Posted inଖେଳ

ବ୍ଲାଟରଙ୍କୁ ଦ୍ୱିତୀୟଥର ବାସନ୍ଦ କଲା ଫିଫା

ଜୁରିକ,୨୫।୩(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଦ୍ୱିତୀୟଥର ପାଇଁ ପୂର୍ବତନ ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କୁ ବାସନ୍ଦ କରିଛି। ୮୫ ବର୍ଷୀୟ ବ୍ଲାଟରଙ୍କ ପ୍ରଥମ ବାସନ୍ଦର ଅବଧି ଶେଷ ହେବାର ୭ ମାସ ପୂର୍ବରୁ ବୁଧବାର ଫିଫା ପୁଣି ଥରେ ତାଙ୍କୁ ବାସନ୍ଦ କରିଛି। ଆର୍ଥିକ ଅନିୟମିତତା ପାଇଁ ଫିଫା ଏହି ନିଷ୍ପତ୍ତି ନେଇଛି।
ବ୍ଲାଟରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଖରାପ ରହିଛି। ଗତ ଡିସେମ୍ବରରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା ଓ ଏହାର ଗୋଟିଏ ସପ୍ତାହ ପରେ ସେ କୋମାକୁ ଚାଲିଯାଇଥିଲେ। ଆର୍ଥିକ ଅନିୟମିତତା କରିଥିବାରୁ ବ୍ଲାଟର ଓ ଫିଫାର ପୂର୍ବତନ ସାଧାରଣ ସମ୍ପାଦକ ଜେରୋମ ଭାଲ୍‌କେଙ୍କୁ ଯଥାକ୍ରମେ ୬ ଓ ୮ ମାସ ବାସନ୍ଦ କରାଯାଇଛି। ଏହି ଦୁଇ ଫୁଟ୍‌ବଲ ପ୍ରଶାସକ ସବୁ ନିୟମର ଉଲ୍ଲଂଘନ କରି ନିଜକୁ ଲକ୍ଷ ଲକ୍ଷ ଡଲାରର ଚୁକ୍ତିଭିତ୍ତିକ ବୋନସ ପ୍ରଦାନ କରିଥିଲେ। ଏହି ଦୁଇଜଣଙ୍କ ବିରୋଧରେ ସୁଇଜରଲାଣ୍ଡରେ ଆପରାଧିକ ମାମଲା ଜାରି ରହିଛି। ପ୍ରଥମ ବାସନ୍ଦ ଶେଷ ହେବା ମାତ୍ରେ ଦ୍ୱିତୀୟ ବାସନ୍ଦ ଅବଧି ଲାଗୁ ହେବ ବୋଲି ଫିଫା ତରଫରୁ କୁହାଯାଇଛି।
ପୂର୍ବରୁ ବ୍ଲାଟରଙ୍କୁ ୬ ବର୍ଷ ଓ ଭାଲ୍‌କେଙ୍କୁ ୧୦ ବର୍ଷ ବାସନ୍ଦ କରାଯାଇଥିଲା। ବ୍ଲାଟରଙ୍କ ପ୍ରଥମ ବାସନ୍ଦ ଆସନ୍ତା ଅକ୍ଟୋବରରେ ଶେଷ ହେଉଛି। ସେହିପରି ଭାଲ୍‌କେଙ୍କ ପ୍ରଥମ ବାସନ୍ଦ ୨୦୨୫ ଅକ୍ଟୋବରରେ ଶେଷ ହେଉଛି। ଦ୍ୱିତୀୟ ମାମଲାରେ ଉଭୟଙ୍କୁ ୧ ମିଲିୟନ ସୁଇସ୍‌ ଫ୍ରାଙ୍କ୍‌ ଜରିମାନ ୩୦ ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ସମାନ କାରଣରୁ ପୂର୍ବତନ ଫାଇନାନ୍ସ ଡାଇରେକ୍ଟର ମାର୍କୁସ କାଟ୍‌ନରଙ୍କୁ ୧୦ ବର୍ଷ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri