Posted inଖେଳ

ଘରୋଇ ସିଜନ ପାଇଁ ବିସିସିଆଇର ବ୍ଲୁ ପ୍ରିଣ୍ଟ: ଡିସେମ୍ବର ୨୦ରୁ ମୁସ୍ତାକ ଅଲି , ଜାନୁୟାରୀ ୧୧ରୁ ରଣଜୀ ଟ୍ରଫି

ମୁମ୍ବାଇ,୩୦।୧୧(ପି.ଟି.): କୋଭିଡ୍‌-୧୯ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ବିସିସିଆଇ ଘରୋଇ ସେସନ ଆରମ୍ଭ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଡିସେମ୍ବର ଓ ମାର୍ଚ୍ଚ ମଧ୍ୟରେ ସାରା ଦେଶରେ ୬ଟି ଜୈବ ସୁରକ୍ଷିତ ହବ୍‌ ବା ସ୍ଥାନ ତଥା ବାୟୋ ବବଲ ସୃଷ୍ଟି କରାଯିବା ଉପରେ ବିସିସିଆଇ ଯୋଜନା କରୁଛି। ତେବେ ଏଥିପାଇଁ ବୋର୍ଡ ରାଜ୍ୟ ଆସୋସିଏଶନଗୁଡିକର ମତାମତ ଲୋଡି ଚିଠି ଲେଖିଛି।
ଆସୋସିଏଶନଗୁଡିକୁ ୪ଟି ବିକଳ୍ପ ଦିଆଯାଇଛି। ପ୍ରଥମ ବିକଳ୍ପ ହେଉଛି କେବଳ ରଣଜୀ ଟ୍ରଫି ଆୟୋଜନ। ଦ୍ୱିତୀୟ ବିକଳ୍ପ ହେଉଛି କେବଳ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ଆୟୋଜନ। ତୃତୀୟ ବିକଳ୍ପ ହେଉଛି ମିଳିତ ଭାବେ ରଣଜୀ ଟ୍ରଫି ଓ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଆୟୋଜନ। ଚତୁର୍ଥ ବିକଳ୍ପ ହେଉଛି ଦୁଇ ସୀମିତ ଓଭର ଟୁର୍ନାମେଣ୍ଟ (ମୁସ୍ତାକ ଅଲି ଓ ବିଜୟ ହଜାରେ ଟ୍ରଫି) ପାଇଁ ଓ୍ବିଣ୍ଡୋ ପ୍ରସ୍ତୁତ କରିବା।
ଏହି ଚିଠିରେ ବିସିସିଆଇ ଟୁର୍ନାମେଣ୍ଟଗୁଡିକର ସମ୍ଭାବ୍ୟ ସମୟ ଉପରେ ଉପରେ ଉଲ୍ଲେଖ କରିଛି। ରଜଣୀ ଟ୍ରଫି ପାଇଁ ୬୭ ଦିନ (୧୧ ଜାନୁୟାରୀରୁ ୧୮ ମାର୍ଚ୍ଚ) ପ୍ରସ୍ତାବ ଦିଆଯାଇଛି। ମୁସ୍ତାକ ଅଲି ଟୁର୍ନାମେଣ୍ଟ ପାଇଁ ୨୨ ଦିନ (ଡିସେମ୍ବର ୨୦ରୁ ଜାନୁୟାରୀ ୧୦) ଆବଶ୍ୟକ ହେବ ବୋଲି କୁହାଯାଇଛି। ସେହିପରି ଯଦି ବିଜୟ ହଜାରେ ଟ୍ରଫି ଖେଳାଯାଏ ତେବେ ଏହା ଜାନୁୟାରୀ ୧୧ରୁ ଫେବୃୟାରୀ ୭ (୨୮ ଦିନ) ମଧ୍ୟରେ ଆୟୋଜନ ହେବ। ମହାମାରୀ ସମୟରେ ନୂଆ ଘରୋଇ ସେସନ ଆୟୋଜନ ନିଶ୍ଚିତ ଭାବେ ଏକ ବଡ଼ ସ୍ବାସ୍ଥ୍ୟଗତ ଚ୍ୟାଲେଞ୍ଜ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଘରୋଇ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ୩୮ଟି ଦଳ ପାଇଁ ବିସିସିଆଇ ଦେଶରେ ୬ଟି ଜୈବ ସୁରକ୍ଷିତ ହବ୍‌ ସ୍ଥାପନ କରିବ। ୩୮ଟି ଦଳକୁ ୫ଟି ଏଲିଟ୍‌ ଗ୍ରୁପ୍‌ରେ ଓ ଗୋଟିଏ ପ୍ଲେଟ୍‌ ଗ୍ରୁପ୍‌ରେ ବିଭକ୍ତ କରାଯିବ। ଗୋଟିଏ ଏଲିଟ୍‌ ଗ୍ରୁପ୍‌ରେ ୬ଟି ଦଳ ଓ ପ୍ଲେଟ୍‌ ଗ୍ରୁପ୍‌ରେ ୮ଟି ଦଳ ସାମିଲ ରହିବେ ବୋଲି ଉଲ୍ଲେଖ କରାଯାଇଛି। ପ୍ରତ୍ୟେକ ଜୈବ ସୁରକ୍ଷିତ ହବ୍‌ରେ ଅତିକମ୍‌ରେ ୩ଟି ଭେନ୍ୟୁ ସାମିଲ ରହିବ ଓ ମ୍ୟାଚ୍‌ଗୁଡିକ ଡିଜିଟାଲ ମିଡିଆରେ ପ୍ରସାରିତ ହେବ। ଉଲ୍ଲେଖଥାଉ କି, ବୋର୍ଡ ଜୈବ ସୁରକ୍ଷିତ ପରିବେଶରେ କିଛିଦିନ ତଳେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଆୟୋଜନ କରିଥିଲା। ସାଧାରଣତଃ ଅଗଷ୍ଟରେ ଆରମ୍ଭ ହେଉଥିବା ଘରୋଇ ସିଜନ ଆଗକୁ ଦିନେ ଆରମ୍ଭ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri