Posted inଜାତୀୟ

ହଲାଇଦେଲା ଟୁଇଟ୍‌

ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍‌ କେନ୍ଦ୍ର ସରକାରଙ୍କୁ ହଲାଇଦେଇଛି। ବିକ୍ଷୋଭକାରୀ ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ହିଂସାର ବିଷମଞ୍ଜି ବୁଣିବା ପାଇଁ ଉଦ୍ଦିଷ୍ଟ ଆକ୍ଟିଭିଷ୍ଟ, ନୂଆ ଗ୍ରୁପ୍‌ ଓ କଳାକାରଙ୍କ ଆକାଉଣ୍ଟ ବନ୍ଦ କରିବା ଲାଗି ଟୁଇଟରକୁ କେନ୍ଦ୍ରର ନିର୍ଦ୍ଦେଶରୁ ଏହା ସ୍ପଷ୍ଟ ହେଉଛି। ଏତିକି ନୁହେଁ, ଖୋଦ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ମଧ୍ୟ ମୁହଁ ଖୋଲିବାକୁ ପଡ଼ିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ଆଉ ଗୋଟିଏ ପାଦ ଆଗକୁ ଯାଇ ନ୍ୟୁଜ୍‌ ଚ୍ୟାନେଲ ଭଳି ହାସ୍‌ଟ୍ୟାଗ୍‌ ଲଗାଇ ଟୁଇଟ୍‌ କରିବାକୁ ବାଧ୍ୟହେଲା, ଯାହାକି ଆଦୌ ଶୋଭନୀୟ ନୁହେଁ ବୋଲି ଅନେକେ ମତ ଦେଇଛନ୍ତି।
କୃଷକ ଆନ୍ଦୋଳନକୁ ଦମନ ଉଦ୍ୟମ ନେଇ ବିବାଦ ବଢ଼ିବାରୁ ଗୁରୁବାର ଆମେରିକାର ବାଇଡେନ୍‌ ପ୍ରଶାସନ ପକ୍ଷରୁ ମନ୍ତବ୍ୟ ଆସିବା ପରେ ଭାରତ କ୍ୟାପିଟୋଲ୍‌ ହିଲ୍‌ କଥା ସ୍ମରଣ କରାଇଦେଲା। ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର ବୁଧବାର ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲକୁ କହିଥିଲେ, ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେଉଛି ଏକ ସମୃଦ୍ଧ ଗଣତନ୍ତ୍ରର ପରିଚାୟକ, ଯାହାକୁ ବାଇଡେନ୍‌ ପ୍ରଶାସନ ସ୍ବୀକୃତି ଦେଇଥାଏ। ଭାରତର ସୁପ୍ରିମକୋର୍ଟ ମଧ୍ୟ ସମାନ କଥା କହିଥିବା ସେ ପ୍ରକାଶ କରିଥିଲେ। ଏହାର ଜବାବ ଦେବାକୁ ଯାଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କୃଷକ ଆନ୍ଦୋଳନକୁ ଜାନୁୟାରୀ ୬ରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଭିଆଇଥିବା କ୍ୟାପିଟୋଲ ହିଲ ଦଙ୍ଗା ସହ ତୁଳନା କଲେ। ଚାଷୀ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ବାହ୍ୟ ରାଷ୍ଟ୍ରଗୁଡ଼ିକ ମୁଣ୍ଡ ନ ଖେଳାଇବାକୁ ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି। ଏଠାରେ ମନେରଖିବା ଉଚିତ ଯେ, କ୍ୟାପିଟୋଲ ହିଲ୍‌ ହିଂସାକୁ ନିନ୍ଦା କରିବା ପାଇଁ ଭାରତୀୟ କ୍ରିକେଟର, ସେଲିବ୍ରିଟି ଓ ରାଜନେତାମାନେ ମୁଖର ହୋଇଯାଇଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କ୍ୟାପିଟୋଲ ସଂଘର୍ଷ ପରିପ୍ରେକ୍ଷୀରେ ଟୁଇଟ୍‌ କରିଥିଲେ, ଦଙ୍ଗା ଓ ହିଂସାକାଣ୍ଡ ସମ୍ପର୍କିତ ଖବର ତାଙ୍କୁ ବ୍ୟଥିତ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହେଉ ବୋଲି ସେ କାମନା କରିଥିଲେ। ସେତେବେଳେ ଏହି ବହୁଚର୍ଚ୍ଚିତ ଘଟଣାକୁ ଆମେରିକାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କେହି ମୁଣ୍ଡ ଖେଳାଇବା ବନ୍ଦ କରି ନ ଥିଲେ।
ପ୍ରକାଶ ଯେ, ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଚାଲିଛି। କୃଷକଙ୍କ ଆନ୍ଦୋଳନସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆବଦ୍ଧ କରିଛି। ଏହି ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଳିନ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ। ବୁଧବାର ପପ୍‌ ଷ୍ଟାର ରିହାନାଙ୍କ ପରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଓ ପୂର୍ବତନ ପର୍ନ ଷ୍ଟାର ମିଆ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ଟୁଇଟ୍‌ କରିଥିଲେ। ଏହାକୁ ନେଇ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଏପରି କି କେତେକ ସରକାର ସପକ୍ଷବାଦୀ ନ୍ୟୁଜ୍‌ ଚ୍ୟାନେଲ ରିହାନାଙ୍କୁ ‘ପର୍ନ ଷ୍ଟାର’ କହିବାକୁ ମଧ୍ୟ ପଛାଇ ନ ଥିଲେ। ସେହିପରି ଗ୍ରେଟା ଥନ୍‌ବର୍ଗ ଟୁଇଟ୍‌ କରିଥିବା ଟୁଲକିଟ୍‌ ନିର୍ମାତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ଦାଏର କରିଛି। ଏହାସତ୍ତ୍ୱେ ଭୟଭୀତ ନ ହୋଇ କୃଷକଙ୍କୁ ସମର୍ଥନ ଜାରି ରଖିବେ ବୋଲି ଗ୍ରେଟା ଟୁଇଟ୍‌ କରିଛନ୍ତି।

ସମର୍ଥନ ଜାରି ରଖିବେ ମିଆ
ସମାଲୋଚନା ଓ ବିରୋଧ ସତ୍ତ୍ୱେ କୃଷକ ଆନ୍ଦୋଳନକୁ ସମର୍ଥନ ଜାରି ରହିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ପୂର୍ବତନ ଆଡଲ୍ଟ ଷ୍ଟାର ମିଆ ଖଲିଫା। ୨୭ ବର୍ଷୀୟା ମିଆ ଏକ ନୂଆ ଟୁଇଟ୍‌ କରିଛନ୍ତି। ଏଥିରେ କେତେଜଣ ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରିଥିବା ଦେଖାଯାଉଛି। ପ୍ଲାକାର୍ଡରେ ମିଆଙ୍କ ସହ ପପ୍‌ ଷ୍ଟାର ରିହାନା ଓ ସ୍ବିଡେନର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଫଟୋ ରହିଛି। କ୍ୟାପ୍ସନ ଲେଖିଛନ୍ତି, ବାସ୍ତବରେ ମୁଁ ଏବେ ସଚେତ ହୋଇଛି। ଆପଣମାନେ ଚିନ୍ତା କରିଥିବାରୁ ଧନ୍ୟବାଦ, ଯଦିଓ ତାହା ଅନାବଶ୍ୟକ ଥିଲା। ଏବେ ବି କୃଷକମାନଙ୍କ ସହ ଛିଡ଼ା ହୋଇଛି ବୋଲି ମିଆ କହିଛନ୍ତି।
ସ୍କାନରରେ ରିହାନାଙ୍କ ସୌନ୍ଦର୍ଯ୍ୟ
କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ହଲାଇ ଦେଇଥିବା ଇଣ୍ଟରନ୍ୟାଶନାଲ ପପ୍‌ ଷ୍ଟାର ରିହାନାଙ୍କ ସୌନ୍ଦର୍ଯ୍ୟ ଏବେ ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ ଆୟୋଗ (ଏନ୍‌ସିପିସିଆର୍‌) ସ୍କାନରରେ। ରିହାନାଙ୍କ ବିରୋଧରେ ଅଭିଯୋଗ ହେଲା ସେ ବ୍ୟବହାର କରୁଥିବା ଫେଣ୍ଟି ବ୍ୟୁଟି କସ୍‌ମେଟିକ୍‌ ବ୍ରାଣ୍ଡ୍‌ ଯେଉଁ ରକ୍ତ ଅଭ୍ରରେ ତିଆରି ତାହା ବେଆଇନ ଭାବେ ଭାରତୀୟ ଖଣିରୁ ଖନନ କରାଯାଇଛି। ଝାଡ଼ଖଣ୍ଡର ଅଭ୍ର ଖଣିରେ ଖନନ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ଦୟନୀୟ ଅବସ୍ଥାରେ ନିୟୋଜିତ କରାଯାଇଥାଏ।
ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ କହିଛନ୍ତି, ଏନ୍‌ଜିଓ ଲିଗାଲ୍‌ ରାଇଟ୍ସ ଅବ୍‌ଜର୍ଭେଟୋରି (ଏଲ୍‌ଆର୍‌ଓ) ପକ୍ଷରୁ ଶୁକ୍ରବାର ଅଭିଯୋଗ ମିଳିଛି। ଏହାକୁ ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ରେସ୍‌ପନ୍ସିବଲ ମିକା ଇନିସିଏଟିଭ୍‌ (ଆର୍‌ଏମ୍‌ଆଇ)ଠାରୁ ସ୍ପଷ୍ଟୀକରଣ ମଗାଯାଇଥିଲା। ତେବେ ଫେଣ୍ଟି ବ୍ୟୁଟିକୁ ଅଭ୍ର ଯୋଗାଉଥିବା ଯୋଗାଣ ଶୃଙ୍ଖଳ ଆର୍‌ଏମ୍‌ଆଇ ନିକଟରେ ପଞ୍ଜୀକୃତ ହୋଇ ନ ଥିବା ନେଇ ଆର୍‌ଏମ୍‌ଆଇ ପକ୍ଷରୁ ଏକ ଇ-ମେଲ୍‌ ମିଳିଛି।

ଚୁପ୍‌ ବସିବିନି: ମୀନା ହାରିସ୍‌

ଆମେରିକୀୟ ଆଇନଜୀବୀ, ଲେଖିକା ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ କୃଷକ ଆନ୍ଦୋଳନକୁ ନେଇ ଭାରତରେ ସମାଲୋଚନା ପରେ ମଧ୍ୟ ଚୁପ୍‌ ବସିବେ ନାହିଁ ବୋଲି କହିଛନ୍ତି। ଏହି ଅବସରରେ ସେ ବିକ୍ଷୋଭକାରୀମାନଙ୍କ ଏକ ଫଟୋକୁ ଟୁଇଟ୍‌ କରିଛନ୍ତି। ଅନ୍ୟ ଏକ ଟୁଇଟ୍‌ରେ ମୀନା ଲେଖିଛନ୍ତି, ଡରିଯିବି ନାହଁ କି ନୀରବ ରହିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri