Posted inଫୁରସତ

ଗୋଟିଏ ହାତରେ ୬ ଜଣଙ୍କୁ ଟେକନ୍ତି, ଏତେ ଶକ୍ତିଶାଳୀ ଯେ ଘୋଡାକୁ କାନ୍ଧରେ ଉଠାଇ ବୁଲିଥାନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆପଣ ଲୋକଙ୍କୁ ଘୋଡ଼ା ପିଠିରେ ବସିଥିବା ଦେଖିଥିବେ ନିଶ୍ଚୟ। ହେଲେ ଯଦି କୁହାଯାଏ ଘୋଡାକୁ ନିଜ କାନ୍ଧରେ ଉଠାଇ ଚାଲିବା, ଏଭଳି ଘଟଣା ବିରଳ। ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ କାରନାମା ଭାଇରାଲ ହେଉଛି। ବ୍ୟକ୍ତିଜଣଙ୍କ ନିଜ କାନ୍ଧରେ ଏକ ଘୋଡାକୁ ଉଠାଇ ଚାଲିଥାନ୍ତି। ଏହାଛଡ଼ା ସେ ଗୋଟିଏ ହାତରେ ଅନେକ ଏଭଳି କାମ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ସେ ହେଲେ ଦ୍ରିମିତ୍ରୀ ଖଲାଦଜୀ। ସେ ୟୁକ୍ରେନ୍‌ର ବାସିନ୍ଦା। ବିଶ୍ୱର ସବୁଠାରୁ ଶକ୍ତିଶାଳି ଲୋକଙ୍କ ତାଲିକାରେ ତାଙ୍କର ଗଣନା କରାଯାଏ।

ଦ୍ରିମିତ୍ରୀ ଏକାସହ ୬ ଲୋକଙ୍କୁ ଟେକି ପାରନ୍ତି। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ଥିବା ବେଳେ ଇନ୍‌ଷ୍ଟ୍ରାଗ୍ରାମରେ ଏଭଳି ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଏଭଳି କାମ ଯୋଗୁ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ସେ ବି ଗୋଟିଏ କିମ୍ବା ଦୁଇ ଥର ନୁହେଁ, ୬୦ ଥର ସେ ଏଭଳି କରିଛନ୍ତି।

ପୂର୍ବରୁ ସର୍କସରେ କାମ କରୁଥିଲେ ଦିମିତ୍ରୀ। ସେ ପ୍ରଥମେ ଲୁହା ରଡ୍‌କୁ ହାତରେ ମୋଡି ଦେଇଥାନ୍ତି। ଏହାଛଡ଼ା ଗୋଟିଏ ହାତରେ ୧୫୨ କିଲୋ ଓଜନ ଉଠାଇ ପାରିଥାନ୍ତି। ତାଙ୍କ ଉପରେ ଯାତ୍ରୀ ବସିଥିବା ଏସ୍‌ୟୁଭି ଚଢ଼ିଗଲେ ମଧ୍ୟ କୌଣସି ଫରକ ପଡ଼ି ନ ଥାଏ। ସେ କେବଳ ଘୋଡା ନୁହେଁ, ଓଟ ଏବଂ ଅନ୍ୟ ଓଜନ ପ୍ରାଣୀଙ୍କୁ କାନ୍ଧରେ ଉଠାଇ କିଛି ଦୂର ଚାଲିପାରିଥାନ୍ତି, ଯାହା ତାଙ୍କ ପୋଷ୍ଟରୁ ଯେ କେହି ସ୍ପଷ୍ଟ ଭାବେ ଠଉରାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri