Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଗୋଆ ମ୍ୟାଚ୍‌ ଡ୍ର

ଭାସ୍କୋ, ୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଇଷ୍ଟ ବେଙ୍ଗଲ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଇଷ୍ଟ ବେଙ୍ଗଲ ତରଫରୁ ୭୯ତମ ମିନିଟ୍‌ରେ ନାଇଜେରିଆନ ଫରଓ୍ବାର୍ଡ ବ୍ରାଇଟ୍‌ ଇନୋବାଖରେ ଏକ ସୁନ୍ଦର ଫିଲ୍ଡ ଗୋଲ ସ୍କୋର କରିଥିଲେ। ଏହାର ଠିକ୍‌ ୨ ମିନିଟ୍‌ ପରେ ଗୋଆ ଏହି ଗୋଲ ପରିଶୋଧ କରିଥିଲା। ଗୋଆ ତରଫରୁ ଦେବେନ୍ଦ୍ର ମୁରଗାଓଁକର ୮୧ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ସାରା ମ୍ୟାଚରେ ଗୋଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏକାଧିକ ଗୋଲ ସୁଯୋଗ ପାଇଥିଲେ ମଧ୍ୟ ଗୋଆ ଗୋଲ ସ୍କୋର କରିପାରି ନ ଥିଲା। ଇଷ୍ଟ ବେଙ୍ଗଲ ଗୋଲକିପର ଦେବଜିତ୍‌ ମଜୁମ୍‌ଦାର ଗୋଆର ସବୁ ଆକ୍ରମଣକୁ ପଣ୍ଡ କରିଥିଲେ। ଅପେକ୍ଷାକୃତ ଭଲ ଖେଳିଥିଲେ ମଧ୍ୟ ଗୋଆ ବିଜୟ ହାସଲ କରିପାରି ନ ଥିଲା। ଫଳରେ ଗୋଆ କୋଚ୍‌ ଜୁଆନ ଫେରାଣ୍ଡୋ ନୌରାଶ୍ୟ ଜାହିର କରିଛନ୍ତି। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆ ଇଷ୍ଟ ବେଙ୍ଗଲ ତୁଳନାରେ ଯଥେଷ୍ଟ ଆଗରେ ରହିଥିଲା। ୫୬ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଡ୍ୟାନି ଫକ୍ସ ରେଡ୍‌ କାର୍ଡ ପାଇଥିଲେ।
ଏଥିସହି ଗୋଆ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ, ୩ଟି ଲେଖାଏ ଡ୍ର ଓ ପରାଜୟ ସହ ୧୫ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୯ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୭ ପଏଣ୍ଟ ପାଇଁ ତାଲିକାର ନବମ ସ୍ଥାନରେ ରହିଛି। ଇଷ୍ଟ ବେଙ୍ଗଲ ତା’ର ପରବର୍ତ୍ତୀ ମ୍ୟାଚ ଆସନ୍ତା ଶନିବାର ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ଖେଳିବ। ସେହିପରି ଗୋଆ ୧୪ ତାରିଖ ଗୁରୁବାର ତା’ର ପରବର୍ତ୍ତୀ ମ୍ୟାଚରେ ଜାମଶେଦପୁର ଏଫ୍‌ସିକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri