ଜିଲା ପରିଷଦ ଉପନିର୍ବାଚନ: ବୁଥ୍‌ରେ ଗ୍ଲୋବ୍ସ, ମାସ୍କ ବ୍ୟବସ୍ଥା ନାହିଁ

କଟକ ସଦର,୨୧।୧୨(ଡି.ଏନ୍‌.ଏ.): ଆସନ୍ତା ୨୨ରେ କଟକ ଜିଲାପରିଷଦ ୭ନଂ. ଜୋନ୍‌ ଉପନିର୍ବାଚନ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନୁଷ୍ଠିତ ହେବ। ବୁଥ୍‌ରେ ସାମାଜିକ ଦୂରତା ସହ ଭୋଟରମାନଙ୍କ ଥର୍ମାଲ ସ୍କାନିଂ ଓ ସାନିଟାଇଜର ଦ୍ୱାରା ହାତ ସଫାର ବ୍ୟବସ୍ଥା ରହିଛି। ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଗ୍ଲୋବ୍ସ (କେବଳ ଡାହାଣ ହାତ) ଓ ମାସ୍କ ଦିଆଯିବା ବ୍ୟବସ୍ଥା ଥିବାବେଳେ ଏହି ଉପନିର୍ବାଚନ ପାଇଁ ଏଭଳି ବ୍ୟବସ୍ଥା ନାହିଁ। ଏ ସମ୍ପର୍କରେ କଟକ ଜିଲା ପଞ୍ଚାୟତ ଅଧିକାରୀ ଚକ୍ରଧର ମାହାଳି କହିଛନ୍ତି, ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଗାଇଡ୍‌ଲାଇନ୍‌ରେ ଏହି ସବୁ ଜିନିଷ ଯୋଗାଇ ଦେବା ବ୍ୟବସ୍ଥା ନାହିଁ। ପ୍ରତି ବୁଥ୍‌ରେ ଭୋଟରଙ୍କ ତାପମାତ୍ରା ମାପିବା ସହ ସାନିଟାଇଜର ଦେବା ପାଇଁ ସ୍ଥାନୀୟ ଅଙ୍ଗନଓ୍ବାଡି ଓ ଆଶାକର୍ମୀମାନଙ୍କୁ ୩୦୦ ଟଙ୍କା ଲେଖାଏ ପାରିଶ୍ରମିକ ଦିଆଯିବା ବ୍ୟବସ୍ଥା ରହିଛି। ମୋଟ୍‌ ୧୨୪ଟି ବୁଥ ମଧ୍ୟରୁ ୫୪ଟି ବୁଥ୍‌ ବିଭିନ୍ନ ଗୋଷ୍ଠୀକେନ୍ଦ୍ରରେ ହେଉଥିବାରୁ ଚେୟାର, ଟେବୁଲ ନିକଟତମ ହାଇସ୍କୁଲରୁ ଆଣିବା ବ୍ୟବସ୍ଥା ରହିଛି। ସାଧାରଣ ନିର୍ବାଚନରେ ବୁଥ୍‌ରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା ରହିଥିବାବେଳେ ଏହି ଜିଲାପରିଷଦ ଉପନିର୍ବାଚନରେ ଲଣ୍ଠନ ବ୍ୟବସ୍ଥା କରାଯାଇ ମତଦାନ କେନ୍ଦ୍ରକୁ ଆଲୋକିତ କରାଯିବ। ବିଦ୍ୟାଳୟରେ ଶୌଚ ପାଇଁ ପାଇଖାନା ଥିବାବେଳେ ଗୋଷ୍ଠୀକେନ୍ଦ୍ରରେ ଏହି ସୁବିଧା ନାହିଁ। ତେଣୁ ପୋଲିଂ ପାର୍ଟିଙ୍କ ପାଖ ବିଦ୍ୟାଳୟରେ ରାତ୍ରିଯାପନ ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri