Posted inଖେଳ

ଚତୁର୍ଥ ଟି୨୦: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଓ୍ବେଲିଂଟନ,୬।୩(ଏପି): ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୫୦ ରନରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୨-୨ ସମାନ ସ୍ତରରେ ପହଞ୍ଚିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୧୦୬ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ୫୫ ବଲରୁ ୫ ଚୌକା ଓ ୪ ଛକା ସହ ୭୯ ରନର ଅପରାଜିତ ଇନିଂସ ଖେଳିଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୬୪ ରନରେ ପରାସ୍ତ କରିଥିଲା।
ଫିଞ୍ଚ୍‌ଙ୍କୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ତରଫରୁ ଅନ୍ୟମାନେ ଅବଶ୍ୟ ବଡ଼ ସ୍କୋର ହାସଲ କରି ନ ଥିଲେ। ଏହି କ୍ରମରେ ଓପନର ମାଥ୍ୟୁ ଓ୍ବେଡ୍‌ ୧୪, ଜୋଶ ଫିଲିପ୍‌ ୧୩, ଗ୍ଲେନ ମ୍ୟାକ୍ସଓ୍ବେଲ ୧୮, ମାର୍କସ ଷ୍ଟୋଇନିସ ୧୯ ରନ ସଂଗ୍ରହ କରିଥିଲେ। ଆଷ୍ଟନ ଅଗର ଖାତା ଖୋଲିପାରି ନ ଥିବା ବେଳେ ମିଚେଲ ମାର୍ଶ ୬ ରନକରି ଆଉଟ ହୋଇଥିଲେ। ଝେ ରିଚାର୍ଡସନ ୪ ରନକରି ଅପରାଜିତ ହୋଇଥିଲେ। ବୋଲିଂରେ ସ୍ପିନର ଇଶ୍‌ ସୋଧି ସର୍ବାଧିକ ୩, ଟ୍ରେଣ୍ଟ ବୋଲ୍ଟ ୨ ଓ ମିଚେଲ ସାଣ୍ଟନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
୧୫୭ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓପନର ତଥା ଉଇକେଟକିପର ଟିମ ସେଇଫର୍ଟ ୧୯, ଡେଭନ କନ୍‌ଓ୍ବେ ୧୭ ଓ କାଏଲ ଜେମିସନ ସର୍ବାଧିକ ୩୦ (୧୮ ବଲ, ୫ ଚୌକା) ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ବୋଲିଂରେ ଦ୍ରୁତ ବୋଲର କେନ୍‌ ରିଚାର୍ଡସନ ୩ ଉଇକେଟ ଅକ୍ତିଆର କରିଥିଲେ। ୩ ସ୍ପିନର ଆଷ୍ଟନ ଅଗର, ଆଡାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୬/୬
(ଆରୋନ ଫିଞ୍ଚ୍‌- ୭୯*, ଷ୍ଟୋଇନିସ- ୧୯, ମ୍ୟାକ୍ସଓ୍ବେଲ- ୧୮, ଓ୍ବେଡ- ୧୪, ସୋଧି- ୩/୩୨, ବୋଲ୍ଟ- ୨/୨୭)।
ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୧୦୬ ଅଲଆଉଟ
(ରିଚାର୍ଡସନ- ୩/୧୯, ଅଗର- ୨/୧୧, ଜାମ୍ପା- ୨/୨୪, ମ୍ୟାକ୍ସଓ୍ବେଲ- ୨/୧୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri