Posted inଖେଳ

ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)-କୋଭିଡ୍‌ ଯୋଗୁ ଜୈବସୁରକ୍ଷିତ ପରିବେଶ ମଧ୍ୟରେ ରବିବାର ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଥିଓପିଆର ଆମେଡଓ୍ବର୍କ ଓ୍ବାଲେନ୍‌ ଏବଂ ୟାଲେନ୍‌ଜର୍ଫ ୟେହୁଲା ଯଥାକ୍ରମେ ପୁରୁଷ ଓ ମହିଳା ଟାଇଟଲ ଜିତିଛନ୍ତି। ଏହି ଓ୍ବାଲର୍‌ଡ ଆଥଲେଟିକ୍ସ ଗୋଲ୍ଡ ଲେଭଲ ରୋଡ୍‌ ରେସ୍‌ ଅଭୂତପୂର୍ବ ଥିଲା। ଏହି ଦୁଇ ଏଲିଟ ରେସ୍‌ ବିଜେତା ଇଭେଣ୍ଟ ରେକର୍ଡ କରିଛନ୍ତି। ଓ୍ବାଲେନ (୫୮.୫୩ ସେକେଣ୍ଡ) ଏବଂ ୟେହୁଲା ପ୍ରଥମ ପୁରସ୍କାର ବାବଦରେ ୨୭,୦୦୦ ଆମେରିକୀୟ ଡଲାର ପକେଟସ୍ଥ କରିଥିବାବେଳେ ଇଭେଣ୍ଟ ରେକର୍ଡ ବୋନସ ବାବଦରେ ଅତିରିକ୍ତ ୧୦,୦୦୦ ଆମେରିକୀୟ ଡଲାର ପାଇଛନ୍ତି। ମହିଳା ହାଫ୍‌୍‌ ମାରାଥନରେ ୟେହୁଲା ଦ୍ୱିତୀୟ ଦ୍ରୁତତମ ବିବେଚିତ ହୋଇଛନ୍ତି। ତାଙ୍କର ଟାଇମିଂ ୧:୦୪:୪୬ ରହିଥିଲା। ବିଶ୍ୱରେକର୍ଡ ଟାଇମ୍‌ (୧:୦୪:୩୧)ଠାରୁ ଏକ ସେକେଣ୍ଡ ଚତୁର୍ଥାଂଶ ପଛରେ ରହିଯାଇଥିଲେ। ବିଶ୍ୱରେକର୍ଡଧାରିଣୀ ଇଥିଓପିଆର ଆବାବେଲ୍‌ ୟେଶାନେ ମଧ୍ୟ ରବିବାର ରେସ୍‌ରେ ଭାଗ ନେଇଥିଲେ। ସେ କିନ୍ତୁ ତୃତୀୟ ହୋଇଥିଲେ। ଭାରତରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ସାବ୍‌ଲେ ୧:୦୦:୩୦ ଟାଇମିଂରେ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ମହାରାଷ୍ଟ୍ରର ୨୬ ବର୍ଷୀୟ ସାବ୍‌ଲେ ଓଭରାଲ ୧୦ମ ହୋଇଥିଲେ। ପ୍ରଥମ ପୁରସ୍କାର ବାବଦରେ ତାଙ୍କୁ ୩.୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଭାରତୀୟଙ୍କ ମଧ୍ୟରେ ସେ ଇଭେଣ୍ଟ ରେକର୍ଡ ପ୍ରତିଷ୍ଠା କରିଥିବାରୁ ତାଙ୍କୁ ଅତିରିକ୍ତ ୧ଲକ୍ଷ ଟଙ୍କା ମିଳିଥିଲା। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ)ର ଅଫିସିଆଲ ରେକର୍ଡ ଅନୁସାରେ ଏହା ପୂର୍ବରୁ ଜାତୀୟ ହାଫ୍‌ ମାରାଥନ ରେକର୍ଡ ମହାରାଷ୍ଟ୍ରର କାଳିଦାସ ହିରଭେ (୧:୦୩:୪୬)ଙ୍କ ନାମରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ୂଆଦିଲ୍ଲୀ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri