ଚାଷୀଙ୍କୁ ବୀମା ପ୍ରହାର

ବରଗଡ଼ ଅଫିସ୍‌,୧୬।୧୨: ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ରବି ଫସଲ ପାଇଁ ଚାଷୀମାନେ ଡିସେମ୍ବର ୩୧ ତାରିଖ ସୁଦ୍ଧା ବୀମା ପ୍ରିମିୟମ ରାଶି ଜମା କରିବା କଥା। କିନ୍ତୁ କେନ୍ଦ୍ର ସରକାର ଏହି ଅବଧି ବଢ଼ାଇବା ପରିବର୍ତ୍ତେ ୧୬ଦିନ ପଛକୁ ଫେରାଇ ଆଣିଛନ୍ତି। ବୀମାରାଶି ଜମା କରିବା ସମୟ ଡିସେମ୍ବର ୧୫ରେ ଶେଷ ହୋଇଯିବାରୁ ବହୁ ଚାଷୀ ସେମାନଙ୍କ ପ୍ରିମିୟମ ଦେଇପାରିନାହାନ୍ତି। ଫଳରେ ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେଲେ ସେମାନେ ଆଉ କ୍ଷତିପୂରଣ ପାଇପାରିବେ ନାହିଁ। କରୋନା କାଳରେ କେନ୍ଦ୍ର ସରକାର ୩ ନୂଆ କୃଷି ଆଇନ ଆଣି ବିବାଦ ଘେରକୁ ଆସିଛନ୍ତି। ବର୍ତ୍ତମାନ ବୀମା ରାଶି ଭରିବା ଅବଧି କମ୍‌ କରିବା ଯୋଗୁ ପୁଣି ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏହା ଚାଷୀଙ୍କୁ ସରକାରଙ୍କ ହତାଦରର ନମୁନା ବୋଲି ଆଲୋଚନା ହେଉଛି।
ବରଗଡ଼ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦-୨୧ରେ ଏଚ୍‌ଡିଏଫ୍‌ସି ଆଗ୍ରୋ ବୀମା କମ୍ପାନୀ ଫସଲବୀମା ଦାୟିତ୍ୱରେ ରହିଛି। ୨୦୧୯-୨୦ ରବିଋତୁରେ ବରଗଡ଼ ଜିଲାର ୩୭୧୮ ଅଣଋଣୀ ଏବଂ ୧୭୮୨୦ ଋଣୀ ଚାଷୀ ଅର୍ଥାତ୍‌ ସମୁଦାୟ ୨୧ହଜାର ୫୩୮ ଚାଷୀ ପ୍ରିମିୟମ ଭରି ବୀମା ପାଇଁ ଆବେଦନ କରିଥିଲେ। ସେତେବେଳେ ଜିଲାର ୮୫୦୫.୬୭ ହେକ୍ଟର ଜମି ବୀମାଭୁକ୍ତ ହୋଇଥିଲା। ଚଳିତ ବର୍ଷ ଗତ ୯ତାରିଖ ସୁଦ୍ଧା ସମୁଦାୟ ୧୭ହଜାର ୯୯୭ଜଣ (୧୬ହଜାର ୨୧୧ ଋଣୀ, ୧୭୮୬ ଅଣଋଣୀ ଚାଷୀ) ପ୍ରିମିୟମ ଭରି ବୀମା ପାଇଁ ଆବେଦନ କରିଥିବାବେଳେ ମାତ୍ର ୩୬୦୯.୩୫ ହେକ୍ଟର ଜମି ବୀମାଭୁକ୍ତ ହୋଇ ପାରିଛି, ଯାହାକି ଗତ ରବିଋତୁ ବୀମାଭୁକ୍ତ ଫସଲଠାରୁ ବହୁ ଦୂରରେ ରହିଛି। ଗତ ନଭେମ୍ବରରୁ ରବିଋତୁ ଫସଲ ପାଇଁ ଏହି ବୀମା କମ୍ପାନୀ ପ୍ରିମିୟମ ରାଶି ସଂଗ୍ରହ କରୁଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଗାଇଡ୍‌ଲାଇନ୍‌ ଅନୁଯାୟୀ, ରବି ଫସଲ ପାଇଁ ଚାଷୀମାନେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୀମା ପ୍ରିମିୟମ ଭରି ପାରିବେ। ମାତ୍ର ଏବେ ଏହି ଅବଧିକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ରଖାଯାଇ ମଙ୍ଗଳବାର ବୀମା ପ୍ରିମିୟମ ଜମା କରିବା ଅବଧି ଶେଷ ହୋଇଛି । ୧୬ ଦିନ ଆଗରୁ ଏହା ସରିଯାଇଥିବାରୁ ବରଗଡ଼ ସମେତ ଅନ୍ୟ ଜିଲାର ଚାଷୀମାନେ ସେମାନଙ୍କ ବୀମା ପ୍ରିମିୟମ ରାଶି ଜମା କରି ପାରିନାହାନ୍ତି। ଧାନବିକ୍ରି ସରି ନ ଥିବାରୁ ଚାଷୀମାନଙ୍କୁ ବିକ୍ରିଧାନର ପ୍ରାପ୍ୟ ମିଳିପାରିନାହିଁ। ଫଳରେ ସେମାନେ ଋଣ ପରିଶୋଧ ସହିତ ବୀମା ପ୍ରିମିୟମ ଭରିପାରିନାହାନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଯୋଗୁ ଚାଷୀମାନେ ବୀମା ପ୍ରିମିୟମ ଜମା କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ମାତ୍ର ବୀମା ପ୍ରିମିୟମ ଜମା ଅବଧି ହ୍ରାସ କରାଯାଇଥିବାରୁ ତାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଅନେକ ଚାଷୀ ବୀମା ପ୍ରିମିୟମ ରାଶି ଜମା କରିବାରୁ ବଞ୍ଚିତ ହେବେ । ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।
‘ଜୟ କିଷାନ’ ଆନ୍ଦୋଳନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, କରୋନା କଟକଣା ସମୟରେ କେନ୍ଦ୍ର
ସରକାର ବୀମା ପ୍ରିମିୟମ ଭରିବା ଅବଧି ବଢ଼ାଇବା ଦରକାର। ମାତ୍ର ଏହାକୁ ୧୫ଦିନ ପଛକୁ ଫେରାଇବା ଦୁର୍ଭାଗ୍ୟଜନକ। ସରକାରଙ୍କ ଏଭଳି ଅଦୂରଦର୍ଶିତା ଯୋଗୁ ଯଦି ବୀମାଭୁକ୍ତ ହୋଇ ପାରି ନ ଥିବା କୌଣସି ଚାଷୀ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୁଅନ୍ତି, ସେଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ରହିବେ । ସେହିପରି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କୁହନ୍ତି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନେଇ କେନ୍ଦ୍ର ସରକାର ତଥା କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ବାହାସ୍ଫୋଟ ମାରୁଛନ୍ତି । ମାତ୍ର କରୋନା କାଳରେ ବୀମା ପ୍ରିମିୟମ ଅବଧି ଭରିବା ସମୟକୁ ୧୬ଦିନ କମ୍‌ କରିଦେବା ଚାଷୀଙ୍କ ପ୍ରତି ହତାଦରକୁ ସୂଚାଇ ଦେଉଛି । ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି ଏହି ଅବଧିକୁ କିଭଳି ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ, ସେଥିପ୍ରତି ପଦକ୍ଷେପ ନେବା ଜରୁରୀ । ଏ ସମ୍ପର୍କରେ ବରଗଡ଼ ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଡିସେମ୍ବର ୩୧ ବଦଳରେ ୧୫ତାରିଖ ପର୍ଯ୍ୟନ୍ତ ଏହି ଅବଧି ରହିଥିଲା। ସେଥିପାଇଁ ୮ଟି ସ୍ବତନ୍ତ୍ର ଗାଡ଼ିରେ ସେ ସମ୍ପର୍କରେ ପ୍ରଚାର କରି ଚାଷୀଙ୍କୁ ସଚେତନ କରାଯାଇଥିଲା ।

-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri