିନିୟରିଂ କଲେଜରେ ପାଠପଢ଼ା। ହେଲେ ଫିଲ୍ମ ନିର୍ଦ୍ଦେଶନା ବଦଳାଇଦେଇଥିଲା ଜୀବନ। ଆମେ କଥା ହେଉଛୁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିଷୟରେ। ‘ରଙ୍ଗିଲା’, ‘ସତ୍ୟା’, ‘କମ୍ପାନୀ’ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ରାମ ଗୋପାଳଙ୍କ ଆଜି ହେଉଛି ଜନ୍ମଦିନ। ଏହି ଅବସରରେ ତାଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ଆନ୍ଧ୍ରପ୍ରଦେଶରେ ଜନ୍ମ ନେଇଥିଲେ ରାମ ଗୋପାଳ। ସେ ବିଜୟଓ୍ବାଡାର ବି.ଆର୍‌. ସିଦ୍ଧାର୍ଥ ଇଞ୍ଜିନିୟରିଂ କଲେଜରୁ ପାଠପଢ଼ା ସାରିଥିଲେ। ନିର୍ଦ୍ଦେଶନା କ୍ଷେତ୍ରକୁ ଆସିବା ପରେ ଅନେକ ଫିଲ୍ମରେ ସେ ଅଭିନେତ୍ରୀ ଭାବେ ଉର୍ମିଳା ମାତୋଣ୍ଡକରଙ୍କୁ କାଷ୍ଟ କରିଥିଲେ। ସେଥିରୁ ‘ରଙ୍ଗିଲା’ ସୁପରହିଟ୍‌ ହୋଇଥିଲା। ଏହି ସମୟରେ ରାମ ଗୋପାଳ ଉର୍ମିଳାଙ୍କ ପ୍ରେମରେ ପାଗଳପ୍ରାୟ ହୋଇଯାଇଥିଲେ। ସେ ନିଜ ଅଫିସର ଗୋଟିଏ କୋଠରୀକୁ ଅଭିନେତ୍ରୀଙ୍କ ନାମରେ ରଖିଥିଲେ।

ଏକ ଫିଲ୍ମ ପାଇଁ ରାମଗୋପାଳ ମାଧୁରୀଙ୍କୁ ନାୟିକା ଭାବେ ନେବାକୁ ମନା କରିଦେଇଥିଲେ। ହେଲେ ଉର୍ମିଳା ଏହା ଜାଣିବା ପରେ ଉକ୍ତ ଫିଲ୍ମ କରିବାକୁ ନା କରିଥିଲେ। ହେଲେ ମୋଟ ଉପରେ ଦେଖିଲେ ତେରଟି ଫିଲ୍ମରେ ଏକାଠି କାମ କରିଛନ୍ତି ଉଭୟ।
ଉର୍ମିଳାଙ୍କ ସହ ତାଙ୍କ ସମ୍ପର୍କ କାରଣରୁ ରାମଗୋପାଳ ଏବଂ ସ୍ତ୍ରୀଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏଥିରେ ରାଗିଯାଇ ନିର୍ଦ୍ଦେଶକଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ। ହେଲେ କିଛି ଫରକ ପଡ଼ି ନ ଥିଲା। ଅଭିନେତ୍ରୀଙ୍କ ଯୋଗୁ ରାମଗୋପାଳ ସ୍ତ୍ରୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଅପରପକ୍ଷେ ଉର୍ମିଳାଙ୍କ କ୍ୟାରିୟର ନିର୍ଦ୍ଦେଶକଙ୍କ ଯୋଗୁ ପ୍ରଭାବିତ ହୋଇଥିଲା। ତାଙ୍କୁ ଫିଲ୍ମରେ ନେବାକୁ ସେତେବେଳେ ଅନ୍ୟ ନିର୍ଦ୍ଦେଶକ ରାଜି ହେଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri