କରୋନା ପରବର୍ତ୍ତୀ ସମସ୍ୟା

ଡା. ସତ୍ୟସ୍ବରୂପ ପଟ୍ଟନାୟକ

 

କରୋନାରୁ ସୁସ୍ଥ ହେଉଥିବା କିଛି ବ୍ୟକ୍ତିଙ୍କଠାରେ ଜଟିଳତା ପ୍ରକାଶ ପାଉଛି। ଅନେକ ଜୀବନ ମଧ୍ୟ ଯାଉଛି। ଆଗକୁ ମୃତ୍ୟୁହାର ମଧ୍ୟ ଅଧିକ ହେବାର ଆଶଙ୍କା ରହିଛି ଯଦି କରୋନାର ଦ୍ୱିତୀୟ ଲହର ପ୍ରାଦୁର୍ଭାବ ବଢ଼ାଏ। ସୁସ୍ଥ ହେବାର ଛଅ ମାସରୁ ବର୍ଷେ ଯାଏ ସୁସ୍ଥ ହେଉଥିବା ରୋଗୀଙ୍କ ସମସ୍ୟା ଆସିପାରେ। ତେଣୁ ଏ ଦିଗରେ ଅଧିକ ସତର୍କ ରହିବାକୁ ହେବ। କରୋନାରୁ ସୁସ୍ଥ ହେବା ପରେ ପୁନଃ ସଂକ୍ରମଣର ଆଶଙ୍କା କମ୍‌। ବର୍ତ୍ତମାନ ଯାଏ ସାରା ବିଶ୍ୱରେ ୪/୫ ଜଣ ପୁନଃ ସଂକ୍ରମଣର ବୈଜ୍ଞାନିକ ତଥ୍ୟ ରହିଛି। ଭାରତରେ ମଧ୍ୟ ଏମିତି ୨ଜଣ ଲୋକ ଚିହ୍ନଟ ହୋଇଛନ୍ତି। ସାମାନ୍ୟ ସଂକ୍ରମିତ ଓ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ରୋଗୀ ଆଉ ଥରେ ସଂକ୍ରମିତ ହେଉଛନ୍ତି। କରୋନା ଆକ୍ରାନ୍ତ ହେଉଛି ୩ ଶ୍ରେଣୀର। ସାମାନ୍ୟ, ମଧ୍ୟମ ଓ ଗୁରୁତର। ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିବା ରୋଗୀଙ୍କ ସଂଖ୍ୟା ହେଉଛି ୮୦ ପ୍ରତିଶତ। ଏମାନଙ୍କଠାରେ ପୋଷ୍ଟ କୋଭିଡ୍‌ ସମସ୍ୟା ଦେଖାଯାଇ ନ ଥାଏ। କିନ୍ତୁ ମଧ୍ୟମ ଓ ଗୁରୁତର ଥିବା ୨୦ ପ୍ରତିଶତ। ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଦୁର୍ବଳତା, ମୁଣ୍ଡବିନ୍ଧା, ସ୍ବାଦ ବାରି ନ ପାରିବା, ସ୍ମରଣଶକ୍ତି କମିବା, ଛାତିରୋଗ, ଧଇଁସଇଁ, ଛାତିବିନ୍ଧା, ହୃଦ୍‌ଘାତ ସହ ମାନସିକ ଭାବେ ଅବସାଦ ହୁଅନ୍ତି ଅନେକ। ଆତ୍ମହତ୍ୟା ମଧ୍ୟ କରିବାକୁ ପଛାନ୍ତିନି କେତେକ। ଏମାନଙ୍କ ବାଦ୍‌ କିଡ୍‌ନୀ, ଶ୍ୱାସ, ଡାଏବେଟିସ, ରକ୍ତଚାପ, କ୍ୟାନ୍‌ସର ରୋଗୀଙ୍କଠାରେ ଅଧିକ ବିପଦ ରହିଛି। ତେଣୁ ପରବର୍ତ୍ତୀ ସମୟ ସମସ୍ୟାରୁ ମୁକ୍ତି ପାଇଁ ପୁଷ୍ଟିକର ଖାଇବା, ଗରମ ଖାଦ୍ୟ ସହ ସବୁଦିନ ବ୍ୟାୟାମ କରିବା ଉଚିତ। କାଶ କିମ୍ବା ଜ୍ୱର ହେଲେ, ତୁରନ୍ତ ଡାକ୍ତର ପରାମର୍ଶ କରିବା ଆବଶ୍ୟକ। ଯେଉଁ ବ୍ୟକ୍ତିଙ୍କ ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ରହିଛି ଏହାକୁ ନିୟନ୍ତ୍ରଣ କରିବାକୁ ଠିକ୍‌ ଚିକିତ୍ସା କରାଇବା ଦରକାର। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଔଷଧ ସେବନ କରିବା ଉଚିତ। ଛଅ ମିନିଟ ଚାଲିଲେ ଯଦି ସୁସ୍ଥ ହୋଇଥିବା ରୋଗୀ ଧଇଁସଇଁ ହେଉଛି, ତେବେ ଛାତି ପରୀକ୍ଷା କରାଇନେବା ଦରକାର। ଡାଲି, ପନିପରିବା, କ୍ଷୀର, ଅଣ୍ଡାର ଧଳା ଅଂଶ, ଫଳ, ମାଛ ଭଳି ପୁଷ୍ଟିକର ଖାଇବା ଦରକାର। ହସ୍ପିଟାଲରୁ ୧୦ ଦିନ ପୁଣି ୭ଦିନ ଆଇସୋଲେସନ୍‌ରେ ରହିବା ପରେ କରୋନା ଆକ୍ରାନ୍ତ ବ୍ୟକ୍ତି ଅନ୍ୟଜଣଙ୍କୁ ସଂକ୍ରମଣ କରିବାର ସମ୍ଭାବନା ଅତ୍ୟନ୍ତ କମ୍‌। ତେଣୁ ଆମକୁ ହାତ ସାନିଟାଇଜ ସହ ବାରମ୍ବାର ହାତ ଧୋଇବା ଉଚିତ। ସୁସ୍ଥ ହେବାରେ ୪ ସପ୍ତାହ ଓ ପୁଣି ୩ ମାସ ପରେ ଡାକ୍ତର ପରାମର୍ଶ କରିବା ଦରକାର। ସେହିଭଳି ଯୋଗ ଓ ପ୍ରାଣାୟାମ ଦ୍ୱାରା ମାନସିକ ଚାପକୁ ଦୂର କରାଯାଇପାରିବ।
ବର୍ତ୍ତମାନ ଯଦିଓ କରୋନାର ପ୍ରାଦୁର୍ଭାବ କମିଛି କିନ୍ତୁ ଭୟଙ୍କର ଶୀତ, ପ୍ରବଳ କୁହିଡ଼ି ଓ ବାୟୁପ୍ରଦୂଷଣ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ। ଶାରୀରିକ ଦୁର୍ବଳତା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଦ୍ୱାରା ବ୍ୟକ୍ତି ଜଣକ ଦୁର୍ବଳତା ଅନୁଭବ କରିଥାଏ। ବିଶେଷକରି ବୟସ୍କ ଲୋକମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଜଟିଳ ହେବାର ଆଶଙ୍କା ମଧ୍ୟ ରହିଛି। ପୂର୍ବର ମେଦବହୁଳତା, କର୍କଟ ରୋଗ, ରକ୍ତଚାପ, ଡାଏବେଟିସ, ଲିଭର ସମସ୍ୟା ଥିଲେ ଏହା କରୋନା ରୋଗୀଟି ପାଇଁ ଏକ ପ୍ରକାର ଅନ୍ୟାନ୍ୟ ରୋଗର ସମ୍ଭାବନା ବି ବଢ଼ାଇଥାଏ। ସୁସ୍ଥ ବୟସ୍କ ମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଧଇଁସଇଁ ରୋଗ, ଦେହହାତ ଘୋଳାବିନ୍ଧା ହେବା, ମାନସିକ ଦୁର୍ବଳତା, ହୃଦ୍‌ଘାତ ଓ ମସ୍ତିଷ୍କାଘାତ ରୋଗ ଅଧିକ ପରିମାଣରେ ଦେଖାଦିଏ। ବିଶେଷକରି ବୟସ୍କମାନଙ୍କ ଜ୍ୱର ହେଉ ବା କାଶ, ନିମ୍ନରକ୍ତଚାପ ହେଉ ବା ମାନସିକ ବାଚାଳାମି, ଲିଭର, କିଡ୍‌ନୀ ସମସ୍ୟା ଦେଖାଦେଲେ କରୋନା ରିପୋର୍ଟ ନେଗେଟିଭ ହୋଇଥିଲେ ବି କେତେକ ପରୀକ୍ଷା କରାଇନେବା ଉଚିତ। ଏଚ୍‌ବି, ଡିସି, ଟିଏଲ୍‌ସି, ଇଏସ୍‌ଆର, ୱାଡେଲ ଟେଷ୍ଟ, କିଡ୍‌ନୀ ଓ ଲିଭରର ସ୍ବାସ୍ଥ୍ୟ ସମ୍ପର୍କିତ ପରୀକ୍ଷା ଇତ୍ୟାଦି କରାଇନେବା ଉଚିତ। ଯେଉଁମାନଙ୍କର ମାନସିକ ଦୁର୍ବଳତା ଥାଏ ସେ କ୍ଷେତ୍ରରେ ମସ୍ତିଷ୍କ ସିଟି କିମ୍ବା ଏମ୍‌ଆରଆଇ ସ୍କାନ ଆବଶ୍ୟକ ହୋଇଥାଏ। ବେଳେ ବେଳେ ପତଳା ଝାଡ଼ା, ବାନ୍ତି ଓ କମ୍‌ ପାଣି ପିଇବା ଯୋଗୁ ଶରୀରର ଜଳ ଓ ଲବଣମାତ୍ରା କମିଯାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଜିଙ୍କ, ଭିଟାମିନ ବି କମ୍ପ୍ଲେକ୍ସ, ଭିଟାମିନ ସି, ଭିଟାମିନ ଡି ଇତ୍ୟାଦି ଔଷଧ ନିୟମିତ ଦରକାର। ଆପଣ କରୋନାରୁ ଆରୋଗ୍ୟ ପାଇଛନ୍ତି ଅର୍ଥ ଏହା ନୁହେଁ ଯେ ଆପଣ ସମ୍ପୂର୍ଣ୍ଣ ନିରାପଦ ନାହାନ୍ତି। ବର୍ତ୍ତମାନ ସମୟର ଥଣ୍ଡାପାଗ, କୁହୁଡ଼ି, ଧୂଳିଧୂଅଁା, ବାୟୁ ପ୍ରଦୂଷଣଠାରୁ ଦୂରେଇ ରୁହନ୍ତୁ। ତଟକା ଓ ସବୁଜ ପନିପରିବା ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ। ନିଜର ଖାଇବା ଓ ବିଶ୍ରାମ ପାଇଁ ଏକ ଭଲ ରୁଟିନଟିଏ ତିଆରି କରନ୍ତୁ। ଧୈର୍ଯ୍ୟହରା ନ ହୋଇ କିମ୍ବା କୌଣସି କାନକୁହା କଥା ନ ଶୁଣି ବରଂ ନିଜ ବନ୍ଧୁବର୍ଗ ଓ ଆତ୍ମୀୟସ୍ବଜନଙ୍କ ସହ ସୁଖଦୁଃଖ ବାଣ୍ଟନ୍ତୁ। ନୈରାଶ୍ୟ, ହତାଶ, ନିଃସଙ୍ଗତାକୁ ଆଦୌ ଗୁରୁତ୍ୱ ଦିଅନ୍ତୁ ନାହିଁ। ଯେଉଁଘରେ କରୋନା ପରବର୍ତ୍ତୀ ରୋଗୀଟି ରହୁଛନ୍ତି ସେ ଘରକୁ ଯେପରି ଠିକ୍‌ ଭାବେ ବାୟୁ ଓ ଖରା ପ୍ରବେଶ କରୁଥାଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପରିଷ୍କାର ପୋଷାକ ପିନ୍ଧନ୍ତୁ, ବାହାର ଖାଦ୍ୟ, ଗରିଷ୍ଠ ଖାଦ୍ୟ, ଫ୍ରିଜ୍‌ରେ ଥିବା ଥଣ୍ଡା ଖାଦ୍ୟ ଓ ନିଶାସେବନଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଜୀବନରେ ସୁଖ ଥିଲେ ଦୁଃଖ ଥାଏ, ନୈରାଶ୍ୟ ଥିଲେ ଆନନ୍ଦ ବି ଥାଏ। ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି ଦେହ ଥିଲେ ରୋଗ ଓ ରୋଗ ପରେ ନିଶ୍ଚିନ୍ତ ଆରୋଗ୍ୟ ହିଁ ପାଇବେ।
ସହକାରୀ ପ୍ରଫେସର, ହୃଦ୍‌ନିଶ୍ଚେତକ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ୱର, ମୋ: ୯୯୦୧୧୪୫୭୯୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri