ଦାଦନ ପିଲାଙ୍କ ଶିକ୍ଷାରେ ଡୋରି

ଲାଠୋର, ୨୦।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚାଲିଥିବା ଋତୁକାଳୀନ ଆବାସିକ ଛାତ୍ରାବାସ ଏବେ ବନ୍ଦ ରହିଛି। ବକେୟା ଟଙ୍କା ମିଳି ନ ଥିବାରୁ ଶିକ୍ଷକମାନେ ଛାତ୍ରାବାସ ଖୋଲିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଅଞ୍ଚଳର ଦାଦନ ପରିବାରର ଶହ ଶହ ପିଲାଙ୍କ ଶିକ୍ଷାରେ ଡୋରି ବନ୍ଧା ହୋଇଛି। ଅଦ୍ୟାବଧି ଛାତ୍ରାବାସ ଖୋଲି ନ ଥିବାରୁ ଏହି ପିଲାମାନେ ସେମାନଙ୍କ ମା’ ବାପାଙ୍କ ସହିତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେଣି।
ଖପ୍ରାଖୋଲ ଏକ ଦାଦନ ପ୍ରବଣ ବ୍ଲକ। ପ୍ରତିବର୍ଷ ଏଠାକାର ଅଧିକାଂଶ ପରିବାର ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେମାନଙ୍କ ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ସରକାର ପ୍ରତିବର୍ଷ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ୬ ମାସ ପାଇଁ ବିଭିନ୍ନ ବିଦ୍ୟାଳୟରେ ଛାତ୍ରାବାସ ଖୋଲିଥାନ୍ତି। ଏହି ପିଲାଙ୍କ ଖାଦ୍ୟପେୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ସେହି କ୍ରମରେ ଗତ ୨୦୧୮-୧୯ରେ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୫ଟି ଛାତ୍ରାବାସ ଖୋଲି ୬ରୁ ୧୪ ବର୍ଷର ୭୧୫ଜଣ ଛାତ୍ରୀଛାତ୍ରଙ୍କୁ ରଖାଯାଇଥିଲା ଏବଂ ସେମାନଙ୍କ ଖାଦ୍ୟପେୟ ବାବଦରେ ୭୦ ଲକ୍ଷ ୨୭ ହଜାର ୧୬୨ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ସୂଚନାରୁ ଜଣାପଡିଛି। ସେଥିମଧ୍ୟରୁ ୫୩ ଲକ୍ଷ ୮୨ ହଜାର ଟଙ୍କା ଛାତ୍ରାବାସ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୬ ଲକ୍ଷ ୪୫ ହଜାର ୧୬୨ ଟଙ୍କା ବକେୟା ରହିଛି। ସେହିପରି ୨୦୧୯-୨୦ରେ ଉକ୍ତ ବ୍ଲକର ୧୬ଟି ବିଦ୍ୟାଳୟରେ ଛାତ୍ରାବାସ ଖୋଲି ୭୫୪ଜଣ ଛାତ୍ରୀଛାତ୍ରଙ୍କୁ ରଖି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଶେଷ କିସ୍ତି ଟଙ୍କା ପ୍ରଦାନ କରାଯାଇନାହିଁ। ୨୦୧୮-୧୯ ବର୍ଷର ବକେୟା ଟଙ୍କା ଏଯାବତ୍‌ ଦିଆଯାଇ ନ ଥିବାରୁ ଶିକ୍ଷକମାନେ ଛାତ୍ରାବାସ ଖୋଲିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ନିଜ ନାମ ଗୋପନ ରଖି କେତେକ ଶିକ୍ଷକ କହିଛନ୍ତି, ଛାତ୍ରାବାସ ପାଇଁ ଆମେ ଦୋକାନ ବଜାରରୁ ଟଙ୍କା ଧାର କରିଛୁ। ଟଙ୍କା ପ୍ରଦାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏପରି ସ୍ଥିତିରେ କେଉଁ ଶିକ୍ଷକ ଛାତ୍ରାବାସ ଖୋଲି ହଇରାଣରେ ପଡିବ ବୋଲି ସେମାନେ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଭାଗୀୟ ଅବହେଳା ଯୋଗୁ ଛାତ୍ରାବାସ ଖୋଲିବାରେ ବାଧା ସୃଷ୍ଟି ହେଉଛି। ଯାହାର ପ୍ରଭାବ ସିଧାସଳଖ ଦାଦନ ଶ୍ରମିକ ପରିବାରର ପିଲାଙ୍କ ଉପରେ ପଡ଼ୁଛି। ଏ ନେଇ ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଷଷ୍ଠୀ ପ୍ରସାଦ ଝାଙ୍କରଙ୍କୁ ପଚାରିବାରୁ ଟଙ୍କା ବକେୟା ଥିବା ବିଷୟରେ ଜାଣିନାହିଁ ବୋଲି କହିଥିଲେ।

-ଭୁବନେଶ୍ୱର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri