Posted inଫୁରସତ

ଧାନ କ୍ଷେତ ପାଲଟିଛି କାନ୍‌ଭାସ୍‌

କାନ୍‌ଭାସ୍‌ ଉପରେ ରଙ୍ଗ ତୂଳୀରେ ଚିତ୍ର ତ ସମସ୍ତେ କରନ୍ତି। କିନ୍ତୁ କିଛି ଲୋକ ସବୁବେଳେ ଚାହାନ୍ତି ନିଜ କଳାର ଯାଦୁକରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ। ଜାପାନ, ଇନାକାଡେଟ୍‌ ଗ୍ରାମରେ ଦେଖିବାକୁ ମିଳେ ସେମିତି ଏକ ଭିନ୍ନ ଚିତ୍ରକରି, ଯାହାକି ଏଠାକାର ଧାନ କ୍ଷେତରେ ହୋଇଥାଏ। ଏହି କାରିଗରିକୁ ‘ତାନ୍‌ବୋ’ କୁହାଯାଏ। ୧୯୯୩ରେ ଏଠାରେ ପ୍ରଥମ ଧାନ କ୍ଷେତ ଆର୍ଟ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାରର ଧାନ ଗଛକୁ ବ୍ୟବହାର କରି ଏହି ଆର୍ଟ କରାଯାଇଥାଏ। ବେଶ୍‌ ବଡ଼ ବଡ଼ ହୋଇଥାଏ ଏହି ଚିତ୍ରକଳା। ଏହାକୁ ତିଆରି କରିବା ପାଇଁ ଏକ ସ୍ବତନ୍ତ୍ର ଜାପାନୀ ପଦ୍ଧତି ବ୍ୟବହାର କରାଯାଏ। ପ୍ରଥମେ ସେହି କ୍ଷେତକୁ ଭଲଭାବେ ଅନୁଧ୍ୟାନ କରାଯାଏ। ଆଉ କେଉଁ ଚିତ୍ର ସେଥିରେ କରିହେବ ଯୋଜନା କରାଯାଏ। ଏହାପରେ ପେଣ୍ଟିଂ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାରର ଧାନ ଗଛ ଲଗାଯାଏ। ଜାପାନର ଇନାକାଡେଟ୍‌ରେ ହେଉଥିବା ଏହି ବଡ ବଡ ତାନବୋ ଆର୍ଟରେ ୧୦ ପ୍ରକାରର ଧାନ ଗଛ ଲଗାଯାଏ। ଏହି କାମ ବସନ୍ତ ଋତୁ ଆରମ୍ଭ ତଥା ଖରାଦିନ ପ୍ରାରମ୍ଭରେ କରାଯାଏ। ଜୁଲାଇ ଅଗଷ୍ଟ ମାସ ବେଳକୁ ଗଛ ବଡ଼ ହୋଇ ପୂରା ପେଣ୍ଟିଂ ପାଲଟିଯାଏ। ଏହି ଦୃଶ୍ୟକୁ ଦେଖିବା ଲାଗି କ୍ଷେତଠାରୁ କିଛି ଦୂରରେ ଭ୍ୟୁଇଂ ପ୍ଲାଟଫର୍ମ ତିଆରି କରାଯାଇଥାଏ। ଜାପାନର ଏହି ସ୍ବତନ୍ତ୍ର ଚିତ୍ରକଳାକୁ ଉପଭୋଗ ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri