ପରୀ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ନୟାଗଡ଼ ଜିଲା ଯଦୁପୁର ଗ୍ରାମର ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପରୀକୁ ନ୍ୟାୟ ମିଳୁ ନ ଥିବା ଅଭିଯୋଗରେ ମାତାପିତା ମଙ୍ଗଳବାର ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବିଧାନସଭା ସୁରକ୍ଷାକର୍ମୀ ଦମ୍ପତିଙ୍କୁ କାବୁକରି ପୋଲିସ ହେପାଜତକୁ ନେଇଥିଲେ। ଏହି ଘଟଣାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ହୋହଲ୍ଲା କରିଥିଲେ। ଏହି ଘଟଣା ଉପରେ ରୁଲିଂ ଦେବା ସହ ବିଧାନସଭାରେ ସରକାର ଉତ୍ତର ରଖିବାକୁ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଉକ୍ତ ଘଟଣା ଉପରେ ବିବୃତି ରଖିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରମନ୍ତ୍ରୀ ବୁଧବାର ଅପରାହ୍ନରେ ନୟାଗଡ଼ ପରୀ ହତ୍ୟାକାଣ୍ଡ ଉପରେ ବିବୃତିି ଦେଇ କହିଛନ୍ତି ଯେ, ଏଜି ଛକରୁ ସଚିବାଳୟ ମାର୍ଗ ଏକ ସାର୍ବଜନୀନ ରାସ୍ତା। ବିଧାନସଭାର ସୁରକ୍ଷା ପାଇଁ ସବୁ ପ୍ରସ୍ତୁତି ସହିତ ସୁରକ୍ଷାବଳୟର ପରିଦର୍ଶନ କରାଯାଇଛି। ନଭେମ୍ବର ୨୪ରେ ଯଦୁପୁର ଗ୍ରାମର ଅଶୋକ କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା କକ୍ଷ ସମ୍ମୁଖରେ ଚାଦର ଘୋଡେଇ ହୋଇ ଆସି ସାଙ୍ଗରେ ବୋତଲରେ ଆଣିଥିବା କିରୋସିନ ନିଜ ଉପରେ ଢାଳୁଥିବା ବେଳେ ବିଧାନସଭା ପାଇଁ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲେ। ତତ୍‌କ୍ଷଣାତ ପୋଲିସ କର୍ମଚାରୀମାନେ ସେମାନଙ୍କଠାରୁ ବୋତଲରେ ଥିବା କିରୋସିନ ଜବତକରି କୌଣସି ପ୍ରକାର ଆତ୍ମଦାହ କରିବା ପୂର୍ବରୁ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲେ। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିକୁ ନିଆଯାଇଥିଲା।
ସେମାନଙ୍କୁ ପଚରାଉଚରା କରିବାରେ ଜଣାପଡ଼ିଲା ଯେ, ଅଶୋକ ସାହୁ, ଗ୍ରାମ-ଯଦୁପୁର, ଥାନା-ସଦର, ଜିଲା-ନୟାଗଡ଼ ତାଙ୍କ ୫ ବର୍ଷର ଝିଅ ନିଖୋଜ ଥିବାର ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଗତ ଜୁଲାଇ ୧୪ ତାରିଖରେ ଦଫା ୩୬୩ ଆଇପିସି ପରିବର୍ତ୍ତିତ ଦଫା ୩୬୩/୩୬୪/୩୦୨/୩୦୧ରେ ମାମଲା ରୁଜୁ ହୋଇଥିଲା। ସବ୍‌ ଇନ୍‌ସପେକ୍ଟର ଏସ.କେ. ଦାସଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଝିଅର ଅନୁସନ୍ଧାନ ପାଇଁ ଭିଏଚ୍‌ଏଫ୍‌ ବାର୍ତ୍ତା ମାଧ୍ୟମରେ ସମସ୍ତ ଥାନାକୁ ଜଣାଇ ଦିଆଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା। କ୍ରିମିନାଲ ଇଣ୍ଟେଲିଜେନ୍ସ ଗେଜେଟ(ସିଆଇଜି)ରେ ପ୍ରକାଶନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସନ୍ଧାନୀ ପୋଲିସ କୁକୁର ମଧ୍ୟ ନିୟୋଜିତ କରାଯାଇଥିଲା। ଜୁଲାଇ ୨୩ ତାରିଖ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ଅଭିଯୋଗକାରୀ ତାଙ୍କ ଘର ପଛପାଖ ପୋଖରୀର ଉତ୍ତରପଟ ବନ୍ଧରେ ତାଙ୍କ ଝିଅର ଶବ ପଚାଶଢ଼ା ଅବସ୍ଥାରେ ଏକ ଅଖା ଭିତରେ ବନ୍ଧାହୋଇ ପଡ଼ିଥିବାର ଦେଖିଥିଲେ। ସଦର ଥାନା ଇନ୍ସପେକ୍ଟର ରୀନାରାଣୀ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାଯାଏ ଯେ, ଦୁର୍ବୃତ୍ତମାନେ ଝିଅଟିକୁ ଅପହରଣ କରି ହତ୍ୟା କରିଛନ୍ତି। ତେଣୁ ମକଦ୍ଦମାଟିକୁ ଦଫା ୩୬୩/୩୬୪/୩୦୨/୨୦୧ ଆଇପିସିକୁ ରୂପାନ୍ତରିତ କରାଯାଇଥିଲା। ସଦର ଥାନା ଇନ୍ସପେକ୍ଟର ଉକ୍ତ ମାମଲାର ତଦନ୍ତ ଭାର ତୁରନ୍ତ ଏସ୍‌.ଆଇ ଏସ.କେ. ଦାସଙ୍କଠାରୁ ଗ୍ରହଣ କରିଥିଲେ। କ୍ରାମଇବ୍ରାଞ୍ଚର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ଜୁଲାଇ ୨୪ ତାରିଖ ଦିନ ୯ଟାରେ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଘରଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଶବ ଅନୁସନ୍ଧାନ କରାଯାଇଥିଲା। ଏସ୍‌ସିବି ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌କର୍ଟ ପାର୍ଟି ସହାୟତାରେ ପଠାଯାଇ ଏକ ଡାକ୍ତରୀ ଦଳଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତର ଦର୍ଶାଇଥିଲେ ଯେ, ଉକ୍ତ ଶବ ୫ରୁ ୬ ବର୍ଷର ନାବାଳିକାଙ୍କର ଥିଲା। ଶବ ପଚିଶଢ଼ି ଯାଇଥିବାରୁ ମୃତ୍ୟୁ ପୂବରୁ ଯୌନ ନିର୍ଯାତନା ଦିଆଯାଇଥିଲା କି ନାହିଁ ନିର୍ଦ୍ଧାରଣ କରାଯାଇ ପାରି ନ ଥିଲା। ଉକ୍ତ ନାବାଳିକାଙ୍କର ମୃତ୍ୟୁ ଗୋଟିଏ ସପ୍ତାହ ପୂର୍ବରୁ ହୋଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଏଥିସହିତ ଭୁବନେଶ୍ୱରଠାରେ ଥିବା ରାଜ୍ୟ ଫୋରେନସିକ୍‌ ସାଇନ୍ସ ଲାବରେଟୋରିରେ ଡିଏନ୍‌ଏ ପରୀକ୍ଷା କରି ମୃତ ଝିଅର ମାତାପିତାଙ୍କ ନମୁନା ସହ ମ୍ୟାଚ କରାଯାଇଥିଲା। ମୃତକ ଆବେଦନକାରୀଙ୍କ ଝିଅ ବୋଲି ପ୍ରମାଣିତ ହୋଇଥିଲା ।
ଏହି ଘଟଣାରେ ସନ୍ଦିଗ୍ଧ ୪ ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ କଲ୍‌ ରେକର୍ଡକୁ ତର୍ଜମା କରାଯାଇଛି। ନୟାଗଡ଼ ଜିଲାର ବିଭିନ୍ନ ବ୍ୟାଙ୍କରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ତନଖି କରାଯାଇଛି। ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚରା କରାଯାଇଥିଲା। ମକଦ୍ଦମାଟିକୁ ଏସ୍‌ଡିପିଓ ନୟାଗଡ଼ ତଦାରଖ କରୁଛନ୍ତି। ତାହା ବିିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri