Posted inଖେଳ

ସଚିନ, କୋହଲିଙ୍କୁ ପଛରେ ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୮।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତାଙ୍କର ୨୭ତମ ଟେଷ୍ଟ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଷ୍ଟିଭ ସ୍ମିଥ ପ୍ରଥମ ଇନିଂସରେ ଚମତ୍କାର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ଷ୍ଟିଭ ସ୍ମିଥ ତାଙ୍କର ୨୭ ତମ ଟେଷ୍ଟ ଶତକ ମାରଛନ୍ତି। ସ୍ମିଥ ୧୪ଇନିଂସ ପରେ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ସେ ସେପ୍ଟେମ୍ବର ୪ ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ମଞ୍ଚେଷ୍ଟରରେ ୨୧୧ ରନ ସ୍କୋର କରିଥିଲେ। ଡନ ବ୍ରାଡମ୍ୟାନଙ୍କ ପରେ ଷ୍ଟିଭ ସ୍ମିଥ ଦ୍ରୁତତମ ୨୭ ଟେଷ୍ଟ ଶତକ ହାସଲ କରିଛନ୍ତି। ଡନ ବ୍ରାଡମ୍ୟାନ ୭୦ ଇନିଂସରେ ଦ୍ରୁତତମ ୨୭ ଟେଷ୍ଟ ଶତକ ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ମିଥ ସଚିନ ଏବଂ କୋହଲିଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ସଚିନ ଏବଂ କୋହଲି ୧୪୧ ଇନିଂସରେ ଏହି ରେକର୍ଡ ସ୍ଥାପନ କରିଛନ୍ତି। ଭାରତ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ ଷ୍ଟିଭ ସ୍ମିଥ ବିଫଳ ଥିଲେ। ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଷ୍ଟିଭ ସ୍ମିଥ ୧ ଓ ଅପରାଜିତ ୧ ସ୍କୋର କରିଥିଲେ। ଏଥି ସହିତ ମେଲବୋନର୍ର୍ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୦ ଏବଂ ୮ ରନ ଖେଲିଥିଲି। ଏହିପରି, ଷ୍ଟିଭ ସ୍ମିଥ ଦୁଇଟି ଟେଷ୍ଟର ଚାରି ଇନିଂସରେ ମୋଟ ୧୦ ରନ କରିଥିଲେ। ସ୍ମିଥଙ୍କ ବ୍ୟାଟ ପୂର୍ବରୁ ଏତେ ଚୁପ ହୋଇ ନ ଥିଲା।

ଭାରତ ବନାମ ଅଷ୍ଟ୍ରେଲିଆ
ଟେଷ୍ଟ କ୍ରିକେଟରେ ୨୭ ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ
ଡନ ବ୍ରାଡମ୍ୟାନ – ୭୦
ଷ୍ଟିଭ ସ୍ମିଥ -୧୩୬
ବିରାଟ କୋହଲି – ୧୪୧
ସଚିନ ତେନ୍ଦୁଲକର – ୧୪୧
ସୁନୀଲ ଗାଭାସ୍କର – ୧୫୪
ମାଥ୍ୟୁ ହେଡେନ – ୧୫୭


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri