କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ ଅଢେଇ ବର୍ଷରୁ ଊଦ୍ଧ୍ୱର୍ର୍ ହେଲା ଏହି କାର୍ଯ୍ୟାଳୟର କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ ଅଫିସ ପରିସରରେ ଥିବା ଥଇଥାନ ଅଧିକାରୀଙ୍କ ଅଫିସରେ ତାଲାପଡି ରହିଛି। ବାରମ୍ବାର ଅଭିଯୋଗ, ଦାବି ପରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତାଳଚେରରୁ ସର୍ବାଧିକ ରାଜସ୍ବ ପାଉଥିଲେ ହେଁ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବହୁ ଦାବି, ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ଠାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଏକ ଭଡା ଘରେ ଖୋଲାଯାଇଥିଲା। ଫଳରେ ଏଠାକାର ବ୍ୟବସାୟୀମାନଙ୍କୁ ଆଉ ଟ୍ୟାକ୍ସ ପ୍ରଦାନ ନିମନ୍ତେ ଅନୁଗୋଳ ଯିବାକୁ ପଡ଼ୁ ନ ଥିଲା। ତେବେ ୧୦ ବର୍ଷ ପରେ ଉକ୍ତ ଭଡ଼ା ଘରର ମରାମତି ନିମନ୍ତେ ମାଲିକ ଘର ଛାଡିବାକୁ ୩ ମାସିଆ ନୋଟିସ ଦେଇଥିଲେ। ୨୦୧୮ ଜୁଲାଇ ୫ ମଧ୍ୟରେ ଘର ଖାଲି କରିବାକୁ ନୋଟିସରେ ଉଲ୍ଲେଖ କରିଥିଲେ। ଏହା ପୂର୍ବରୁ ୨୦୧୮ ମେ’ ୧୨ରେ ଅନୁଗୋଳର ଜଏଣ୍ଟ କମିଶନର ତାଳଚେର ଅଫିସକୁ ଅନୁଗୋଳ ସ୍ଥାନାନ୍ତର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ହେଲେ ତାଳଚେର ବିଧାୟକଙ୍କ ଆପତ୍ତି ପରେ ଅଫିସ ସ୍ଥାନାନ୍ତର ବନ୍ଦ ରହିଲା। ହଠାତ୍‌ ଜୁନ ୨୨ରେ ଅଫିସ ଅନୁଗୋଳ ଉଠାଇ ନେବାକୁ କମିଶନର ନିର୍ଦ୍ଦେଶ ଦେବାରୁ ଜୁନ ୨୪ରେ କମର୍ସିଆଲ ଟ୍ୟାକ୍ସ ଅଫିସର କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ପୂର୍ବତନ ନଗରପାଳ, ଭାଜପା କର୍ମୀ, ବ୍ୟବସାୟୀମାନେ ବିରୋଧ କରିବାରୁ ଉକ୍ତ କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଥଇଥାନ ଅଧିକାରୀଙ୍କ ଅଫିସରେ ରଖାଯାଇଥିଲା। ସେବେଠାରୁ ସେସବୁ ତାଲା ପଡି ରହିଛି। ଉକ୍ତ କାର୍ଯ୍ୟାଳୟ ପାଇଁ କମିଶନରଙ୍କ ଅନୁରୋଧ କ୍ରମେ ଏମ୍‌ସିଏଲ୍‌ର ଲିଙ୍ଗରାଜ ଖଣି କର୍ତ୍ତୃପକ୍ଷ ଦେଉଳବେଡା କଲୋନୀରେ ଏକ କ୍ୱାର୍ଟର୍ସ ଯୋଗାଇ ଦେଇଥିଲେ। ସେଠାରେ ଜଣେ ପିଅନ, ଚପରାସୀ ଅଛନ୍ତି। କିନ୍ତୁ କାର୍ଯ୍ୟାଳୟ ଖୋଲାଯିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀମାନେ ଅନୁଗୋଳରେ ରହି ଅଫିସ ଚଳାଉଛନ୍ତି।

କିଛି ରହସ୍ୟ ରହିଛି
ତାଳଚେରରୁ ସରକାର ସର୍ବାଧିକ ରାଜସ୍ବ ନେଉଛନ୍ତି। କିନ୍ତୁ ଏହି ଅଞ୍ଚଳର ବିକାଶ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଅଢ଼େଇ ବର୍ଷ ହେବ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲାଯିବା ତାହାର ଏକ ଉଦାହରଣ। ଅଫିସ ଚାବି ନେଇ କମିଶନରଙ୍କୁ ଦେବାପରେ ମଧ୍ୟ ଖୋଲିବୁ ଖୋଲିବୁ କହି ଖୋଲୁନାହାନ୍ତି। ଏହା ପଛରେ କିଛି ରହସ୍ୟ ରହିଛି।
-ସୁବାସ ଚନ୍ଦ୍ର ପ୍ରଧାନ, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସଭାପତି, ତାଳଚେର

ଅନୁଗୋଳ ଧାଇଁବାକୁ ପଡ଼ୁଛି
ଅଫିସ କାଗଜପତ୍ର ତାଳଚେରରେ ଅଟକାଇ ରଖାଯାଇଛି। କିନ୍ତୁ କର୍ମଚାରୀମାନେ ଅନୁଗୋଳରେ ରହି କାମ କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏଯାଏ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଗଲା ନାହିଁ। ତେଣୁ ଦୀର୍ଘଦିନ ହେଲା ତାଳଚେରର ବ୍ୟବସାୟୀମାନେ ବିଭିନ୍ନ କାର୍ଯ୍ୟରେ ଅନୁଗୋଳ ଧାଉଁଛନ୍ତି।
-ମନୋଜ ସାହୁ, ଏଡିସିସିଆଇ ଉପସଭାପତି, ତାଳଚେର

କାରଣ ବୁଝାପଡ଼ୁନି
ତାଳଚେରରେ ଥିବା ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ କେଉଁ କାରଣରୁ ଅନୁଗୋଳ ସ୍ଥାନାନ୍ତର କରାଗଲା, ଏହା ପଛରେ କିଏ ରହିଛନ୍ତି ଓ କାହିଁକି ଏପରି କାର୍ଯ୍ୟ କରାଯାଇଛି ତାହା ବୁଝାପଡ଼ୁନି। ଏହାଦ୍ୱାରା ତାଳଚେରର ବ୍ୟବସାୟୀମାନେ ହଇରାଣ ହେଉଛନ୍ତି। ଟିକସ ପ୍ରଦାନରେ ଆଗୁଆ ତାଳଚେରକୁ ଅଣଦେଖା କରାଯିବା କେତେଦୂର ଯଥାର୍ଥ।
– ଶ୍ୟାମସୁନ୍ଦର ଲାଖୋଟିଆ, ତାଳଚେର

ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ
ତାଳଚେରରେ ୧୦ ବର୍ଷ ଅଫିସ ରହିଲା। କିନ୍ତୁ ହଠାତ୍‌ ଏହାକୁ ଅନୁଗୋଳ ସ୍ଥାନାନ୍ତର କରାଗଲା। ତାଳଚେରବାସୀଙ୍କ ପ୍ରତି ଏପରି ଅବିଚାର କାହିଁକି କରାଗଲା। ରାଜ୍ୟ ସରକାର ଓ ବାଣିଜ୍ୟକର ବିଭାଗ ଅଧିକାରୀ, ତାଳଚେର ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ।
– ବୀରବର ସାହୁ, ବ୍ୟବସାୟୀ, ତାଳଚେର

ଜିଏସ୍‌ଟି ଯୋଗୁ ସ୍ଥାନାନ୍ତର
ଜିଏସ୍‌ଟି ଲାଗୁ ହେବା ପରେ ତାଳଚେର ଅଫିସର କିଛି ସ୍ଥିତି ନାହିଁ। ଭାଟ୍‌ ଆଦାୟ ବେଳେ ଯେହେତୁ ପୁରୁଣା ଅଫିସ ଥିଲା ତାହାର କାଗଜପତ୍ର ସେଠାରେ ରହିଛି। ଜଗାରଖା ପାଇଁ କର୍ମଚାରୀ ଅଛନ୍ତି। ସେଠିକାର ଅଧିକାରୀ ଓ କର୍ମଚାରୀମାନେ ଅନୁଗୋଳରେ କାମ କରୁଛନ୍ତି।
-ରାଜେଶ୍ୱର ନାୟକ, ବିଭାଗୀୟ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri