ପରୀ ପରିବାରକୁ ନ୍ୟାୟ ପାଇଁ ପଦଯାତ୍ରା କରିବ ଭାଜପା

ଦେବଗଡ଼,୧୭ା୧୨(ଡି.ଏନ.ଏ)-ପରୀ ଓ ତା’ର ବାପା ମା’ଙ୍କୁ ନ୍ୟାୟ ଦେବାପାଇଁ ଭାଜପା ବଦ୍ଧ ପରିକର ା ଏଣୁ ଏଥିପାଇଁ ଭାଜପା ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଚଳିତମାସ ୧୫ ତାରିଖଠାରୁ ପଦଯାତ୍ରା ଆରମ୍ଭ ହୋଇଛି ଓ ଏହା ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି ା ବୁଧବାର ଭାଜପା ରାଜ୍ୟ ସଭାପତି ମହାନ୍ତି ତାଙ୍କର ଦେବଗଡ ଗସ୍ତ ଅବସରରେ ଏହା ପ୍ରକାଶ କରିବାସହ ରାଜ୍ୟରେ ଅନ୍ୟୁନ ୫୫୦୩ ଜଣ ଶିଶୁଙ୍କ ନିଖୋଜ ଘଟଣାରେ ସରକାରଙ୍କ ଶିଥିଳତା ନେଇ ମହାନ୍ତି ଗଭୀର ଉଦବେଗ ପ୍ରକାଶ କରିଥିଲେ। ସଭାପତି ମହାନ୍ତି ପ୍ରଧାନପାଟ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳାରେ ପହଞ୍ଚିବା କ୍ଷଣି ତାଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ, ସଚୀକାନ୍ତ ଦାସ, ପୂର୍ବତନ ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଅରୁଣ କୁମାର ସାହୁ, ଅରୁନ୍ଧତୀ ଦେବୀ, ନଗର ଭାଜପା ସଭାପତି ଦିବ୍ୟଶଙ୍କର ଖୁଟିଆ, ପୂର୍ବତନ ନଗର ସଭାପତି ରମଣୀକାନ୍ତ ଦାସ, ରମଣୀ ରଞ୍ଜନ ଆଚାଯର୍‌ୟ, ସୁଧିର କୁମାର ବ୍ରହ୍ମା, ମୋତିଲାଲ ଶର୍ମା, ସରୋଜ ପାଢୀ ଓ କିଶୋର ବେହେରାଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ ା ଏହି ଅବସରରେ ଜିଲା ଭାଜପା ସଭାପତି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉପରୋକ୍ତ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସମେତ ରେଙ୍ଗାଳୀ ବିଧାୟକ ନାଉରୀ ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ଦେବଗଡ ଜିଲା ଭାଜପା ପ୍ରଭାରୀ ଧୀରେନ ସେନାପତି, ଛେଣ୍ଡିପଦାର ଅଗସ୍ତି ବେହେରା, ସମ୍ବଲପୁର ଜିଲା ଭାଜପା ସଭାପତି ଗିରଶ ପଟେଲ ଓ ରାଧେଶ୍ୟାମ ବାରିକ ପ୍ରମୁଖ ମଞ୍ଚାସୀନ ରହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ମୃତଦେହ ଠାବ, ପଥର ବାନ୍ଧି ନାଳରେ ଫିଙ୍ଗାଯାଇଥିବା ଅନୁମାନ

ଦେବଗଡ,୪।୧୨( ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଟାଇଁସିରା ଯୌତୁକନାଳରେ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଥିବା ବେଳେ ହତ୍ୟା ସନ୍ଦେହ ବୋଲି କୁହାଯାଉଛି। ମୃତଦେହଟି...

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…

ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା...

ବିବାହ ପାଇଁ ଜିଦ୍‌ ଧରିବାରୁ ମହିଳାଙ୍କୁ ମାରିଦେଲେ ହୋମଗାର୍ଡ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦେବଗଡ଼,୨୭ା୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନାଞ୍ଚଳରେ ଗତ ୨୧ ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ମହିଳାଙ୍କ ପ୍ରେମିକଙ୍କୁ...

ଭିଜିଲାନ୍ସ ଜାଲରେ କାଦୋପଡା ପେକ୍ସ ସମ୍ପାଦକ: ୪୦.୭୧ ଲକ୍ଷ ଟଙ୍କା ହେରଫେର …

ଦେବଗଡ,୨୧|୧୧(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଜିଲା କାଦୋପଡା ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ...

ବାନ୍ଧବୀଙ୍କ ସହ ଗଞ୍ଜେଇ ଚାଲାଣ କରୁଥିଲେ ଯୁବକ, ବାଟରେ ଛକି ରହିଥିଲା ପୋଲିସ, ଆଉ ତା’ପରେ…

ଦେବଗଡ,୨୦।୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ପୋଲିସକୁ ସଫଳତା । ବାନ୍ଧବୀଙ୍କ ସହ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗୋଡାଇ ଗୋଡାଇ...

ବେଆଇନ ଗଞ୍ଜେଇ ଜବତ ଘଟଣା:ଜେଲ ଗଲେ ଦୁଇ ଅଭିଯୁକ୍ତ

ଦେବଗଡ,୧୯ା୧୧(ଶଶାଙ୍କ ଶେଖର ଝାଙ୍କର):ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ କୁରଡ ଗ୍ରାମରୁ ଗିରଫ କରିଥିବା କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ...

ପ୍ରେମଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଜେଲ ହାଜତକୁ ଗଲେ ସୁରେଶ

ଦେବଗଡ,୧୮ା୧୧(ଶଶାଙ୍କ ଶେଖର ଝାଙ୍କର): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ବାରକୋଟ ଥାନା ପୋଲିସ କେନ୍ଦୁଝର ଜିଲା ତେଲକୋଇ ଥାନା ବେରିଡା ଗ୍ରାମର ଜଣେ...

ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର: ୨ ଗିରଫ

ଦେବଗଡ,୧୬।୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କପାଗୋଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri