ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ ଲଳିତଗିରିରୁ ଆବିଷ୍କୃତ ବୁଦ୍ଧଙ୍କ ଅସ୍ଥି ଅନ୍ୟ କେଉଁଠି ଦେଖାଯାଏ ନାହିଁ। ଯେଉଁଥି ପାଇଁ ୧୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍‌ଆଇ) ପକ୍ଷରୁ ଓଡ଼ିଶାର ପ୍ରଥମ ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ଲଳିତଗିରିଠାରେ କରାଯାଇଛି। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସ ଜରିଆରେ ଏହାର ଲୋକାର୍ପଣ କରିଥିଲେ। ସେତେବେଳେ ଏଏସ୍‌ଆଇ ତରଫରୁ ଏହି ସଂଗ୍ରହାଳୟ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ଏହାର ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିବା ଦେଖିବାକୁ ମିଳିଛି। ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହାର ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଦିବାରାତ୍ର ୨୪ଘଣ୍ଟା ତିନି ଥାକରେ ଏହି ସଂଗ୍ରହାଳୟ ପାଇଁ ୬ଜଣ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଓ ୬ଜଣ ପର୍ଯ୍ୟଟକ ଗାଇଡ୍‌ ରହିବା କଥା। କିନ୍ତୁ ଏବେ ମାତ୍ର ଜଣେ ବନ୍ଧୁକଧାରୀ ଓ ୫ ଜଣ ପର୍ଯ୍ୟଟକ ଗାଇଡ୍‌ ରହିଛନ୍ତି। ଅନ୍ୟପକ୍ଷରେ ବୌଦ୍ଧବିହାର ପାଇଁ ୧୦ ଜଣ କର୍ମଚାରୀ ନିଯୁକ୍ତ ଥିଲାବେଳେ ୭ ଜଣ ରହିଛନ୍ତି। ଏତେବଡ଼ ପରିସୀମା ମଧ୍ୟରେ ରହିଥିବା ଏହି ବୌଦ୍ଧ ବିହାରର ସୁରକ୍ଷା ପାଇଁ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରିଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
ଏଏସ୍‌ଆଇ ପକ୍ଷରୁ ୧୯୮୫-୮୬ରେ ଲଳିତଗିରିର ବୌଦ୍ଧ କୀର୍ତ୍ତିରାଜି ଖନନ ସମୟରେ ସେଠାରେ ଥିବା ବିରାଟ ବୌଦ୍ଧ ସ୍ତୂପ ମଧ୍ୟରୁ ବୁଦ୍ଧଙ୍କ ଅସ୍ଥି ମିଳିଥିଲା। ଏହି ଅସ୍ଥି ୩ଟି ଫରୁଆ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା। ସ୍ତୂପ ମଧ୍ୟରୁ ଏକ କାଠଫରୁଆ ମିଳିଥିଲା। ଏହି କାଠଫରୁଆ ମଧ୍ୟରେ ଏକ ରୁପାଫରୁଆ ଓ ରୁପାଫରୁଆ ମଧ୍ୟରେ ଏକ ସୁନାଫରୁଆ ଭିତରେ ଅସ୍ଥି ରହିଥିଲା। ସେତେବେଳେ ଏଏସ୍‌ଆଇ ତରଫରୁ ଅସୁରକ୍ଷିତ ମନେକରି ଭୁବନେଶ୍ୱରଠାରେ ଥିବା ସଂଗ୍ରହାଳୟରେ ଏହାକୁ ନେଇ ରଖାଯାଇଥିଲା। ଏଏସ୍‌ଆଇର ତତ୍କାଳୀନ ଓଡ଼ିଶା ଅଧୀକ୍ଷକ ଗୋପାଳ ଚନ୍ଦ୍ର ଚାଓଲେଙ୍କ ନେତୃତ୍ୱରେ ଖନନ ଚାଲିଥିଲା ବେଳେ ଏହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏଠାରୁ ଆବିଷ୍କୃତ ମହାସ୍ତୂପ ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟର ବୋଲି ଐତିହାସିକ ମତ ରଖିଥିଲା ବେଳେ ଏଠାରୁ ମିଳିଥିବା ବୁଦ୍ଧଙ୍କ ଅସ୍ଥି ଫରୁଆରେ କୌଣସି ଶିଳାଲେଖ ନ ଥିବାରୁ ଏହା କେଉଁ ସମୟର ତାହା ଆକଳନ କରିବା କଷ୍ଟକର ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଓ ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଲେଟ ପ୍ରୁଫ୍‌ ସଂଗ୍ରହାଳୟ କରାଯାଇ ସେଠାରେ ରୁପା ଓ ସୁନା ଫରୁଆରେ ଥିବା ଅସ୍ଥି ରଖା ଯାଇଥିଲା। ୯୦ ଏକର ପରିମିତ ଜମିରେ ଲଳିତଗିରିର ବ୍ୟାପକ ବୌଦ୍ଧ କୀର୍ତ୍ତିରାଜି ରହିଛି। ଏଠାରୁ ଗୌତମ ବୁଦ୍ଧଙ୍କ ପଥର ନିର୍ମିତ ଭୂମି ସ୍ପର୍ଶ ବୁଦ୍ଧ, ଧ୍ୟାନ ବୁଦ୍ଧ, ଅଭୟ ବୁଦ୍ଧ, ଧର୍ମଚକ୍ର ବୁଦ୍ଧ, ବରଦା ମୁଦ୍ରା ଆଦି ମୂର୍ତ୍ତି ଆବିଷ୍କୃତ ହୋଇଥିଲାବେଳେ ୩ରୁ ଅଧିକ ଚୈତ୍ୟ ଗୃହ ଓ ବୌଦ୍ଧ ବିହାର ଆବିଷ୍କୃତ ହୋଇଛି। ବ୍ୟାପକ ପର୍ଯ୍ୟଟକ ଆସୁଥିଲା ବେଳେ କର୍ମଚାରୀ ସଂଖ୍ୟା କମ୍‌ ଥିବାରୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଏଏସ୍‌ଆଇ ଉପଅଧୀକ୍ଷକ ମାନସ ଚନ୍ଦ୍ର ସାହୁ କହିଛନ୍ତି, କରୋନା କଟକଣା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ଥିବାରୁ କର୍ମଚାରୀ ସଂଖ୍ୟା କମ୍‌ ଅଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ଅଧିକ ସୁରକ୍ଷା କର୍ମୀ ନିଯୁକ୍ତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri