୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ

ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍‌ରେ ତାଙ୍କର ଇମେଜ୍‌ ଛୋଟ ଭଉଣୀର ଥିଲା। ଅର୍ଥାତ୍‌ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ ଭଉଣୀ ଚରିତ୍ରରେ ଅଭିନୟ କରୁଥିଲେ। କିନ୍ତୁ ପରେ ସେ ନିଜ ଇମେଜ ପରିବର୍ତ୍ତନ କରିଥିଲେ ଏବଂ ଫିଲ୍ମରେ ପ୍ରମୁଖ ଅଭିନେତ୍ରୀ ଭାବେ କାମ କରିଥିଲେ।
ନନ୍ଦା ତାଙ୍କ ସମୟର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ମାତ୍ର ୫ ବର୍ଷ ବୟସରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରେ ୧୯୫୯ରେ ଫିଲ୍ମ ‘ଛୋଟ ବେହେନ’ରେ ବଲରାଜ ସାହାନୀ ଏବଂ ରହମାନଙ୍କ ସାନ ଭଉଣୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ତାଙ୍କର ଚରିତ୍ର ଦର୍ଶକଙ୍କୁ ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ଶହ ଶହ ରାଖି ପଠାଇଥିଲେ। ଏହି ସମାନ ବର୍ଷ ରାଜେନ୍ଦ୍ର କୁମାରଙ୍କ ସହ ତାଙ୍କ ଫିଲ୍ମ ‘ଧୁଲ କା ଫୁଲ’ ମଧ୍ୟ ସୁପରହିଟ୍‌ ହୋଇଥିବା ବେଳେ ନନ୍ଦା ମଧ୍ୟ ରାତାରାତି ଲୋକପ୍ରିୟ ହୋଇଥିଲେ। ୧୯୬୧ରେ ଫିଲ୍ମ ‘ହମ୍‌ ଦୋନୋ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ହିଟ୍‌ ହେବା ପରେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ତାଙ୍କୁ ଅଫର ମିଳିବାରେ ଲାଗିଲା। ବୟସ ବୃଦ୍ଧି ଯୋଗୁ ସେ ଫିଲ୍ମରେ କାମ କରିବା ଧିରେ ଧିରେ କମ କରିଦେଲେ। ପରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହେବାକୁ ଲାଗିଲା। ତେଣୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ଫିଲ୍ମରେ ଏତେ ବ୍ୟସ୍ତ ରହୁଥିଲେ ଯେ, ନିଜ ବିଷୟରେ ଭାବିବାକୁ ତାଙ୍କ ପାଖରେ ସମୟ ନ ଥିଲା। ଏହାରି ମଧ୍ୟରେ ସେ ନିର୍ଦ୍ଦେଶକ ମନମୋହନ ଦେସାଈଙ୍କୁ ସେ ମନେ ମନେ ଭଲ ପାଇ ବସିଥିଲେ। ଦେସାଇ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ହେଲେ ଉଭୟ କେବେ ହେଲେ ନିଜ ପ୍ରେମକୁ ପ୍ରକାଶ କରିପାରି ନ ଥିଲେ। ଶେଷରେ ମନମୋହନ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ମାତ୍ର କିଛି ବର୍ଷ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରେ ମନମୋହନ ନନ୍ଦାଙ୍କୁ ପ୍ରେମ ନିବେଦନ କରିଥିଲେ। ନନ୍ଦା ମଧ୍ୟ ଏହାକୁ ସ୍ବିକାର କରିଥିଲେ। ଏହି ସମୟରେ ନନ୍ଦାଙ୍କ ବୟସ ୫୨ ହୋଇଥିଲା। ୧୯୯୨ରେ ୫୩ ବର୍ଷୀୟା ନନ୍ଦା ମନମୋହନଙ୍କ ସହ ନିର୍ବନ୍ଧ କରିଥିଲେ। ମାତ୍ର ଭାଗ୍ୟ ଆଉ କିଛି ଚାହୁଁଥିଲା। ମନମୋହନ ନିଜ ରୋଗରେ ଭାଙ୍ଗିପଡ଼ି ଶେଷରେ ଆତ୍ମହତ୍ୟା କରିଥିଲେ। ଏହା ପରେ ନନ୍ଦା ଆଉ କାହାକୁ ବିବାହ କଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri