Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ଡୋଡିଗ୍‌- ପୋଲାସେକ ଚାମ୍ପିୟନ

ମେଲବୋର୍ନ,୨୨।୨(ଏପି): ଅଷ୍ଟ୍ରେଲିଆନ ଓପନ୍‌ ପୁରୁଷ ଡବଲ୍ସ ମୁକାବିଲାରେ କ୍ରୋଏସିଆର ଇଭାନ ଡୋଡିଗ ଓ ସ୍ଲୋଭାକିଆର ଫିଲିପ୍‌ ପୋଲାସେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନବମ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ୬-୩, ୬-୪ ସେଟ୍‌ରେ ପଞ୍ଚମ ସିଡ୍‌ ମାନ୍ୟତା ପାଇଥିବା ଆମେରିକାର ରାଜୀବ ରାମ ଓ ୟୁନାଇଟେଡ କିଙ୍ଗ୍‌ଡମ୍‌ର ଜୋଏ ସାଲିସ୍‌ବୁରୀଙ୍କୁ ଅତି ସହଜରେ ହରାଇ ଟାଇଟଲ ଜିତିଛନ୍ତି।
ଏକ କନ୍ୟା ସନ୍ତାନର ପିତା ହେବାର ଠିକ୍‌ ଗୋଟିଏ ଦିନ ପରେ ୩୫ ବର୍ଷୀୟ ପୋଲାସେକ ଏହି ସଫଳତା ପାଇଛନ୍ତି। ବାମ ଗୋଡରେ ଇଞ୍ଜୁରି କାରଣରୁ ପୋଲାସେକ ୨୦୧୩ରେ ଅବସର ଗ୍ରହଣ କରିଥିଲେ ଓ ୫ବର୍ଷ ଖେଳରୁ ଦୂରେଇ ରହିବା ପରେ ଜୁନିୟର ଖେଳାଳିଙ୍କୁ କୋଚିଂ ଦେଇଥିଲେ। ତେବେ ସେ ୨୦୧୮ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ଲୋଭାକିଆର ଦ୍ୱିତୀୟ ଖେଳାଳି ଭାବେ ପୋଲାସେକ କୌଣସି ମେଜର ଟାଇଟଲ ଜିତିଛନ୍ତି। ପୂର୍ବରୁ କ୍ରୋଏସିଆର ଡାନିଏଲା ହାଣ୍ଟୁକୋଭା ୪ଟି ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରିଥିଲେ। ସେହିପରି ଡୋଡିଗ ଦ୍ୱିତୀୟଥର ପାଇଁ ମେଜର ଟାଇଟଲ ଜିତିଛନ୍ତି। ୨୦୧୫ରେ ଡୋଡିଗ୍‌ ମାର୍ସେଲୋ ମେଲୋଙ୍କ ସହ ଫ୍ରେଞ୍ଚ୍‌ ଓପନ ଡବଲ୍ସ ଟାଇଟଲ ଜିତିଥିଲେ।
ରନର୍ସ ଅପ୍‌ ହୋଇଥିବା ରାଜୀବ ଶନିବାର ମିକ୍ସଡ୍‌ ଡବଲ୍ସ ଟାଇଟଲ ହାସଲ କରିଥିଲେ। ମିକ୍ସଡ୍‌ ଡବଲ୍ସ ଇଭେଣ୍ଟରେ ଚେକ୍‌ ଗଣରାଜ୍ୟର ବାରବୋରା କ୍ରେଜ୍‌ସିକୋଭା ଓ ରାଜୀବ ଟାଇଟଲ ହାସଲ କରିଥିଲେ। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଷଷ୍ଠ ସିଡ୍‌ ଏହି ଯୋଡି ୬-୧, ୬-୪ ସେଟ୍‌ରେ ଅତି ସହଜରେ ସ୍ଥାନୀୟ ଓ୍ବାଇଲ୍ଡ କାର୍ଡ ଯୋଡି ସାମନ୍ଥା ଷ୍ଟୋସୁର ଓ ମାଥ୍ୟୁ ଏବେଡେନଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri