ଗହୀରମଥା ନିଷିଦ୍ଧାଞ୍ଚଳରେ ମାଛଧରା

ରାଜନଗର,୧୨ା୧୨(ଡି.ଏନ.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରା ଚାଲିଛି। ଏପରି ଅଭିଯୋଗ ହେବା ପରେ ଶୁକ୍ରବାର ରାଜନଗର ବନ ବିଭାଗ ୫ ଟ୍ରଲରକୁ ଧରିଛି। ସେଥିରେ ଥିବା ୨୯ କୁଇଣ୍ଟାଲ ମାଛ, ମୃତ ବିରଳ ଅଲିଭ ରିଡଲେ କଇଁଛକୁ ଜବତ କରିଛି। ଏହି ଘଟଣାରେ ୩୬ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
ଏବେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ। ସେଥିପାଇଁ ଟ୍ରଲର ଚଳାଚଳକୁ ନିଷିଦ୍ଧ କରାଯାଇଛି। ହେଲେ ବନବିଭାଗର ଏହି ଆଇନକୁ ବେଖାତିର କରି ଟ୍ରଲରଗୁଡିକ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରି ମାଛ ଧରୁଛନ୍ତି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗହୀରମଥା ରେଞ୍ଜ ଅଫିସର ଦେବାଶିଷ ଭୋଇ ଓ ଫରେଷ୍ଟର ନିର୍ମଳ ଚରଣ ନାୟକଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍‌ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଛନ୍ତି। ଶୁକ୍ରବାର ଏହି ପାଟ୍ରେଲିଂ ଟିମ୍‌ ୫ଟି ଟ୍ରଲର ଜବତ କରିଛି। ଆକବରୀ-୨ ଟ୍ରଲରରୁ ୭ଜଣ ମସତ୍‌ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ୮ କୁଇଣ୍ଟାଲ ମାଛ, ୮ଟି ଟ୍ରଲିଂନେଟ ଓ ୫୫କେଜି ଓଜନର ମୃତ ଅଲିଭ ରିଡଲେ କଇଁଛ ଜବତ କରାଯାଇଛି। ଗଙ୍ଗାପୁତ୍ର ଟ୍ରଲରରୁ ୬ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି ଓ ସେହି ଟ୍ରଲରରୁ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂନେଟ ଜବତ କରାଯାଇଛି। ଦେବୀ ପାର୍ବତୀ ଟ୍ରଲରରୁ ୬ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବା ବେଳେ ୧୫ କୁଇଣ୍ଟାଲ ମାଛ, ୧୦ଟି ଟ୍ରଲିଂ ନେଟ ଜବତ କରାଯାଇଛି। ଆକବରୀ-୩ ଟ୍ରଲରରୁ ୮ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂ ନେଟ ଜବତ କରାଯାଇଛି। ଓଁ ଗାଦିବ୍ରହ୍ମ ଟ୍ରଲରରୁ ଦେଢ କୁଇଣ୍ଟାଲ ମାଛ ଓ ୧୧ ଟ୍ରଲିଂ ନେଟ ଜବତ କରାଯାଇଛି। ଗିରଫ ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନଭେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ଗହୀରମଥା ନିଷିଦ୍ଧାଞ୍ଚଳରୁ ୧୦ ଟ୍ରଲରକୁ ଜବତ କରାଯିବା ସହିତ ୬୦ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri