Posted inଫୁରସତ

ଥରେ ନୁହେଁ ଚାରି ଥର ପଡ଼ିଥିଲେ ପ୍ରେମରେ, ହେଲେ ଆଜି ବି ଅବିବାହିତ ରତନ ଟାଟା; କାରଣ ଜାଣିଲେ…

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ ଥିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା। ଏହାପରେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଶ୍ଚିତ କରିଥିଲେ। ଆଜି ସେ ନିଜର ୮୩ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି କଥା।

୧୯୩୭ ଡିସେମ୍ବର ୨୮ରେ ସୁରଟରେ ରତନ ଟାଟାଙ୍କ ଜନ୍ମ। ବ୍ୟବସାୟଜଗତରେ ସେ ନିଜର ସ୍ବତନ୍ତ୍ର ନାମ କରିଥିଲେ ହେଁ ପ୍ରେମରେ ସେ ବିଫଳ। ଏକ ସାକ୍ଷାତକାରରେ ପ୍ରେମଜୀବନକୁ ନେଇ ସେ ଅନେକ ଖୁଲାସା କରିଥିଲେ। ପ୍ରେମ କରିଥିଲେ ହେଁ ଏହାକୁ ବିବାହର ରୂପ ଦେଇପାରି ନ ଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଚାରି ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ସବୁଥର କିଛି ନା କିଛି ଡ଼ର ଯୋଗୁ ଆଗକୁ ବଢ଼ିପାରି ନାହିଁ।

ଯେତେବେଳେ ଆମେରିକାରେ କାମ କରୁଥିଲି, ସେତେବେଳେ ବିବାହ କରିବାକୁ ଚାହୁଁଥିଲି। ହେଲେ ଭାରତ ଫେରି ଆସିବା ଯୋଗୁ ବିବାହ କରିପାରିପାରି ନ ଥିଲି। କାରଣ ପ୍ରେମିକା ଭାରତ ଆସିବାକୁ ଚାହୁଁ ନ ଥିଲେ। ସେତେବେଳେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହେଉଥିଲା। ଏଣୁ ପ୍ରେମିକାଜଣଙ୍କ ଆମେରିକାରେ ଜଣଙ୍କୁ ବିବାହ କରିନେଇଥିଲେ। ଏବେ ମନେହୁଏ ଯଦି ବିବାହ କରିଥାନ୍ତି ତେବେ ଏତେ ଆଗକୁ ବଢ଼ିପାରି ନ ଥାନ୍ତି। ଆଜିର ଏହି ସ୍ଥିତି ନ ଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri