ପିଲାଟି ଜନ୍ମ ହେବା କ୍ଷଣି ଜଣାପଡ଼ିଲା ବୟସ ୨୭, ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ

ଓ୍ବାଶିଂଟନ,୪ା୧୨: ବିଜ୍ଞାନ ଯେ, ଅଗ୍ରଗତି କରିଛି ତାହା ଅସ୍ବୀକାର କରାଯାଇପାରେନା। କାରଣ ଆମେରିକାରେ ଏମିତି ଶିଶୁ ଜନ୍ମ ନେଇଛି ଯାହାର ବୟସ ୨୭ ବର୍ଷ। ଏପରିକି ସେ ତାଙ୍କ ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ବାସ୍ତବ କଥା ହେଲା ଅକ୍ଟୋବର ୧୯୯୨ରେ ଭ୍ରୁଣ ରଖାଯାଇଥିଲା ଏବଂ ଫେବୃୟାରୀ ୨୦୨୦ରେ ଗିବସନ ପରିବାରର ଟିନା ଗିବସନ ନାମକ ଜଣେ ମହିଳାଙ୍କଠାରେ ଏହି ଭ୍ରୁଣକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଯାହା ପରେ ଚଳିତ ବର୍ଷ ଅକ୍ଟୋବରରେ ଜନ୍ମଲାଭ କରିଛି ଏକ କନ୍ୟା ସନ୍ତାନ।

୧୯୯୧ରେ ଆମେରିକାରେ ଜନ୍ମିତ ଟିନା ବେଞ୍ଜାମିନଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ଟିନାଙ୍କ ସ୍ବାମୀ ଜଣେ ସିଷ୍ଟିକ ଫାଇବ୍ରୋସିସ୍‌ ରୋଗୀ। ଏହି ରୋଗ ପିଲା ଜନ୍ମ ହେବାରେ ବାଧା ଦେଇଥାଏ। ୨୦୧୭ରେ ଟିନାଙ୍କ ମାତାପିତା ଏକ ଖବରକାଗଜରୁ ନ୍ୟାଶନାଲ ‘ଏମ୍ବ୍ରୋ ଡୋନେଶନ ସେଣ୍ଟର’ ନାମକ ଏକ ସଂସ୍ଥା ବିଷୟରେ ପଢ଼ିଥିଲେ। ଯାହା ମହିଳାମାନଙ୍କ ଭ୍ରୁଣ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ପ୍ରଥମେ ଟିନା ଏହି କଥାକୁ ବିଶ୍ୱାସ କରି ନ ଥିଲେ। କିନ୍ତୁ ପରେ ସେ ସ୍ବାମୀଙ୍କ ସହ ଏହି ଅନୁଷ୍ଠାନକୁ ଯିବା ପାଇଁ ସ୍ଥିର କରିଥିଲେ।

ପେସାରେ ଟିନା ଜଣେ ଶିକ୍ଷକ। ପ୍ରଥମ ଝିଅର ଗର୍ଭକୁ ୨୦୧୭ ମସିହାରେ ସେ ଗ୍ରହଣ କରି ନଭେମ୍ବରରେ ଏମ୍ମାଙ୍କୁ ଜନ୍ମ ଦେଇଥିଲେ। ଗତ ୨୪ ବର୍ଷ ଧରି ଏମାନଙ୍କ ଆଉ ଏକ ଗର୍ଭସ୍ଥ ଶିଶୁକୁ ଫ୍ରିଜ୍‌ରେ ରଖାଯାଇଥିଲା। ଚଳିତବର୍ଷ ଅକ୍ଟୋବରରେ ଟିନାଙ୍କ ଆଉ ଏକ ଝିଅ ଜନ୍ମ ହୋଇଛି। ଯିଏ କି ବଡ଼ ଝିଅ ଏମ୍ମାଙ୍କ ରେକର୍ଡ ଭାଙ୍ଗିଛି। କାରଣ ଗତ ୨୭ ବର୍ଷ ଧରି ତାଙ୍କ ଭ୍ରୁଣ ଫ୍ରିଜ୍‌ରେ ରଖାଯାଇଥିଲା। ପ୍ରେଷ୍ଟନ ମେଡିକାଲ ଲାଇବ୍ରେରୀ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହା ନିଜର ଏକ ରେକର୍ଡ। ଟିନାଙ୍କ ଦୁଇ ଝିଅ ଏହି ପ୍ରକ୍ରିୟାରେ ଜନ୍ମ ନେଇଛନ୍ତି।

ନ୍ୟାଶନାଲ ଭ୍ରୁଣଦାନ କେନ୍ଦ୍ରର ଲ୍ୟାବ୍‌ ନିର୍ଦ୍ଦେଶକ କାରୋଲ ସୋମର୍ଫେଲ୍ଡ ନ୍ୟୁୟର୍କ ପୋଷ୍ଟ ସହିତ ଭ୍ରୁଣ ତରଳାଇବାର ସମ୍ବେଦନଶୀଳ ପ୍ରକ୍ରିୟା ବିଷୟରେ କହିଥିଲେ। ଯେପର୍ଯ୍ୟନ୍ତ ଭ୍ରୁଣଗୁଡ଼ିକ ଏକ ତରଳ ନାଇଟ୍ରୋଜେନ୍‌ ଷ୍ଟୋରେଜ ଟ୍ୟାଙ୍କରେ ୩୯୬ ଡିଗ୍ରୀ ପର୍ଯ୍ୟନ୍ତ ସଠିକ୍‌ ଭାବରେ ରକ୍ଷଣାବେକ୍ଷଣ କରାଯାଏ। ଯେକୌଣସି ସମୟ ପାଇଁ ସେମାନେ ନିରାପଦରେ ରୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଦେଖିବା ଆଶ୍ଚର୍ଯ୍ୟଜନକ ଯେ, ଅନେକ ବର୍ଷ ପୂର୍ବେ ଫ୍ରିଜ୍‌ ହୋଇଥିବା ଏହି ଗର୍ଭ ଏକ ଅତି ସ୍ନେହୀ ଶିଶୁ ଭାବରେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri