Posted inରାଜ୍ୟ

ବାଘ ସୁରକ୍ଷାରେ ବନ ବିଭାଗ ବିଫଳ, ଖାଲି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ଭୁବନେଶ୍ୱର, ୩୧।୧(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆରମ୍ଭରୁ ବନ ବିଭାଗର ବଡ଼ବାବୁମାନେ ନାନା ବାହାବା ନେଉଛନ୍ତି, ହେଲେ ଠିକ୍‌ ସମୟରେ ବିଫଳ ହେଉଥିବାରୁ ରାଜ୍ୟରେ ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଘ ମୃତ୍ୟୁସଂଖ୍ୟା ବଢ଼ୁଥିବାବେଳେ ଗୋଟିକ ପରେ ଗୋଟିଏ ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହେଉଛି। ଗତ ଗୁରୁବାର ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନରେ ବାର୍‌ହା ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଶିକାର, ଫାଶ ଓ ରୋଗରେ ବହୁ ବାଘର ଜୀବନ ଯାଇଛି। ସେହିଭଳି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘ମହାବୀର’ର ମୃତ୍ୟୁ ଓ ବାଘୁଣୀ ‘ସୁନ୍ଦରୀ’ ଫେରିବା ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁନ୍ଦରୀ ଏବେ ସାତକୋଶିଆ ଅଭୟାରଣ୍ୟରେ ବନ୍ଦୀ ଜୀବନ ବିତାଉଛି। ତାକୁ ନେବା ପାଇଁ ମଧ୍ୟପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଶନିବାର ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଅନୁମତି ପରେ କାହ୍ନା ବ୍ୟାଘ୍ର ସଂରକ୍ଷଣ, ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଏବଂ ପେଞ୍ଚ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ସଫାରି ନିର୍ମାଣ କରାଯାଉଛି। ସେପର୍ଯ୍ୟନ୍ତ ‘ସୁନ୍ଦରୀ’କୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଘୋରେଲା କେନ୍ଦ୍ରରେ ସାମୟିକ ଭାବେ ରଖାଯିବ। ବର୍ତ୍ତମାନ ଘୋରେଲା କେନ୍ଦ୍ରରେ ଅନ୍ୟଏକ ବାଘ ତାଲିମ ନେଉଛି। ଏହାକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯିବା ପରେ ‘ସୁନ୍ଦରୀ’କୁ ସେଠାକୁ ନିଆଯିବ। ଏସବୁ ପ୍ରକ୍ରିୟା ପାଇଁ ‘ସୁନ୍ଦରୀ’ର ସ୍ଥାନାନ୍ତର ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ତେବେ ବନ ବିଭାଗର ଅପାରଗତା ଯୋଗୁ ରାଜ୍ୟରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଫେଲ୍‌ ମାରିଥିବା ଓ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ଓଡ଼ିଶାକୁ ୬ଟି ବାଘ ଆସିଥାନ୍ତା। ଏନ୍‌ଟିସିଏ ଓ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପ୍ରଥମେ ମଧ୍ୟପ୍ରଦେଶ ସରକାର ଓଡ଼ିଶାକୁ ଦୁଇଟି ବାଘ ଦେଇଥିଲେ। ପରବର୍ତ୍ତୀ ସମୟରେ ଆଉ ୪ଟି ଦେବାର ଥିଲା। କିନ୍ତୁ ମଧ୍ୟପ୍ରଦେଶରୁ ଆସିଥିବା ବାଘ ‘ମହାବୀର’ର ମୃତ୍ୟୁ ଘଟିଥିଲା ଓ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ହେବା ପରେ ତାକୁ ସାତକୋଶିଆ ରାଇଗୁଡ଼ା ଏନ୍‌କ୍ଲୋଜ୍‌ରେ ରଖାଯାଇଥିଲା। ପ୍ରାୟ ଦୁଇବର୍ଷ ହେବ ‘ସୁନ୍ଦରୀ’ ସେହିଭଳି ବନ୍ଦୀ ହୋଇ ରହିଛି।

ସେପଟେ ‘ମହାବୀର’ର ମୃତ୍ୟୁକୁ ନେଇ ମଧ୍ୟ ଏନ୍‌ଟିସିଏ କ୍ଷୋଭ ପ୍ରକାଶ କରିଥିଲା। ବାଘକୁ ସୁରକ୍ଷା ଦେଇ ନ ପାରିବାରୁ ତା’ର ମୃତ୍ୟୁ ହୋଇଥିଲା। ସେହିଭଳି ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାରେ ରାଜ୍ୟ ବନ ବିଭାଗ ଗାଇଡ଼ଲାଇନ ପାଳନ କରି ନ ଥିବା ଏନ୍‌ଟିସିଏ କହିଥିଲା। ପ୍ରକଳ୍ପ ପାଇଁ ଦିଆଯାଇଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲା ଏନ୍‌ଟିସିଏ। ଏ ନେଇ ଏନ୍‌ଟିସିଏ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲା। ଯେଉଁମାନଙ୍କ ପାଇଁ ଏସବୁ ବିଶୃଙ୍ଖଳା ହେଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍‌ଟିସିଏ ଚିଠିରେ ଉଲ୍ଲେଖ କରିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ କାହା ବିରୋଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ବହୁ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କାହାର ପଦୋନ୍ନତି ହୋଇଥିବାବେଳେ ଆଉ କିଛି ଅବସର ନେଇ ସାରିଲେଣି। ଏପରିସ୍ଥିତିରେ ବାଘ ସୁରକ୍ଷା ନାଁରେ ବନ ବିଭାଗ ଭେଳିକି କରୁଥିବା ବିଶେଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri