ପୋଲ ଉପରେ ପୁଅ, ଝିଅକୁ ବସାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଗୋପ, ୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ-ବାଲିଘାଇ ରାସ୍ତାର ଗୋପ ବଜାର ନିକଟ କୁଶଭଦ୍ରା ପୋଲ ଉପରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ପୋଲ ଉପରେ ବସାଇ ଆତ୍ମହତ୍ୟା କରିବାକୁ ଯାଉଥିଲେ। ତେବେ ପୋଲରୁ ତଳକୁ ଡେଇଁବା ସମୟରେ ଜଣେ ଲୋକ ଦୌଡ଼ିଯାଇ ତାଙ୍କୁ ଧରିଦେବାରୁ ବଡ଼ ବିପଦ ଟଳି ଯାଇଥିଲା। ପରେ ଉକ୍ତ ମହିଳାଙ୍କୁ ପୋଲିସ ତାଙ୍କ ପରିବାର ଜିମା ଦେଇଥିବା ଜଣାପଡିଛି।

ପୋଲିସ ସୂଚନାନୁସାରେ, ଉକ୍ତ ମହିଳା ଜଣକ ହେଉଛନ୍ତି ଗୋପ ଥାନା ଦଳନଈସ୍ଥିତ ବିଜିପୁର ଗ୍ରାମର କାହ୍ନୁଚରଣ ମହାରଣାଙ୍କ ଝିଅ ପାର୍ବତୀ (୩୧)। ସେ ୭/୮ ବର୍ଷ ପୂର୍ବେ ନିଆଳି ଥାନା ଅଧୀନ ପନିମାଳ ଗ୍ରାମର ତପନ ମହାରଣାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୪ ବର୍ଷର ପୁଅ ଓ ଗୋଟିଏ ୯ ମାସର ଝିଅ ଅଛନ୍ତି। ଶନିବାର ସକାଳେ ସେ ହଠାତ୍‌ ୨ ପିଲାଙ୍କୁ ଧରି ବାପଘର ଗାଁ ବିଜୁପୁରକୁ ଆସୁଥିଲେ। କିନ୍ତୁ ବାଟରେ କୁଶଭଦ୍ରା ପୋଲ ଉପରେ ୨ ଶିଶୁଙ୍କୁ ବସାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ତେବେ ଏହି ଖବର ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା। ଖବର ପାଇ ଥାନା ଏଏସ୍‌ଆଇ ରାଧାଶ୍ୟାମ ନାୟକ ଓ ଗଙ୍ଗାଧର ନାୟକ ସେଠାରେ ପହଞ୍ଚତ୍ ୨ ଶିଶୁଙ୍କ ସହ ପାର୍ବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ। କଥାବାର୍ତ୍ତାରେ ବ୍ୟତିକ୍ରମ ଦେଖାଦେବାରୁ ପୋଲିସ ଭାଇ ଦୁର୍ଗାଚରଣ ମହାରଣାଙ୍କୁ ଡାକି ମହିଳାଙ୍କ ସମ୍ପର୍କରେ ପଚାରି ତଦନ୍ତ କରିବା ସହ ତାଙ୍କ ସହ ଛାଡ଼ିଥିଲେ। ତେବେ ଭଉଣୀର ମୁଣ୍ଡ ଟିକିଏ ଖରାପ ଥିବାରୁ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଇ ଦୁର୍ଗାଚରଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri