Posted inଖେଳ

ୟୁଟ୍ୟୁବ୍‌ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍‌ ଲାଇକ୍‌

ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ
ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ରେକର୍ଡ ଡିସ୍‌ ଲାଇକ୍‌ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ପିଆଇବି ଓ ଭାଜପାର ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ହୋଇଥାଏ। ଗତ ଅଗଷ୍ଟରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ସଂଖ୍ୟକ ଡିସ୍‌ ଲାଇକ୍‌। ଏହାକୁ ନାପସନ୍ଦ କରିଥିବା ୟୁଜର୍ସଙ୍କ ସଂଖ୍ୟା ପସନ୍ଦ କରିଥିବା ଦର୍ଶକଙ୍କଠାରୁ ଢ଼େର ଅଧିକା।

ଏହି ଏପିସୋଡରେ ମୋଦି ଦେଶବାସୀଙ୍କୁ ସ୍ବଦେଶୀ ଉପକରଣ ବ୍ୟବହାର ଗୁରୁତ୍ୱ ଉପରେ ପରାମର୍ଶ ଦେଇଥିଲେ। ସେହି ମାସରେ କରୋନା କଟକଣା ସତ୍ତ୍ୱେ ଅନୁଷ୍ଠିତ ହୋଇଥିଲା ଜେଇଇ ଓ ଏନଇଇଟି ପରୀକ୍ଷା। ହେଲେ ସେହି ଏପିସୋଡରେ ମୋଦି ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ କିଛି କହି ନ ଥିଲେ। ଏ ନେଇ ପ୍ରଶ୍ନ ଉଠାଇ ଥିଲେ ବହୁ ୟୁଜର୍ସ।

ଏହାପରେ ଟୁଇଟରରେ ଆରମ୍ଭ ହୋଇଥିଲା ‘ମନ କି ବାତ ନୁହେଁ, ଷ୍ଟୁଟେଣ୍ଟସ କି ବାତ୍‌’ ଭଳି ଏକ ଟ୍ରେଣ୍ଡ। ଏପରି କି ଜଣେ ୟୁଜର୍ସ କମେଣ୍ଟ କରିଥିଲେ, ବହୁତ ହେଇ ଗଲା। କଥା କହିବା ବଦଳରେ କାମ ଉପରେ ଧ୍ୟାନ ଦିଅନ୍ତୁ। ଏଭଳି ଅନେକ ୟୁଜର୍ସ କମେଣ୍ଟ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ରିପୋର୍ଟ ପ୍ରସ୍ତୁତ କରାଯିବା ସୁଦ୍ଧା ଉକ୍ତ ଏପିସୋଡକୁ ୮୦ ଲକ୍ଷ ୟୁଜର୍ସ ଦେଖିଥିବା ବେଳେ ମିଳିଛି ୪୪ ଲକ୍ଷ ଲାଇକ । ହେଲେ ୧.୨ ନିୟୁତ ଦର୍ଶକ ଏହାକୁ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri