ଖୋର୍ଦ୍ଧା ଲଜ୍‌ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ

ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ ଟାଉନ ପୋଲିସ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ବ୍ରହ୍ମପୁର ଗୋଳନ୍ଥରା ଥାନା ହଳଦିଆପଦର ବଡ଼ସାହିର ତାପସ ପଣ୍ଡା(୨୫)। ତାଙ୍କ ସାଥିରେ ଥିବା ସହଯୋଗୀଙ୍କୁ ପୋଲିସ ଅଟକ ରଖିଥିବା ବେଳେ ବାଇକ୍‌କୁ ଜବତ କରିଛି। ଲଜ୍‌ ମାଲିକଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ବେଳେ ତାପସ ରହୁଥିବା ଲଜର ରୁମକୁ ସିଲ କରି ତଦନ୍ତ ଚଳାଇଛି। ଅନ୍ୟପଟେ ତାପସଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ତାପସଙ୍କ ସମ୍ପର୍କୀୟ ଦାଦା ସରୋଜଙ୍କ କହିବାନୁଯାୟୀ, ତାପସ ବୁଧବାର ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ଅଛି ବୋଲି ମା’ ସସ୍ମିତାଙ୍କୁ କହି ପୂର୍ବାହ୍ନ ୧୧ଟାରେ ବାଇକ(ଓଡିି୦୭ଏଇ ୯୯୧୩)ରେ ଆସିଥିଲେ। ବାଇକ୍‌କୁ ଷ୍ଟେଶନରେ ରଖି ଟ୍ରେନରେ ଯିବ ବୋଲି କହି ସାଢ଼େ ୪ଟାରେ ସେ ମୋ ସହ ଭିଡିଓ କଲରେ କଥା ହୋଇଥିଲେ। ତେବେ ଅପରାହ୍ନ ୫ଟା ପରଠାରୁ ଫୋନ ସୁଇଚ୍‌ ଅଫ ଆସିଥିଲା। ତାଙ୍କ ମା’ ତାପସଙ୍କ ମୋବାଇଲକୁ ବାରମ୍ବାର କଲ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିଲା। ତେବେ ଗୁରୁବାର ପୂର୍ବାହ୍ନ ୧୧ଟାରେ ତାପସଙ୍କ ସାଥିରେ ଥିବା ସହଯୋଗୀଙ୍କ ଫୋନ ଆସିଥିଲା। ତାପସଙ୍କ ଦେହ ଖରାପ ଅଛି, ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ବୁଧବାର ଖୋର୍ଦ୍ଧାର ଏକ ଲଜରେ ରହିଥିଲେ। ରାତିରେ ବିରିୟାନିି ଆଣି ଖାଇଥିଲେ। ସକାଳୁ ସେ ବାହାରୁ ଚା’ ଧରି ଆସିଥିଲେ। ତାପସଙ୍କୁ ବାରମ୍ବାର ଉଠାଇବା ସତ୍ତ୍ୱେ ସେ ଉଠି ନ ଥିଲେ। ଏନେଇ ସେ ଲଜ ମାଲିକଙ୍କୁ ଜଣାଇବା ପରେ ଉଭୟ ତାପସଙ୍କୁ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମୃତ୍ୟୁର ୪ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ସନ୍ଦେହ କରିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସରୋଜ ଗଣମାଧ୍ୟମରେ କହିଛନ୍ତି। ପରିବାର ଲୋକଙ୍କଠାରୁ ଖବରପାଇ ଅନ୍ୟପଟେ ତାପସଙ୍କ ଅନ୍ୟଜଣେ ସମ୍ପର୍କୀୟ ଦାଦା ସୁବାସ ଏବଂ କୈଳାଶ ଅପରାହ୍ନ ୪ଟାରେ ଖୋର୍ଦ୍ଧା ମେଡିକାଲରେ ପହଞ୍ଚିଥିଲେ। ପରେ ସୁବାସ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏ ସମ୍ପର୍କରେ ଥାନାଧିକାରୀ ଉମାଶଙ୍କର ସିଂ କହିଛନ୍ତିି, ସୁବାସଙ୍କ ଅଭିଯୋଗକ୍ରମେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri