ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ପାର୍ଟି ମୁଖ୍ୟ। ଟିଏମ୍‌ସିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଓ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମମତା। ଗତବର୍ଷ ଡିସେମ୍ବରରେ ନନ୍ଦିଗ୍ରାମ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଅଧିକାରୀ। ତେବେ ୨୯୪ ବିଧାନସଭା ଆସନ ବିଶିଷ୍ଟ ରାଜ୍ୟରେ ମମତା ଭବାନିପୁର ପରେ କାହିଁକି ନନ୍ଦିଗ୍ରାମକୁ ହିଁ ତାଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳି ଭାବେ ବାଛିଲେ?

ମମତା କଂଗ୍ରେସରେ ରହି ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୮ରେ କଂଗ୍ରେସ ଛାଡ଼ିବା ପରେ ଗଠନ କରିଥିଲେ ନିଜ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ପୂରା ୩ ବର୍ଷ ପରେ ଟିଏମ୍‌ସି ପଶ୍ଚିମବଙ୍ଗରେ ଲଢ଼ିଥିଲା ତା’ର ପ୍ରଥମ ବିଧାନସଭା ନିର୍ବାଚନ । ସେଥର ୬୦ ଆସନ ଜିତିଥିବା ମମତାଙ୍କ ଦଳ ୨୦୦୬ରେ ହାତରୁ ଚାଲି ଯାଇଥିଲା ୩୦ ଆସନ। ସେତେବେଳେ ରାଜ୍ୟରେ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ(ବାମ ପନ୍ଥୀ ଦଳ)ଙ୍କ ସରକାର ଥାଏ। ୨୦୦୭ରେ ପୂର୍ବ ମେଦିନିପୁର ଜିଲାର ନନ୍ଦିଗ୍ରାମ ଅଞ୍ଚଳରେ ଘଟିଥିଲା ବଡ଼ ହିଂସାକାଣ୍ଡ। ସରକାର ଏହି ଅଞ୍ଚଳକୁ ସ୍ପେଶାଲ ଇକୋନୋମିକ୍‌ ଜୋନ ଘୋଷଣା କରି ୧୦ ହଜାର ଏକର ଜମିରେ ନିର୍ମାଣ କରିବାକୁ ଚାହୁଁଥିଲେ କେମିକାଲ ହବ। ଏହାକୁ ବିରୋଧ କରିଥିଲା ଟିଏମ୍‌ସି ନେତୃତ୍ୱାଧୀନ ବିରୋଧି ଦଳ। ଭାଜପା ଓ ଟିଏମ୍‌ସି ଭଳି ବିଭିନ୍ନ ବିରୋଧି ଦଳର କିଛି ସଦସ୍ୟ ମିଶି ଭୂମି ଉଚ୍ଛେଦ ପ୍ରତିରୋଧ କମିଟି (ବିୟୁପିସି) ଗଠନ କରିଥିଲେ, ଯାହାର ମୁଖ୍ୟ ଥିଲେ ଶୁଭେନ୍ଦୁ ଅଧିକାରୀ। ପ୍ରବଳ ଆନ୍ଦୋଳନ ପରେ ନନ୍ଦିଗ୍ରାମ ଅଞ୍ଚଳରେ ବଢ଼ିଯାଇଥିଲା ବଳାତ୍କାର ଓ ଲୁଟ ଭଳି ଘଟଣା। ୨୦୦୭ ମାର୍ଚ୍ଚ ୧୪ ତାରିଖ ରାତିରେ ୧୪ ଜଣ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଇଥିଲା। ଆହତ ହୋଇଥିଲେ ଅନେକ। ଏହି ଘଟଣାରେ ରାଜ୍ୟର ପୋଲିସ ମଧ୍ୟ ସମ୍ପୃକ୍ତ ଥିବାର ପରବର୍ତ୍ତୀ ସମୟରେ ମିଳିଥିଲା ପ୍ରମାଣ।

ପରେ ବହୁ ଅଭିନେତା, ନେତା, ଲେଖକ, ସଂଗଠନର ପ୍ରବଳ ବିରୋଧ ପରେ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ବୁଦ୍ଧଦେବଙ୍କ ନେତୃତ୍ୱାଧୀନ ସରକାର। ୨୦୦୯ରେ ଉପ ନିର୍ବାଚନରେ ନନ୍ଦିଗ୍ରାମ ହାତେଇଥିଲା ଟିଏମ୍‌ସି। ଆଉ ଏହାପରେ ବଦଳି ଯାଇଥିଲା ଦଳର ଭାଗ୍ୟ। ହିଂସାକାଣ୍ଡକୁ କେନ୍ଦ୍ର କରି ୨୦୧୧ ବିଧାନସଭା ନିର୍ବାଚନରେ ୧୮୪ ଆସନ ଜିତି ସରକାର ଗଢ଼ିଥିଲା ମମତାଙ୍କ ଟିଏମ୍‌ସି। ଗତ ୨୦୧୬ ନିର୍ବାଚନରେ ଦଳ ହାତେଇଥିଲା ସର୍ବାଧିକ ୨୧୧ ସିଟ୍‌ ।

ସେହି ନିର୍ବାଚନରେ ମମତା ନିଜର ସବୁଠୁ ବିଶ୍ୱସ୍ତ ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମରେ ଛିଡ଼ା କରିଥିଲେ। ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ପୂର୍ବରୁ ଦୁଇ ଥର ଏମ୍‌ପି ଥିବା ଶୁଭେନ୍ଦୁ । ଏଠାରେ ତାଙ୍କୁ ଖୁବ୍‌ ସମର୍ଥନ ମିଳେ। ଏହା ଦର୍ଶାଉଛୁ ନନ୍ଦିଗ୍ରାମ ଆସନ ମମତା ଓ ଟିଏମ୍‌ସି ପାଇଁ କେତେ ଏବଂ କାହିଁକି ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri