ପୁଡୁଚେରୀ କାହାଣୀ

ଜାନୁୟାରୀ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ରାଜନୈତିକ ନାଟକ ଏବେ ବି ଚାଲିଛି। ଇତିମଧ୍ୟରେ ଡିଏମ୍‌କେ ସମର୍ଥିତ କଂଗ୍ରେସ ସରକାରର ପତନ ଘଟିଛି। ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସରକାରକୁ ସଂଖ୍ୟାଲଘୁରେ ପରିଣତ କରିବାରେ ୭ ଜଣ ବିଧାୟକ(କଂଗ୍ରେସରୁ ଇସ୍ତଫା ଦେଇଥିବା ୫ ଜଣ ଓ ଅଯୋଗ୍ୟ ଘୋଷିତ ସଦସ୍ୟଙ୍କୁ ନେଇ ମୋଟ ୬ ଜଣ ଏବଂ ଡିଏମ୍‌କେର ଜଣେ)ଙ୍କ ଇସ୍ତଫା ରାସ୍ତା ସଫା କରିଦେଲା। ୩୦ ଆସନ ବିଶିଷ୍ଟ ବିଧାନସଭାରେ ଏହି କ୍ଷୁଦ୍ର ସଂଖ୍ୟାର ପରିବର୍ତ୍ତନ ନିର୍ଣ୍ଣାୟକ ରୂପ ଧାରଣ କଲା। ଏଥିସହିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭାରେ ରାଷ୍ଟ୍ରପତିଙ୍କ ଦ୍ୱାରା ୩ ଜଣ ମନୋନୀତ ସଦସ୍ୟ ରହନ୍ତି। ଅର୍ଥାତ୍‌ କେନ୍ଦ୍ରରେ ଯେଉଁ ଦଳ ଶାସନ କଲା ତା’ରି ଚେଲାଚାମୁଣ୍ଡା ମନୋନୀତ ଆସନ ଅକ୍ତିଆର କରନ୍ତି। ଏଠାରେ ଉଲେଖଯୋଗ୍ୟ ଯେ, ଭାରତୀୟ ସମ୍ବିଧାନରେ କୌଣସି ବିଧାନସଭା କିମ୍ବା ସଂସଦରେ ମନୋନୀତ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାର ବ୍ୟବସ୍ଥା କରାଯାଇନାହିଁ। ସେଥିରୁ କୁହାଯାଇପାରେ ଯେ, ସରକାରଙ୍କ ଦ୍ୱାରା ଲୋଡ଼ାଯାଉଥିବା ଆସ୍ଥାଭୋଟରେ ମଧ୍ୟ ମନୋନୀତ ସଦସ୍ୟ ଭୋଟ ଦେବାରୁ ବଞ୍ଚିତ ହେବା କଥା। କିନ୍ତୁ ପୁଡ଼ୁଚେରୀ ବିଧାନସଭାର ବାଚସ୍ପତି ଭି.ପି. ଶିବକୋଲୁନ୍ଦୁଙ୍କ ନିଷ୍ପତ୍ତି ଅନୁଯାୟୀ ୩ ଜଣ ମନୋନୀତ ସଦସ୍ୟ ଭୋଟ ଦେବାର ଅନୁମତି ପାଇଲେ। ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ନେଇଥିବା ବାଚସ୍ପତି ନିଜେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହୋଇଛନ୍ତି। ସେଥିପାଇଁ ଅନୁମାନ କରାଯାଇପାରିବ ଯେ,ବାଚସ୍ପତି ମଧ୍ୟ ପଟ ପରିବର୍ତ୍ତନ କରିଦେଇପାରିଥାଆନ୍ତି। ଅର୍ଥାତ୍‌ କେବଳ ୭ ଜଣ ନୁହଁ, ନାରାୟଣସ୍ବାମୀଙ୍କ ବିରୋଧରେ ତାଙ୍କ ଦଳର ବାଚସ୍ପତି ଯିବା ଫଳରେ ସଂଖ୍ୟା ୮କୁ ବୃଦ୍ଧିପାଇ ଥାଇପାରେ।
ପୁଡୁଚେରୀରେ ଘଟିଥିବା ଶାସନରେ ପରିବର୍ତ୍ତନ ଅନେକ ପୂର୍ବ ଘଟଣାକୁ ମନେପକାଉଛି। ଜରୁରିକାଳୀନ ପରିସ୍ଥିତି ଏବଂ ବିଶେଷକରି କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରର ୧୦ ବର୍ଷ ଶାସନ କାଳରେ ଘଟିିଥିବା ଦୁର୍ନୀତି ଏବଂ ଅବିଚାରକୁ ପରାସ୍ତ କରିବା ପାଇଁ ଦେଶବାସୀ ମନସ୍ଥ କରି ପରିବର୍ତ୍ତନ ଘଟାଇଥିଲେ। କଂଗ୍ରେସକୁ ୨୦୧୪ ଓ ୨୦୧୯ରେ ପରାଜିତ କରିବାର ଶ୍ରେୟ କେବଳ ସାଧାରଣ ଭାରତୀୟ ଭୋଟରଙ୍କୁ ଦିଆଯାଇପାରିବ। ସେହି ସୁଯୋଗର ଲାଭ ନେବା ପାଇଁ କେବଳ ଭାରତୀୟ ଜନତା ପାର୍ଟି( ଭାଜପା) ସକ୍ଷମ ଥିଲା ବୋଲି ମୋଦିଙ୍କର ନେତୃତ୍ୱ ଜାହିର ହୋଇପାରିଲା। ସମସ୍ତେ ସ୍ବୀକାର କରିବେ ଯେ, ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତରେ ଘଟୁଥିତ୍ବା ଅଭିବୃଦ୍ଧି ଆଜି ଧ୍ୱଂସ ପାଇଯାଇଛି। ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ, କେବଳ କରୋନାଜନିତ ଲକ୍‌ଡାଉନ ନୁହେଁ, ଭାରତର ଅର୍ଥନୀତିକୁ ବିମୁଦ୍ରୀକରଣଠାରୁ ମାରାମତ୍କ ଚୋଟ ବାଜିଥିଲା। ତେବେ ରାଜନୈତିକ ଦୃଷ୍ଟିକୋଣରୁ ବିଶେଷଜ୍ଞମାନେ ଚିନ୍ତା କରିଥିଲେ ଯେ, ଭାଜପା ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ଅପଣାଇବ। ତାହାର ଏକମାତ୍ର କାରଣ ଭାବେ ସେମାନେ କହୁଥିଲେ ଯେ, କଂଗ୍ରେସ ଚରିତ୍ରଠାରୁ ଭିନ୍ନ ହୋଇପାରିଲେ ଭାଜପା ଅଧିକ ଦିନ କ୍ଷମତାରେ ତିଷ୍ଠିବା ସମ୍ଭବପର ହେବ। ଏହା ବ୍ୟତୀତ ଦଳ ଭିତରୁ ବିଭିନ୍ନ ପ୍ରାନ୍ତର ବରିଷ୍ଠ ନେତାମାନଙ୍କୁ ସଭାପତି ପଦ ଦେଇ ଭାଜପା ତାହାର ଗଣତାନ୍ତ୍ରିକ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ପଦାରେ ଦେଖାଇଆସୁଛି। କିନ୍ତୁ ଏବେକାର ପରିସ୍ଥିତିରେ ବିଶେଷ କରି ପୁଡୁଚେରୀ ଏବଂ ତା’ ପୂର୍ବରୁ ମଧ୍ୟପ୍ରଦେଶ ଘଟଣାକୁ ଦେଖିବା ପରେ ସେହି ରାଜନୈତିକ ବିଶେଷଜ୍ଞମାନେ ନୀରବ ପଡିଯାଇଛନ୍ତି। ଏହାସତ୍ୟ ଯେ, ସାଧାରଣ ଲୋକଙ୍କ ପାଖରେ ମୋଦିଙ୍କ ଭାବମୂର୍ତ୍ତି ଆଜି ମଧ୍ୟ ସକାରାମତ୍କ ରହିଛି। ଅନ୍ୟପଟେ ପୁଡୁଚେରୀରେ ଯେଉଁଭଳି ରାଷ୍ଟ୍ରପତିଙ୍କ ଦ୍ୱାରା ୩ ଜଣ ମନୋନୀତ ବିଧାନସଭା ସଦସ୍ୟ ଭୋଟଦେବା ପାଇଁ ବାଚସ୍ପତିଙ୍କ ଅନୁମତି ପାଇଲେ ସେଥିରୁ ବୁଝାପଡୁଛି ଯେ, କେନ୍ଦ୍ର ସରକାରଙ୍କ ପ୍ରବଳ ଚାପରେ ଏଭଳି ଘଟଣା ଘଟିପାରିଲା।
ଦୋହରାଇବାକୁ ଯାଇ କୁହାଯାଇପାରିବ ଯେ, ସାଧାରଣ ଭାରତୀୟ କଂଗ୍ରେସ ଚରିତ୍ର ଦ୍ୱାରା ଅତିଷ୍ଠ ହୋଇ ବ୍ୟବସ୍ଥାକୁ ବଦଳାଇବାକୁ ଇଚ୍ଛାକରି ଆସିଥିଲେ। ଭାଜପାକୁ ଭିନ୍ନ ଭାବି କ୍ଷମତାକୁ ଆଣିଥିଲେ। ଦୁଃଖର ବିଷୟ ଯେ ଗାତର ଦୋଷ ଭଳି ଭାଜପା ମଧ୍ୟ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri