Posted inଖେଳ

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ଦ୍ୱିଶତକ ପରେ ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ

ଗାଲେ,୧୭।୧(ଏ.ପି.): ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଚିତ୍ତାକର୍ଷକ ଦ୍ୱିଶତକ ପରେ ଦୁଇ ଓପନର କୁଶଲ ପେରେରା ଓ ଲାହିରୁ ଥିରିମାନେଙ୍କ ଲଢୁଆ ବ୍ୟାଟିଂ ବଳରେ ଶ୍ରୀଲଙ୍କା ମ୍ୟାଚକୁ ଫେରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଇିନିଂସରେ ୪୬.୧ ଓଭରରେ ୧୩୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ରୁଟ୍‌ଙ୍କ ଦ୍ୱିଶତକୀୟ ପାଳି ବଳରେ ୧୧୭ ଓଭରରେ ୪୨୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ୨୮୬ ରନର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନଂସ ଆରମ୍ଭ କରି ଶ୍ରୀଲଙ୍କା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୬୧ ଓଭରରେ ୨ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଛି। ଫଳରେ ଶ୍ରୀଲଙ୍କା ଏବେ ୮ ଉଇକେଟ ବାକିଥାଇ ୧୩୦ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଥିରିମାନେ ୭୬ ଓ ନାଇଟ୍‌ ଓ୍ବାଚ୍‌ମ୍ୟାନ୍‌ ଲାସିଥ ଏମ୍ବୁଲଡେନିୟା ବିନା ସ୍କୋରରେ ଅପରାଜିତ ରହିଛନ୍ତି। ଅନ୍ୟତମ ଓପନର କୁଶଲ ପେରେରା ୬୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସାମ କୁରାନଙ୍କ ବଲ୍‌ରେ ଜ୍ୟାକ୍‌ ଲିଚ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ୧୫ ରନ କରିଥିବା ବେଳେ କୁଶଲ ମେଣ୍ଡିସ୍‌ ଲିଚ୍‌ଙ୍କ ବଲ୍‌ରେ ଉଇକେଟକିପର ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ କୁରାନ ଓ ଲିଚ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୨୦/୪ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଅଲ୍‌ଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ରୁଟ୍‌ ୧୬୮ରୁ ଖେଳ ଆରମ୍ଭ କରି ୨୨୮ ରନର ଦ୍ୱିଶତକୀୟ ପାଳି ଖେଳି ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ମିଡ୍‌ଉଇକେଟରେ ଏମ୍ବୁଲଡେନିୟାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହି କ୍ରମରେ ରୁଟ୍‌ କ୍ୟାରିୟରର ଚତୁର୍ଥ ଟେଷ୍ଟ ଦ୍ୱିଶତକ ଅର୍ଜନ କରିଛନ୍ତି। ସେହିପରି ଓଭରନାଇଟ୍‌ ସ୍କୋର ୭ରୁ ଖେଳ ଆରମ୍ଭ କରି ଜୋଶ ବଟ୍‌ଲର ୩୦ ରନକରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ ଲିଚ୍‌ ୪, ମାର୍କ ଉଡ ୨ ରନ କରି ଆଉଟ ହୋଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍‌ ୧୧ ରନକରି ଅପରାଜିତ ରହିଥିଲେ। ସାମ କୁରାନ ଓ ଡୋମ ବେସ୍‌ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଦିଲରୁଓ୍ବାନ ପେରେରା ସର୍ବାଧିକ ୪, ଏମ୍ବୁଲଡେନିୟା ୩, ଆସିଥା ଫର୍ନାଣ୍ଡୋ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ-୪୬.୧ ଓଭରରେ ୧୩୫ ଅଲ୍‌ଆଉଟ।
ଇଂଲଣ୍ଡ ପ୍ରଥମ ଇନିଂସ- ୧୧୭.୧ ଓଭରର ୪୨୧ ଅଲ୍‌ଆଉଟ
(ଜୋ ରୁଟ- ୨୨୮, ଡାନ ଲରେନ୍ସ- ୭୩, ବଟଲର- ୩୦, ବେୟାରଷ୍ଟୋ- ୪୭, ପେରେରା- ୪/୧୦୯, ଏମ୍ବୁଲଡେନିୟା- ୩/୧୭୬, ଅସିଥ ଫର୍ନାଣ୍ଡୋ- ୨/୪୪)।
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୬୧ ଓଭରରେ ୧୫୬/୨
(ପେରେରା- ୬୨, ଥିରିମାନେ- ୭୬*, କୁରାନ- ୧/୨୫, ଲିଚ୍‌-୧/୬୭)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri