ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ସେବା ଠିକ୍‌ ଭାବେ ମିଳିପାରୁନାହିଁ। ଏଭଳି ଅଭିଯୋଗ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାରଙ୍କଠାରେ ଦାବି ହୋଇଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏଭଳି ଅଣଦେଖା ମନୋଭାବ ଯୋଗୁ ଚର୍ଦ୍ଦାପାଲି ପଞ୍ଚାୟତର ଅଧିବାସୀ ଅରକ୍ଷିତ ପ୍ରଧାନ, ଶଙ୍କର ସାହୁ, ଦଶରଥ ନାଏକ, ରକ୍ଷପାଳ ସାହୁ, ଶେଷଦେବ ନାୟକ, ଜନତା ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଶନିବାର ସନ୍ଧ୍ୟାରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ସରେଇପାଲି ବିଧାୟକ କିସ୍‌ମତ ଲାଲ ନନ୍ଦଙ୍କୁ ଭେଟି ଛତିଶଗଡ଼ରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏ ନେଇ ସେମାନେ ବିଧାୟକ ନନ୍ଦଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଯୋଗ୍ୟ, ଲଖମରା ଓ ଚର୍ଦ୍ଦାପାଲି ମଝିରେ ପ୍ରବାହିତ ଅଙ୍ଗ ନଦୀ ଉପରେ ପୋଲ ନିର୍ମାଣ, ଚର୍ଦ୍ଦାପାଲି, ଲୁହୁରାକୋଟ, ଛତିଶଗଡ଼ ସୀମା ଏବଂ ଦେବଦର୍ହା ରାସ୍ତା ନିର୍ମାଣ ଆଦି ଦାବି ନେଇ ଅଞ୍ଚଳବାସୀ ଅନେକ ଥର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବି ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ପୂର୍ବରୁ ବିଧାନ ସଭାରେ ମଧ୍ୟ ଅଙ୍ଗନଦୀ ପୋଲ ସମସ୍ୟା ଉପସ୍ଥାପିତ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେହି ସମସ୍ୟାର ପ୍ରତିକାର କରାଯାଇନାହିଁ। ଅପରପକ୍ଷେ ସୀମା ବିବାଦ ନେଇ ରାଜ୍ୟ ରାଜନୀତିରେ ତାତି ବଢ଼ିଚାଲିଛି। ଏଭଳି ସମୟରେ ଚର୍ଦ୍ଦାପାଲି ପଞ୍ଚାୟତବାସୀ ଛତିଶଗଡ଼ରେ ମିଶିବା ପାଇଁ ସେଠାକାର ବିଧାୟକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ପରେ ଜିଲାରେ ରାଜନୀତି ଉଷ୍ମ ହୋଇଛି। ଏ ସମ୍ପର୍କରେ ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରଓ୍ବାନଙ୍କୁ ପଚାରିବାରୁ ସେ କହିଲେ, ଚର୍ଦ୍ଦାପାଲି ଛତିଶଗଡ଼ ସୀମାନ୍ତରେ ରହିଛି। ସେହି ଅଞ୍ଚଳର ସବୁ ପ୍ରକାର ବିକାଶ ପାଇଁ ପ୍ରଶାସନ ଯୋଜନା କରୁଛି। ଚର୍ଦ୍ଦାପାଲିବାସୀ ଛତିଶଗଡ଼ରେ ମିଶିବା ପାଇଁ ସେଠାକାର ବିଧାୟକଙ୍କୁ ଭେଟିଥିବା କଥା ପ୍ରଶାସନକୁ ଜଣାଇନାହାନ୍ତି। ଏହା ସତ୍ୟ ନା ମିଥ୍ୟା ତଦନ୍ତ କରାଯିବ ବୋଲି ଦରଓ୍ବାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜାତା କାର୍ତ୍ତିକ ପାଣ୍ଡିଆନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫: ସୁଜାତା କାର୍ତ୍ତିକ ପାଣ୍ଡିଆନଙ୍କୁ ମିଳିଲା ବଡ଼ ଦାୟିତ୍ୱ।

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ବବିଙ୍କ କାଉଣ୍ଟର ଆଟାକ୍‌, କହିଦେଲେ ଏମିତି…

ଭୁବନେଶ୍ୱର,୩।୫: ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର ଆଟାକ୍‌ କରିଛନ୍ତି ବବି ଦାସ। ସେ କହିଛନ୍ତି, ଯେତେବେଳେ...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri