Posted inଜାତୀୟ

ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌)ର ଦ୍ୱିତୀୟ ଏଲ୍‌ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର ଉଦ୍‌ଘାଟନ କରିଛନ୍ତି । ଚୁକ୍ତି ଅନୁଯାୟୀ ବାୟୁସେନାକୁ ତେଜସ ଏଲ୍‌ସିଏର ଡେଲିଭରି ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ । ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଟୁଇଟର ହ୍ୟାଣ୍ଡେଲ ଯୋଗେ ଦେଇଛନ୍ତି । ଏହାସହ ୩ ଫେବୃୟାରୀରେ ଏଠାରେ ଆୟୋଜିତ ହେବାକୁ ଯାଉଥିବା ଏୟରୋ ଇଣ୍ଡିଆ ଶୋ’ରେ ବି ସାମିଲ ହେବ ଯାହାର ଅଭ୍ୟାସ ବେଙ୍ଗାଲରୁରେ ୨ ଫେବୃୟାରୀରୁ ଆରମ୍ଭ ହୋଇଛି । ଏଥିରେ ଆମେରିକାର ଏୟାରକ୍ରାପ୍ଟ ବି-୧ ଲାନସର ବି ସାମିଲ ହେବ । ଭାରତରେ ଆମେରିକା ସର୍ମ୍ପକରେ ବୁଝୁଥିବା ଡନ୍ ହେଲଫିନ୍ କହିଛନ୍ତି ଚଳିତ ବାୟୁସେନାର ପ୍ରଦର୍ଶନରେ ଆମେରିକାର ପ୍ରମୁଖ ଏୟାରକ୍ରାପ୍ଟ ବି-୧ ଲାନସରକୁ ଫିଚର କରାଯିବ ଯାହା ପ୍ରଥମଥର ଲାଗି ଏୟରୋ ଇଣ୍ଡିଆରେ ଭାଗ ନେବ । ଏଲ୍‌ସିଏର ଦ୍ୱିତୀୟ ପ୍ରଡକ୍ସନ ଲାଇନ ଉଦ୍‌ଘାଟରେ ଯୋଗ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଆମର ଆତ୍ମନିର୍ଭର ଭାରତର ସଂକଳ୍ପ ପୂରଣ ହୋଇଛି । ଏହାଦ୍ୱାରା ବିଶ୍ୱର ଅନ୍ୟ ଦେଶକୁ ଏହି ବାର୍ତ୍ତା ଯିବ ଯେ ଯାନ୍ତ୍ରୀକ ଓ ଉତ୍ପାଦନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବାକୁ ଚାହୁଁଛୁ । ଆଉ ଏଥିପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି । ରାଜନାଥ କହିଛନ୍ତି ତେଜସ କେବଳ ସ୍ୱେଦେଶୀ ନୁହେଁ ଏହାର ଗୁରବତ୍ତା ବି ବିଦେଶୀ ଯୁଦ୍ଧ ବିମାନଠାରୁ ଉତ୍ତମ । ଏହି ଗୁଣବତ୍ତାରେ ଇଞ୍ଜିନ କ୍ଷମତା, ରାଡାର ସିଷ୍ଟମ ସହ ଦାମ ବି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri