Posted inଜାତୀୟ

ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି

କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ ସର୍ବନିମ୍ନ ରୋଜଗାର ପ୍ରତିଶ୍ରୁତି ସାଙ୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ସ୍ବତନ୍ତ୍ର କେଡିଟ୍‌ କାର୍ଡ ଲଞ୍ଚ୍‌ ହେବ। ଛାତ୍ରୀଛାତ୍ରଙ୍କୁ ବାର୍ଷିକ ମାତ୍ର ୪ ପ୍ରତିଶତ ସୁଧହାରରେ ଅର୍ଥ ଯୋଗାଇଦିଆଯିବ ବୋଲି କୁହାଯାଇଛି। ସେହିପରି ଚାଷୀଙ୍କୁ ୧୦ ହଜାର ଟଙ୍କା ଆର୍ଥତ୍କ ସହାୟତାର ପ୍ରତିଶ୍ରୁତି ଦିଆଯାଇଛି। ଟିଏମ୍‌ସି କ୍ଷମତାକୁ ଆସିଲେ ଅନ୍ୟାନ୍ୟ ପଛୁଆ ବର୍ଗରେ ଅନ୍ୟ ସମ୍ପ୍ରଦାୟଙ୍କୁ ସାମିଲ କରିବା ଲାଗି ଟାସ୍କଫୋର୍ସ ଗଠନ ହେବ। ଗତ ସପ୍ତାହରେ ଟିଏମ୍‌ସିର ଇସ୍ତାହାର ପ୍ରକାଶ ପାଇବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଇସ୍ତାହାର ଅନୁଯାୟୀ ଟିଏମ୍‌ସି ସରକାର ଗଢ଼ିଲେ ପଶ୍ଚିମବଙ୍ଗର ପ୍ରତ୍ୟେକ ପରିବାରକୁ ସର୍ବନିମ୍ନ ମୌଳିକ ଆୟ ପରିସରକୁ ଅଣାଯିବ। ଏହି ଯୋଜନାରେ ୧.୬ କୋଟି ସାଧାରଣ ବର୍ଗ ପରିବାର ମାସିକ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ୧୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏହି ଟଙ୍କା ପରିବାରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ବୋଲି ମମତା କହିଥିଲେ। ଏହା ବ୍ୟତୀତ ଆଗାମୀ ୫ ବର୍ଷରେ ପଶ୍ଚିମବଙ୍ଗରେ ୧୦ ଲକ୍ଷ ନୂଆ ଏମ୍‌ଏସ୍‌ଏମ୍‌ଇ ଏବଂ ୨,୦୦୦ ବୃହତ ଶିଳ୍ପ ସ୍ଥାପନ ହେବ। ଏହାଦ୍ୱାରା ପ୍ରତିବର୍ଷ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହା ବ୍ୟତୀତ ମାଗଣା ରାଶନ ଲୋକଙ୍କ ଦୁଆରେ ପହଞ୍ଚାଯିବ ବୋଲି ମମତା କହିଥିଲେ। ଏହା ରାଜନୈତିକ ଇସ୍ତାହାର ନୁହେଁ ବିକାଶ କୈନ୍ଦ୍ରିକ ଇସ୍ତାହାର। ଏହା ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ଇସ୍ତାହାର ବୋଲି ଟିଏମ୍‌ସି ସୁପ୍ରିମୋ କହିଥିଲେ।

୩୩୧ କୋଟି ଜବତ କଲେଣି ଇସି

ନିର୍ବାଚନ ହେବାକୁ ଯାଉଥିବା ୪ ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରୁ ନିର୍ବାଚନ କମିଶନ (ଇସି) ବୁଧବାର ସୁଦ୍ଧା ୩୩୧.୪୭ କୋଟି ଟଙ୍କା ଜବତ କଲେଣି। ଏହା ୨୦୧୬ ନିର୍ବାଚନ ବେଳେ ମୋଟ ଜବତ ଟଙ୍କାଠାରୁ ଅଧିକ। ସେତେବେଳେ ଇସି ମୋଟ ୨୨୫.୭୭ କୋଟି ଟଙ୍କା ଜବତ କରିଥିଲେ।
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଯୁକ୍ତି ବ୍ୟୟ ପର୍ଯ୍ୟବେକ୍ଷକମାନେ ଉପରୋକ୍ତ ଅର୍ଥ ଜବତ କରିଛନ୍ତି। ତାମିଲନାଡୁରୁ ସର୍ବାଧିକ ୧୨୭ କୋଟି ଟଙ୍କା ଜବତ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ୧୧୨.୫୯ କୋଟି, ଆସାମରୁ ୬୩ କୋଟି, କେରଳରୁ ୨୧.୭୭ କୋଟି ଏବଂ ପୁଡ଼ୁଚେରୀରୁ ୫.୭୨ କୋଟି ଟଙ୍କା ଜବତ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ଅର୍ଥବଳର ବ୍ୟବହାରକୁ ରୋକିବା ଲାଗି ନିର୍ବାଚନ କମିଶନ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ସ୍ବତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକଙ୍କ ସମେତ ୨୯୫ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ନାମାଙ୍କନ କରିବେ ହଜାରେ ଚାଷୀ

ତାମିଲନାଡୁର ପରମବିକୁଲାମ-ଆଲିୟାର ପ୍ରୋଜେକ୍ଟରୁ ଜଳ ଛାଡ଼ିବା ପାଇଁ ଚାଷୀମାନଙ୍କୁ ଦୀର୍ଘଦିନର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବାରୁ ଏହା ବିରୋଧରେ ୧୦୦୦ ଅସନ୍ତୁଷ୍ଟ ଚାଷୀ ଆଗାମୀ ନିର୍ବାଚନ ଲଢ଼ିବା ଲାଗି କାଙ୍ଗେୟାମ୍‌ ଆସନରୁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ବୁଧବାର କହିଛନ୍ତି। ଗତବର୍ଷ ଚାଷୀମାନେ ଜମିକୁ ଜଳ ଛାଡ଼ିବା ଦାବିରେ ୫ ଦିନ ଅନଶନରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ବାମୀଙ୍କ ସହ ବୈଠକ ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏହା ସତ୍ତ୍ୱେ ଚାଷୀମାନଙ୍କ ଦାବି ପୂରଣ ହେଲାନି। ଅନ୍ୟ କୌଣସି ଉପାୟ ନ ପାଇ ଭେଲାକୋଏଲ୍‌ ଶାଖା କେନାଲ ଜଳ ସୁରକ୍ଷା କମିଟି ୧୦୦୦ ଚାଷୀଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇବାକୁ ନିଷ୍ପତ୍ତି ନେଇଛି। ବୁଧବାର ୧୦ ଚାଷୀ ନାମାଙ୍କନପତ୍ର ଭରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri