Posted inଖେଳ

ଦଳକୁ ଫେରିଲେ କୋହଲି, ହାର୍ଦ୍ଦିକ, ଈଶାନ୍ତ

ନୂଆଦିଲ୍ଲୀ, ୧୯।୧- ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିବା ପରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟାର୍ଗେଟରେ ହେଉଛି ଇଂଲଣ୍ଡ। ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର ଘୋଷିତ ହୋଇଯାଇଛି ୧୮ ଜଣିଆ ଭାରତୀୟ ଦଳ। ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦଳକୁ ଫେରିଛନ୍ତି। ଫିଟ୍‌ ହେବା ପରେ ଯଶପ୍ରୀତ୍‌ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ସ୍ଥାନ ପାଇଛନ୍ତି ବ୍ରିସବେନ ଟେଷ୍ଟର ହିରୋ ଶାର୍ଦ୍ଦୁଳ ଠାକୁର, ଓ୍ବାଶିଂଟନ ସୁନ୍ଦର ଓ ମହମ୍ମଦ ସିରାଜ।

ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ନୂଆ ଜାତୀୟ ଚୟନ କମିଟି ଆଗାମୀ ଇଂଲଣ୍ଡ ସିରିଜ ପାଇଁ ଦଳ ଚୟନ କରିଛି। ଭର୍ଚୁଆଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ବୈଠକ ସହ ଯୋଡ଼ି ହୋଇଥିଲେ ଅଧିନାୟକ ବିରାଟ। ବୈଠକରେ ଯୋଗ ଦେଇଥିବା ଅନ୍ୟ ଚୟନକର୍ତ୍ତାମାନେ ହେଲେ ସୁନୀଲ ଜୋଶୀ, ଆବେ କୁରୁଭିଲା, ଓଡ଼ିଶାର ଦେବାଶିଷ ମହାନ୍ତି ଓ ହରବିନ୍ଦର ସିଂ। ଦଳ ସହ ୪ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି ଚୟନକର୍ତ୍ତାମାନେ। ଏହି ଖେଳାଳିମାନେ ଭାରତୀୟ ଦଳ ସହିତ ଯାତ୍ରା କରିବେ ନାହିଁ। ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତାଙ୍କ ସ୍ଥାନରେ ଖେଳିବେ। ଏହା ବ୍ୟତୀତ କୋଭିଡ ମହାମାରୀ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ୫ ନେଟ୍‌ ବୋଲରଙ୍କୁ ମଧ୍ୟ ଚୟନ କରାଯାଇଛି।

ଭାରତୀୟ ଦଳ : ରୋହିତ ଶର୍ମା, ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ରିଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ(ଫିଟ୍‌ ହେଲେ ଖେଳିବେ), ଯଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

ଷ୍ଟାଣ୍ଡବାଇ ଖେଳାଳ: ଶାହାବାଜ ନଦୀମ, କେ.ଏସ୍‌. ଭରତ, ଅଭିମନ୍ୟୁ ଇଶ୍ୱରନ, ରାହୁଲ ଚହର। ନେଟ୍‌ ବୋଲର: ଅଙ୍କିତ ରାଜପୁତ, ଆଭେଶ ଖାଁ, ସନ୍ଦୀପ ଓ୍ବାରିୟର, କ୍ରିଷ୍ଣାପ୍ପା ଗୋଥାମ, ସୌରଭ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri