ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ମହାଶିବରାତ୍ରିରେ ମହାଦେବଙ୍କ କୃପା ଅନେକ ରାଶି ଉପରେ ପଡ଼ିବ। ଆସନ୍ତୁ ସେ ବିଷୟରେ ଜାଣିବା:

ମେଷ: ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମହାଶିବରାତ୍ରି ଭଲ ଫଳ ଆଣୁଛି। ବୈବାହିକ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ଛାତ୍ରମାନଙ୍କୁ ଶିକ୍ଷାରେ ଭଲ ଫଳ ମିଳିବ। ସ୍ବାସ୍ଥ୍ୟ ଠିକ୍‌ ରହିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: କର୍ମକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଚାକିରି ଖୋଜୁଥିବା ବ୍ୟକ୍ତି ସଫଳ ହେବେ। ଆର୍ଥିକ ସମସ୍ୟା ଦୂର ହେବ। ଆୟର ନୂଆ ବାଟ ଫିଟିବ।

ମିଥୁନ: ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଣୁ ଏହି ଦିନ ମହାଦେବଙ୍କୁ ପୂଜିବା ଦ୍ୱାରା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ପ୍ରଶଂସା ମିଳିବ। ପରିବାର ସହ କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କର୍ମର ନୂତନ ଅବସର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଥିଲେ ଦୂର ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ। ହେଲେ ଅଯଥା ବିବାଦରୁ ଦୂରରେ ରୁହନ୍ତୁ।

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ କଷ୍ଟ କରିବାକୁ ପଡ଼ିପାରେ। କାରଣ କାହା ସହ ବି ବିବାଦ ଉପୁଜିପାରେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହି ଦିନ ଶିବ ଆରାଧନା ଭଲ ଭାବେ କରନ୍ତୁ। ଧନ ଲାଭ ଏବଂ ସନ୍ତାନ ସୁଖ ମିଳିବାର ସମ୍ଭାବନା ରହିଛି।

କନ୍ୟା: ଦୀର୍ଘଦିନ ଧରି ଚାଲିଥିବା ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସୁଦୃଢ଼ ହେବ। ଛାତ୍ରମାନଙ୍କୁ ଭଲ ପରିଣାମ ମିଳିବ। ହେଲେ ସେମାନେ ଖାଦ୍ୟପେୟକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶିବଙ୍କ ବିଶେଷ କୃପା ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ପୂର୍ବରୁ ଭଲ ହେବ। ହଠାତ୍‌ ଧନଲାଭର ଯୋଗ ରହିବ। ସ୍ବାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।

ବିଛା: ବିଛା ରାଶିର ଜାତକଧାରୀଙ୍କୁ କର୍ମକ୍ଷେତ୍ରରୁ ଶୁଭ ସମାଚାର ମିଳିପାରେ। ସହକର୍ମୀଙ୍କ ସହ ସମ୍ପର୍କ ମଜଭୂତ ହେବ। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଅସୁବିଧା ଉପୁଜିପାରେ। ଏହା ଦୂର କରିବା ପାଇଁ ଶିବ-ପାର୍ବତୀଙ୍କୁ ପୂଜା କରନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ନଚେତ ଲୋକଙ୍କ ସହ ମତାନ୍ତର ସ୍ଥିତି ଉପୁଜିପାରେ। ବାପା ମାନସିକ ଏବଂ ଆର୍ଥିକ ସହାୟତା କରିପାରନ୍ତି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ମକର: ମାଂଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ବାତାବରଣ ସୁଧୁରିବ। ଘରର ଅନ୍ୟ ସଦସ୍ୟଙ୍କ ସହଯୋଗ ମିଳିବ। ବ୍ୟବସାୟୀମାନେ ନୂଆ ବ୍ୟାପାର ଆରମ୍ଭକରି ପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଆଧ୍ୟାତ୍ମିକ ହୋଇପାରନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି କାମ ସମ୍ପର୍କରେ ଯାତ୍ରା କରିପାରନ୍ତି। ଏଥିରେ ଆପଣଙ୍କୁ ଲାଭ ମିଳିବ। ସ୍ବାସ୍ଥ୍ୟସହ ଜଡ଼ିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଉଭୟ ବୁଲିବାକୁ ଯିବାର ଯୋଜନା କରିପାରନ୍ତି। ମା’ଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ହଠାତ ଧନଲାଭର ଯୋଗ ଉତ୍ପନ୍ନ ହୋଇପାରେ।

ମୀନ: ଶିବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ସମସ୍ତ କଷ୍ଟ ଦୂର ହେବ। ଚାକିରି ଖୋଜୁଥିଲେ ଶୁଭଫଳ ମିଳିବ। ଧନଲାଭ ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଧାର୍ମିକ ସ୍ଥଳ ପରିଦର୍ଶନର ଯୋଜନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri