ବୈତରଣୀ ସେତୁ ପ୍ରତି ବିପଦ

ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୫।୨: ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ସୀମାରେଖା ଭାବେ ବୈତରଣୀ ନଦୀ ପରିଚିତ। ଏହି ୩ ଜିଲା ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଛି ବୈତରଣୀ ସେତୁ। ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ବୈତରଣୀ ସେତୁର ଲୋକାର୍ପଣ କରିଥିଲେ। ଏବେ ସେତୁର ସମୁଦାୟ ୨୫ ସ୍ପାନ୍‌ ମଧ୍ୟରୁ ୧୦ ଓ ୨୩ ନମ୍ବର ପିଲର ପ୍ରାୟ ୬ ଇଞ୍ଚ ଦବି ଯାଇଛି। ଫଳରେ ସେତୁର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତଥାପି ସେତୁ ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛି। ଏଥିଯୋଗୁ ସେତୁ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ପ୍ରାୟ ୨୦ ପଞ୍ଚାୟତବାସୀ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ଶେଷରେ ସେହି ଦାବିକୁ ସରକାର ଗ୍ରହଣ କରିଥିଲେ। କୋରାଇ ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ଅଧୀନ ମଥୁରାପୁରରେ ବୈତରଣୀ ସେତୁ ନିର୍ମାଣକୁ ମଞ୍ଜୁରୀ ମିଳିଥିଲା। କୃଷି, ବ୍ୟବସାୟ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ସେତୁ ଏବେ ଦୁର୍ବଳ ହେବାରେ ଲାଗିଛି। ୩ ଜିଲାକୁ ସଂଯୋଗ କରୁଥିବା ଏହି ସେତୁ ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ନୀତି ଓ ବାଲି ମାଫିଆଙ୍କ ବେଫିକର ଭାରିଯାନ ଚଳାଚଳ କାଳ ହୋଇଛି। ଏହି ସେତୁ ଉପରେ ଭାରିଯାନ ଚଳାଚଳକୁ ପୂର୍ତ୍ତ ବିଭାଗ ତରଫରୁ ନିଷିଦ୍ଧ କରାଯାଇଥିବା ବେଳେ ବାଲି ବ୍ୟବସାୟୀମାନେ ଏହାକୁ ମାନୁ ନାହାନ୍ତି। ସେତୁର ସ୍ପାନ୍‌ ଦବୁ କି ଭାଙ୍ଗିପଡୁ ସେଥିପ୍ରତି ସେମାନଙ୍କ ଖାତିରି ନାହିଁ।
ବୈତରଣୀ ନଦୀ ବାମପାଖ କେନ୍ଦୁଝର ଜିଲା ହାଟଡିହ ତହସିଲର ହାବଳେଶ୍ୱର, ଡିମିରିଆ, ଜମ୍ଭରା ବାଲିଘାଟ ସମେତ ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମୁକୁନ୍ଦପୁର ପଞ୍ଚାୟତର ୩ ବାଲିଘାଟରେ ଏବେ ମେଶିନ ସହାୟତାରେ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ବାଲି ଉତ୍ତୋଳନ କରାଯାଉଛି। ଏପରି କି ସେତୁର ଅତି ନିକଟରୁ ବାଲି ଉଠାଯାଇ ବିନା ରୋଡ ମ୍ୟାପ୍‌ରେ ମଥୁରାପୁର-ଷଠିପୁର ରାସ୍ତାରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ମଥୁରାପୁର ସେତୁରେ ଫାଟ ସୃଷ୍ଟି ହେବା ଓ ଦବିବା ସଂକ୍ରାନ୍ତରେ ବର୍ଷକ ପୂର୍ବରୁ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲାା ହେଲେ ପ୍ରଶାସନର ନୀରବତା ବାଲି ବ୍ୟବସାୟୀଙ୍କୁ ବେଶ ସୁହାଉଛି। ପ୍ରଶାସନର ଏଭଳି ଅବହେଳା ଫଳରେ ୨୦୧୧ର ପ୍ରଳୟଙ୍କରୀ ବନ୍ୟାରେ ବୁଢ଼ାନଦୀ ଉପରିସ୍ଥ ରୁଢିଆ ସେତୁ ଭୁଶୁଡି ପଡ଼ିଥିଲା।

ବ୍ୟାସନଗର ତହସିଲ ପକ୍ଷରୁ ଜଳସେଚନ ବିଭାଗର ବିନା ପରାମର୍ଶରେ ବୈତରଣୀ ସେତୁ ନିକଟରେ ଏକାଧିକ ବାଲିଖାଦାନ ପାଇଁ ଲିଜ୍‌ ଦିଆଯାଇଛି। ମେଶିନରେ ବାଲି ଉତ୍ତୋଳନ କରାଯାଉଛି। ଓଭରଲୋଡିଂ ଯୋଗୁ ବୈତରଣୀ ସେତୁର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଛନ୍ତି। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri