ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଯୁବତୀ ଜଣକ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତତିନି ୨ୟ ବର୍ଷ ଛାତ୍ରୀ ଝରାଫୁଲ ନାୟକ(୨୧)। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ବୁନ୍ଦେଇପୋଷି ଗ୍ରାମରେ ବୋଲି ଜଣାପଡ଼ିଛି। ହତ୍ୟା ପରେ ଝରାଫୁଲଙ୍କୁ ୨ଜଣ ଯୁବକ ଏକ ସ୍କୁଟିରେ ଆଣି ପକାଇ ଦେଇପଳାଇ ଯାଇଥିବା ନିକଟ ଚାଷ ଜମିରେ କାମ କରୁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଏସମ୍ପର୍କରେ ଖବର ପାଇ କୁଆଖିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ନିକଟରୁ ମିଳିଥିବା ଏକ ଏୟାର ବ୍ୟାଗରୁ କିଛି ବହି, ଖାତା, ପୋଷାକ ମିଳଛି। ଖାତାରେ ଲେଖାଥିବା ଏକ ଫୋନ୍‌ ନମ୍ବରରେ ପୋଲିସ ଯୋଗାଯୋଗ କରିବାରୁ ତାହା ମୃତା ଯୁବତୀ ରହୁଥିବା ହଷ୍ଟେଲର ଜଣେ ଅନ୍ତେବାସିନୀଙ୍କ ବୋଲି ଜଣାପଡ଼ିଥିଲା। ଉକ୍ତ ଅନ୍ତେବାସିନୀଙ୍କ ଠାରୁ ମୃତା ଝରାଫୁଲଙ୍କ ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଯୋଗାଯୋଗ କରାଯିବାପରେ ପରିବାର ଲୋକେ ଥାନାରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ। ମୃତା ଯୁବତୀଙ୍କ ବାପା ରମାକାନ୍ତ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଦଫା ୩୦୨(ହତ୍ୟା), ୨୦୧(ପ୍ରମାଣ ନଷ୍ଟ)ରେ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ମୃତଦେହ ପଡ଼ିଥିବା ସ୍ଥାନରୁ ରାଜପଥ ଆଡ଼କୁ ପ୍ରାୟ ୩୦୦ମିଟର ଦୂରରେ ଥିବା ମୂଳାପାଳ ଛକର ଏକ ଦୋକାନର ସିସି ଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ମୃତଦେହକୁ ଏକ ସ୍କୁଟିରେ ଅଣାଯାଇ ସେଠାରେ ପକାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।
ମୃତ ଯୁବତୀଙ୍କ ବାପା ରମାକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଝରାଫୁଲ ଜଣେ ଅଧ୍ୟାପକଙ୍କ ଝିଅ ଜନ୍ମଦିନରେ ଯୋଗଦେବାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଯାଇଥିଲେ। ୨୫ ତାରିଖ ଦିନ ଜନ୍ମଦିନ ପାଳନ କରିବା ପରେ ରାତିରେ ସେଠାରେ ରହିଥିଲେ । ପରଦିନ ସକାଳେ ଝରାଫୁଲଙ୍କୁ ବସ୍‌ରେ ବସାଇ ଦେଇ ଅଧ୍ୟାପକ ଫେରିଯାଇଥିଲେ । ତେବେ ଝରାଫୁଲ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ବସ୍‌ରେ ବସିବାର ୫ମିନିଟ୍‌ ପରେ ବାଣୀବିହାର ଛକ ନିକଟରେ ଓହ୍ଲାଇ ପଡ଼ିଥଲେ । ସେ ତାର ସାଙ୍ଗ ଘରକୁ ଶୌଚ ହେବାକୁ ଯାଇଥଲେ ବୋଲି ଝରାଫୁଲ ତାଙ୍କ ବାପାଙ୍କୁ ଫୋନ୍‌ ଯୋଗେ ଜଣାଇଥଲେ । ତେବେ ବାପା ମଧ୍ୟାହ୍ନ ସମୟରେ ଝିଅ ବସ୍‌ରେ ବସିଲାଣିକି ନାହିଁ ଜାଣିବାକୁ ଫୋନ କରିବାରୁ ତାଙ୍କ ଫୋନ ବନ୍ଦ ଥିଲା। ଏହାପରେ ଝିଅ ଘରକୁ ଫେରିବା ନେଇ ସେମାନେ କୌଣସି ସୂଚନା ପାଇପାରି ନ ଥିଲେ। ଶେଷରେ ମୃତ ଦେହ ଯାଜପୁର ଜିଲାର କୁଆଖିଆ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ବୋଲି ପୋଲିସ ଠାରୁ ସୂଚନା ପାଇଥିଲେ। ତେବେ ଝରାଫୁଲଙ୍କୁ କେହି ହତ୍ୟାକରି ଆଣି ଏଠାରେ ଫୋପାଡି ଦେଇଛି ବୋଲି ବାପା ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । ଅପରପକ୍ଷରେ ଏହି ଘଟଣାକୁ ନେଇ ଅନେକ କଥା ଚର୍ଚ୍ଚାକୁ ଆସୁଛି ା ଝରାଫୁଲଙ୍କ ଏକ ଚପଲ ଘଟଣା ସ୍ଥଳରୁ ମିଳିଥିବାବେଳେ ଅନ୍ୟ ଏକ ଚପଲ ମୂଳାପାଳ ଛକରୁ ବାଲେଶ୍ୱର ଆଡକୁ ଲମ୍ବିଥିବା ରାଜପଥର ପୁରୁଣା ଥାନା ଛକରୁ ମିଳିଛି। ତେଣୁ ଯୁବତୀଙ୍କ ମୃତଦେହକୁ ଭୁବନେଶ୍ୱର ବଦଳରେ ବାଲେଶ୍ୱରପଟୁ ଅଣାଯାଇଥିବା ସନ୍ଦେହ କରାଯାଉଛି। ଏତଦ୍‌ବ୍ୟତିତ ପରିବାର ଲୋକେ ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ବୟାନରୁ ଜଣାଯାଇଛି ଯେ, ଯୁବତୀଙ୍କ ସହ ବାଙ୍କୀ ଅଞ୍ଚଳର ଜଣେ ଯୁବକଙ୍କ ସହ ବନ୍ଧୁତ୍ୱ ସମ୍ପର୍କ ରହିଥିଲା। ଉକ୍ତ ଯୁବକ ମୟୂରଭଞ୍ଜ ଜିଲାରେ ଠିକାଦାରୀ କାମ କରୁଥିଲେ। ଏହା ଜଣାପଡ଼ିବା ପରେ ଯୁବକଙ୍କ ସହ କଥା ନ ହେବାକୁ ଝରାଫୁଲଙ୍କୁ ପରିବାର ପକ୍ଷରୁ ବାରଣ କରାଯାଉଥିଲା। ଯାଜପୁର ଜିଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାଉରୀ ବନ୍ଧୁ ବେହେରା, ଏସଡିପିଓ ଚିନ୍ମୟ କୁମାର ନାୟକ ପ୍ରମୁଖ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

ଫଟୋ ଅଛି


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri