ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୭.୫% ଖସିଛି। ଏହା ପ୍ରଥମ ତ୍ରୈମାସରେ ୨୩.୯% ଖସିଥିଲା। ଏଭଳି ସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ମିଡିଲ ଇଣ୍ଡିଆ ଏବଂ କ୍ଷୁଦ୍ର ଶିଳ୍ପଗୁଡିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଦେଶର କୃଷି କ୍ଷେତ୍ର ଅଭିବୃଦ୍ଧି ୩.୪% ରହିଥିବା ବେଳେ ସେପ୍ଟେମ୍ବର ତ୍ରୈମାସରେ ମାନୁଫାକଚରିଂ ୦.୬% ରହିଛି। ବାଣିଜ୍ୟ, ହୋଟେଲ ଏବଂ ପରିବହନ କ୍ଷେତ୍ରରେ ପୂର୍ବ ତ୍ରୈମାସ ଅପେକ୍ଷା ଏବେ ସାମାନ୍ୟ ପରିବର୍ତ୍ତନ ହୋଇଛି। କୃଷି ଉତ୍ପାଦନ ଉନ୍ନତ ହେବା ଯୋଗୁ ଏହାର ଲାଭ କୃଷକଙ୍କୁ ମିଳିଛି। ଫଳରେ ଟ୍ରାକ୍ଟର ବିକ୍ରି ବୃଦ୍ଧି ଏବଂ ବ୍ୟକ୍ତିଗତ ଯାନ କ୍ରୟ ବଢିଛି। କରୋନା ପାଇଁ ଲୋକମାନେ ବ୍ୟକ୍ତିଗତ ଯାନ କ୍ରୟକୁ ଗୁରୁତ୍ୱ ଦେଉଥିବାରୁ କାର୍‌ ଏବଂ ମୋଟର ସାଇକେଲ ବିକ୍ରି ବଢ଼ାଇବା ଦିଗରେ ଏହା ସହାୟକ ହୋଇଛି।
କରୋନା ପାଇଁ ପ୍ରଭାବିତ ହୋଇ ରହିଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ସଂଗ୍ରହ ଏବେ ଧୀରେ ଧୀରେ ବଢୁଛି। ସେହିଭଳି ଲକ୍‌ଡାଉନ କଟକଣା ହଟିବା ଯୋଗୁ ଶକ୍ତି ଚାହିଦାରେ ଦ୍ରୁତ ପରିବର୍ତ୍ତନ ଆସିଛି। ଏହି ପରିପ୍ରେକ୍ଷୀରେ କ୍ୱାଣ୍ଟ ଇକୋ ରିସର୍ଚ୍ଚର ଅର୍ଥନୀତିଜ୍ଞ ୟୁବିକା ସିଂଘଲ କହିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରୁଥିବା ବେଳେ ମାନୁଫାକଚରିଂ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖାଯାଇଛି। ହେଲେ ଏବେ ଯାଏ ଦେଶର ସେବା କ୍ଷେତ୍ର ସମ୍ପୂର୍ଣ୍ଣ ଟ୍ରାକକୁ ଫେରିପାରିନାହିଁ। ସେବା କ୍ଷେତ୍ରର ଜିଡିପିକୁ ଯୋଗଦାନ ୬୦%। ଏହା ସମ୍ପୂର୍ଣ୍ଣ ସ୍ଥିତାବସ୍ଥାକୁ ନ ଆସିବା ଯାଏ କୃଷି ଏବଂ ମାନୁଫାକ୍‌ଚରିଂ ଅଭିବୃଦ୍ଧିକୁ ବଢାଇବା ଦିଗରେ ଯୋଗଦାନ ରଖିବ। ଜିଡିପି ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷ ଲାଗିବ ବୋଲି ସେ ମତପ୍ରକାଶ କରିଛନ୍ତି।
ଦେଶର ପ୍ରମୁଖ ସହରଗୁଡିକରେ ରହିଥିବା ହୋଟେଲଗୁଡିକ ବର୍ତ୍ତମାନ ୫୦ରୁ ୬୦% କ୍ଷମତା ସହ ଚାଲୁଛି। ଏହି ହୋଟେଲଗୁଡିକୁ ଆସୁଥିବା ଅଧିକାଂଶ ଅତିଥି ମାନୁଫାକ୍‌ଚରିଂ ଶିଳ୍ପ ସହ ଜଡିତ। ସରକାର ଦେଶ ମଧ୍ୟରେ ଉଡାଣ କ୍ଷେତ୍ରରେ ଲକ୍‌ଡାଉନ କଟକଣା ଉଠାଇବା ଦ୍ୱାରା ଯାତ୍ରୀ ପରିବହନ ବଢିଛି। ହୋଟେଲ ବୁକିଂ କ୍ଷେତ୍ରରେ କ୍ଷୁଦ୍ର ଶିଳ୍ପ ସହ ଜଡିତ ଅଂଶୀଦାରଙ୍କ ଭୂମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡିଛି। କୋଭିଡ-୧୯ ଦେଶର ସହରଗୁଡିକୁ ବେଶି ପ୍ରଭାବିତ କରିଛି। ଗ୍ରାମାଞ୍ଚଳ ଉପରେ ଏହାର ବେଶି ପ୍ରଭାବ ପଡିନାହିଁ। ବର୍ଷା ଭଲ ହେବା ଯୋଗୁ ଚଳିତ ବର୍ଷ ଭଲ ଫସଲ ହୋଇଛି। ରବି ଋତୁ ଫସଲ ଭଲ ହେବା ନେଇ ମଧ୍ୟ ଆକଳନ କରାଯାଇଛି। ସେହିଭଳି ଛୋଟ ସହରଗୁଡିକରେ କାର ଏବଂ ମୋଟର ସାଇକେଲ ବିକ୍ରି ବଢୁଥିବା ନଜରକୁ ଆସିଛି। ମାରୁତି ସୁଜୁକିର ବିକ୍ରି ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କୁହନ୍ତି, ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବରରେ ଗ୍ରାମାଞ୍ଚଳ ବଜାର ଗୁଡିକରେ କମ୍ପାନୀର ବିକ୍ରି ୧୦% ବଢିଛି। ଏଣ୍ଟ୍ରି ଲେଭଲ ଯାନଗୁଡିକର ବିକ୍ରି ଭଲ ହେଉଥିବା ସେ ମତ ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଦେଶର ଅର୍ଥ ବ୍ୟବସ୍ଥାକୁ ସ୍ଥିତାବସ୍ଥାକୁ ଆଣିବା ଦିଗରେ ଗ୍ରାମୀଣ ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଚାହିଦା ଦୀର୍ଘମିଆଦୀ ସାଧାରଣତଃ ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବା ଦିଗରେ ଯୋଗଦାନ ରଖିବ। ହେଲେ ଏଥିଲାଗି ଲୋକଙ୍କର ଆୟରେ ବୃଦ୍ଧି ଏବଂ ଗ୍ରାମୀଣ ବଜାର ସ୍ଥିତି ମଧ୍ୟ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

୧୭୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା।...

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri