ନେଇଛି ୧୪୦ ହଜାର କୋଟି, ଦେଇଛି ୧୪ ହଜାର କୋଟି

ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ରେଳ ବଜେଟରେ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖାକୁ ନେଇ ବିଜେଡି ଭାଜପାକୁ ଜୋରଦାର ସମାଲୋଚନା କରିଛି। ଏ ନେଇ ଭାଜପାର ରାଜ୍ୟ ନେତ୍ୱତ୍ୱଙ୍କୁ ଜବାବ ତଲବ କରିଛି। ଶୁକ୍ରବାର ୩ ପୃଷ୍ଠା ସମ୍ବଳିତ ପ୍ରେସ୍‌ ଇସ୍ତାହାର ଜାରି କରି ବିଜେଡି ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହୋଇଥିବା ଅଣଦେଖାକୁ ଜୋରଦାର ଉଠାଇଛି।
ବିଜେଡି ଅଭିଯୋଗ କରିଛି ଯେ ୨୦୨୧-୨୨ ରେଳ ବଜେଟ ଓଡ଼ିଶାକୁ ନ୍ୟାୟ ଦେଇପାରିନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ ରେଳ ବଜେଟରେ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରିଛନ୍ତି। ସ୍ବାଧୀନତା ପରେ ଓଡ଼ିଶା ଲାଗି କେବଳ ୬ଟି ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି। କଟକ-ପାରାଦୀପ ୮୩ କି.ମି., ତାଳଚେର-ସମ୍ବଲପୁର ୧୭୪ କି.ମି., କୋରାପୁଟ-ରାୟଗଡା ୧୬୪ କି.ମି., ଦୈତାରୀ-ବାଂଶପାଣି ୧୫୫କି.ମି., ଲିଙ୍ଗରାଜ-ଜୁନାଗଡ ୫୬ କି.ମି. ଏବଂ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଯାହା ଆଂଶିକ ଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି। ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବା ପାଇଁ ରେଳ ଲାଇନର ବ୍ୟବହାର କରାଯାଉଥିଲା। ଦୁଃଖର କଥା ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି। ଇସ୍ପାତ ଓ ଶକ୍ତି କ୍ଷେତ୍ର ପାଇଁ ଯଦି ଓଡ଼ିଶାଠାରୁ କୋଇଲା ନ ଯାଆନ୍ତା, ତାହାହେଲେ ବାହାରୁ ଆମଦାନୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା। ରୟାଲ୍‌ଟି ଦୂରର କଥା ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟ ଦିଆଯାଉନାହିଁ। ଓଡ଼ିଶାବାସୀଙ୍କ କୋଇଲା ବାହାର ରାଜ୍ୟକୁ ପଠାଯିବ। ଓଡ଼ିଶାବାସୀ ଧୂଳିଧୂଅଁାର ଶିକାର ହେବେ। କୋଇଲା, ଆଇରନ, ବକ୍ସାଇଟ, ଆଲୁମିନିୟମ କ୍ଷେତ୍ରରେ ବ୍ରିଟିଶ ସରକାରର ଲୁଣ୍ଠନ ମାନସିକତା ଥିଲା। ସ୍ବାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି ବୋଲି ବିଜେଡି ଅଭିଯୋଗ କରିଛି।
ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ବ ଆଦାୟ କରିଥାଏ ା ଯଦି ୭ ବର୍ଷର ହିସାବ କରାଯାଏ ତେବେ ରେଳବାଇ ୧୪୦,୦୦୦ କୋଟି ରାଜସ୍ବ ନେଇ ସାରିଛି। ଏହି ସମୟରେ ଓଡ଼ିଶାକୁ ମିଳିଛି ମାତ୍ର ୧୪,୦୦୦ କୋଟି। ଭାଜପାର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଏହାର ଜବାବ ଦିଅନ୍ତୁ ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ରେଲଓ୍ବେ ସାନ୍ଧ୍ରତାରେ ପଶ୍ଚିମବଙ୍ଗରେ ୧୦୦୦ ବର୍ଗ କି.ମି.ରେ ୪୨ କି.ମି.ର ରେଲଓ୍ବେ ଲାଇନ ବ୍ୟବସ୍ଥା ହୋଇଥିବା ବେଳେ ବିହାରରେ ୩୫କି.ମି. ହୋଇଛି। ପରିତାପର ବିଷୟ ଯେ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଓଡ଼ିଶାର ରେଳ ସାନ୍ଧ୍ରତା ୧୫ କି.ମିରେ ସୀମିତ ରହିଛି। ଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲାକୁ ନୂଆ ରେଳ ଲାଇନ ଛୁଇଁପାରିଛି। ଯଦି ଏହି ହିସାବରେ ରେଳ ଲାଇନ ବିଛା ଯାଏ ତେବେ ରେଳ ଲାଇନ ନ ଥିବା ୬ଟି ଜିଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ଲାଇନ ଘୋଷଣା ହୋଇଥିଲା। ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉତ୍ତର ଦେବେ କି ବୋଲି ବିଜେଡି ପ୍ରଶ୍ନ କରିଛି।
୫୯୦ କୋଟି ଟଙ୍କାରୁ ୭୦୦ କୋଟି ଟଙ୍କାର ରେଳବାଇ ବଜେଟ୍‌ ଓଡିଶାର ଆବଶ୍ୟକତା ନାହିଁ। ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ହକ୍‌କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri