‘ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ’

ପୁରୀ ଅଫିସ,୨୬ା୧୨: ‘ନୂତନ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ଆଉ କୋଭିଡ୍‌ ପରିସ୍ଥିତି ନ ଆସୁ। ସାମଗ୍ରିକ ଭାବେ ସମସ୍ତଙ୍କର ଉନ୍ନତି ହେଉ। କରୋନା ଯୋଗୁ ରାଜ୍ୟ ଅର୍ଥନୀତି କିଛି ମାତ୍ରାରେ ପ୍ରଭାବିତ ହୋଇଛି। ମାତ୍ର ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଏ ଦିଗରେ ଏକ ସକାରାତ୍ମକ ପ୍ରଭାବ ପକାଇବାରେ ସଫଳ ହୋଇଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଅନେକ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଏସବୁ କିଭଳି ଭାବେ ସଫଳ ରୂପାୟନ ହେବ ସେନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଛନ୍ତି।
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମହାପାତ୍ର ଶୁକ୍ରବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସସ୍ତ୍ରୀକ ସେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ସେବାୟତମାନେ ତାଙ୍କୁ ଖଣ୍ଡୁଆ ବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ। ପରେ ସେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଜିଲାପାଳ ବଲୱନ୍ତ ସିଂ, ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିରରୁ ଫେରିବା ପରେ ସେ ଭକ୍ତଙ୍କ ଲାଗି ହୋଇଥିବା ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନିଜେ କିଓସ୍କୋ ପାଖରେ ପହଞ୍ଚି ହାତ ସାନିଟାଇଜ କରି ଫଟୋ ଉଠାଇଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତୁତି ନେଇ ସନ୍ତୁଷ୍ଟ ଥିବା କହିଥିଲେ। ଜଗନ୍ନାଥ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥା ସୁବ୍ୟବସ୍ଥିତ। ପର୍ଯ୍ୟାୟ କ୍ରମେ ଦର୍ଶନ ଅନୁମତି ଦେଇ ଜିଲା ପ୍ରଶାସନ ଠିକ ନିଷ୍ପତ୍ତି ନେଇଛି ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି କହିଛନ୍ତି ଯେ, ନୂତନ ପଦବୀ ମୋ’ ପାଇଁ ନୂଆ ଆହ୍ବାନ ନେଇ ଆସିଛି। ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ଗୁରୁ ଦାୟିତ୍ୱ ମିଳିଛି। ଏହାକୁ ସୁଚାରୁ ରୂପେ ସମ୍ପାଦନ କରି ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବି। ସେହିପରି କରୋନା ଷ୍ଟ୍ରେନ୍‌ର ଆଶଙ୍କାକୁ ନେଇ ସେ କହିଛନ୍ତି ଯେ, କୋଭିଡ୍‌ ସମୟରେ ଓଡ଼ିଶା ଯେଉଁଭଳି ଭାବେ ମୁକାବିଲା କରିଛି ତାହା ଖୁବ୍‌ କମ୍‌ ରାଜ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି। ଓଡ଼ିଶାରେ ମୃତ୍ୟୁ ହାର ମଧ୍ୟ କମ୍‌ ରହିଛି। ଆଗାମୀ ଦିନରେ କରୋନା ବିରୋଧରେ ଲଢ଼େଇ ଜାରି ରହିବ। ସାଧାରଣ ଲୋକେ ସଚେତନ ହେବା ସହ କୋଭିଡ୍‌ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁରେଶ ମହାପାତ୍ର ଶ୍ରୀମନ୍ଦିରର ପ୍ରଥମ ପ୍ରଶାସକ ଥିଲେ। ଏବେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri