Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସ ୫ ଉଇକେଟରେ ବିଜୟୀ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସ ୫ ଉଇକେଟରେ ଜାଗୁଆର୍ସକୁ ପରାସ୍ତ କରିଛି। ଜାଗୁଆର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୧୩ ରନ କରିଥିବାବେଳେ ପୁମାସ ୧୮ ଓଭରରେ ୫ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରି ନେଇଥିଲା। ଚଳିତ ଲିଗ୍‌ରେ ୭ ମ୍ୟାଚରୁ ପୁମାସର ଏହା ୫ମ ବିଜୟ। ଏଥିସହ ଦଳ ୨୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ଜାଗୁଆର୍ସ ୭ ମ୍ୟାଚରୁ ୬ଷ୍ଠ ପରାଜୟ ବରଣ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜାଗୁଆର୍ସ ପ୍ରତିପକ୍ଷ ବୋଲରଙ୍କୁ ସାମ୍ନା କରିପାରି ନ ଥିଲା। ନିୟମିତ ବ୍ୟବଧାନରେ ଉଇକେଟ ପତନ ମଧ୍ୟ ଦଳପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ପାରି ନ ଥିଲା। ଦଳ ପକ୍ଷରୁ ଅଧିନାୟକ ଗିରିଜା ରାଉତ ସର୍ବାଧିକ ୨୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍‌ସୁଲ ଖାଁ ୨୧ ଓ ନିର୍ବିଶଙ୍କର ବାରିକ ୧୯ ରନର ଅବଦାନ ରଖିଥିଲେ। ବିପକ୍ଷ ବୋଲରଙ୍କ ମଧ୍ୟରେ ଧିରାଜ ସିଂ ଓ ଟୁକୁନା ସାହୁ ୨ଟି ଲେଖାଏ ଏବଂ ପ୍ରଶାନ୍ତ ରଣା, ଜିତେନ୍ଦ୍ର ଥାପ୍ପା ଓ ପ୍ରୟାସ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୧୪ ରନର ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପୁମାସର ଆରମ୍ଭ ମଧ୍ୟ ଭଲ ହୋଇ ନ ଥିଲା। ତେବେ ଅଧିନାୟକ ଅରବିନ୍ଦ ସିଂ ୨୮ ବଲରୁ ୩୫ (୨ ଚୌକା, ୧ ଛକା) ରନରେ ଅପରାଜିତ ରହି ୨ ଓଭର ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ। ପୂର୍ଣ୍ଣଚନ୍ଦ୍ର ମାଝି ୨୭ ଓ ସନ୍ଦୀପ ପଟ୍ଟନାୟକ ୨୧ ରନ ସ୍କୋର କରିଥିଲେ। ପରାଜିତ ଦଳର ରଶ୍ମିରଞ୍ଜନ ସାହୁ ୨ଟି ଏବଂ ମନୋଜ କାଶ୍ୟପ, ରାହୁଲ ଚୌଧାରୀ ଓ ସନ୍ଦୀପ ଚୌହାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅରବିନ୍ଦ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓସିଏ ସଦସ୍ୟ ତଥା ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଜାହାଙ୍ଗୀର ଖାଁ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri