Posted inରାଜ୍ୟ

ଅଙ୍ଗନଓ୍ବାଡିି କର୍ମୀ, ସହାୟିକାଙ୍କ ନିୟୋଜନ ପାଇଁ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫-‘ଟି’ ପଦକ୍ଷେପ ସ୍ବରୂପ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ନିୟୋଜନ ପାଇଁ ବିକାଶ କରାଯାଇଥିବା ଏକ ପୋର୍ଟାଲକୁ ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲର ବ୍ୟବହାର ଦ୍ୱାରା ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କ ନିୟୋଜନ ପ୍ରକ୍ରିୟା ଏବଂ ଏହା ସମ୍ବନ୍ଧୀୟ ପ୍ରଶାସନିକ କାର୍ଯ୍ୟର ସଞ୍ଚାଳନ ସହଜରେ ହୋଇପାରିବ। କାର୍ଯ୍ୟଦକ୍ଷତା ବୃଦ୍ଧି, ନିୟୋଜନ ବିଜ୍ଞାପନ ପ୍ରକାଶ କରିବା, ଅନ୍‌ଲାଇନ୍‌ ନିୟୋଜନ ପ୍ରକ୍ରିୟାର ସ୍ବୟଂଚାଳନ ଏବଂ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏହି ପୋର୍ଟାଲ ପରିକଳ୍ପନାର ଉଦ୍ଦେଶ୍ୟ। ଅତ୍ୟାବଶ୍ୟକ ସୂଚନାର ନିୟମିତ ଆଦାନ ପ୍ରଦାନ ପାଇଁ ପୋର୍ଟାଲ ସହିତ ଜଡ଼ିତ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏଥିରେ ଏକ ଉନ୍ନତ ସହଯୋଗକାରୀ ବ୍ୟବସ୍ଥା ରହିଛି। ନିୟୋଜନ ପ୍ରକ୍ରିୟାରେ ତ୍ରୁଟି ହ୍ରାସ ଏବଂ ଦକ୍ଷ ଓ ଉତ୍ତମ ପରିଚାଳନା କରିବା ଏହି ପୋର୍ଟାଲ ମାଧ୍ୟମରେ ସହଜସାଧ୍ୟ ହେବ। ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ପରିଚାଳନା, ଶୂନ୍ୟ ସ୍ଥାନ ଯାଞ୍ଚ, ଅନ୍‌ଲାଇନ୍‌ ଦରଖାସ୍ତ ଏବଂ ତାହାର ସ୍ଥିତି ଜାଣିବା, ଆମୁଳଚୂଳ ଚୟନ ପ୍ରକ୍ରିୟା ପରି ଅନେକ ସୁବିଧା ଏହି ପୋର୍ଟାଲର ମୁଖ୍ୟ ଅଂଶବିଶେଷ। ଏଥିରେ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଦାୟିତ୍ୱବୋଧତା ମଧ୍ୟ ସୁନିଶ୍ଚିତ ହୋଇଛି। ପୋର୍ଟାଲରେ ଥିବା ତଥ୍ୟ ବିଶ୍ଳେଷଣର ପଦ୍ଧତି, ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ସଫଳତାର ଚିହ୍ନଟ ପାଇଁ ଏକ ନିର୍ଣ୍ଣାୟକ ମାନଦଣ୍ଡ ରୂପେ କାର୍ଯ୍ୟ କରିବ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଇ- ପ୍ରଶାସନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସହଜସାଧ୍ୟ କରିବ ବୋଲି ଆଶା କରାଯାଉଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri