ଆର୍‌ବିଆଇ ଟୁଇଟରରେ ୧୦ ଲକ୍ଷ ଫଲୋଅର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ଏବେ ୧୦ ଲକ୍ଷ ଟପିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ରବିବାର ଏ ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ଏବଂ ସହଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୁନିଆର ସବୁଠୁ ଶକ୍ତିଶାଳୀ କେନ୍ଦ୍ରୀୟ ବ୍ୟାଙ୍କ କୁହାଯାଉଥିବା ଫେଡରାଲ ରିଜର୍ଭର ଟୁଇଟର ହ୍ୟାଣ୍ଡେଲରେ ଫଲୋଅର ସଂଖ୍ୟା ୬.୬୭ଲକ୍ଷ ରହିଛି। କୌଣସି କେନ୍ଦ୍ରୀୟ ବ୍ୟାଙ୍କରେ ଏତେ ସଂଖ୍ୟକ ଫଲୋଅର ରହିବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କରେ ଫଲୋଅର ସଂଖ୍ୟା ୫.୯୧ ଲକ୍ଷ ରହିଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ୨୦୦୯ ମାର୍ଚ୍ଚରେ ଟୁଇଟର ସହ ଯୋଡ଼ି ହୋଇଥିଲା। ସେହିଭଳି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ୨୦୦୯ ଅକ୍ଟୋବରରେ ଟୁଇଟର ସହ ଯୋଡ଼ି ହୋଇଥିଲା। ୮୫ ବର୍ଷ ପୁରୁଣା ରିଜର୍ଭ ବ୍ୟାଙ୍କ ୨୦୧୨ ଜାନୁୟାରୀରେ ଟୁଇଟରରେ ନୂଆ କରି ଆସିଥିଲା। ସୂଚନା ଯୋଗ୍ୟ, ଗଭର୍ନର ଶକ୍ତିକାନ୍ତ ଦାସଙ୍କର ଅନ୍ୟ ଏକ ଟୁଇଟର ଆକାଉଣ୍ଟ ରହିଛି। ସେଥିରେ ୧.୩୫ ଲକ୍ଷ ଫଲୋଅର ରହିଛନ୍ତି। ୨୦୧୯ ମାର୍ଚ୍ଚରେ ଆରବିଆଇ ଟୁଇଟର ହ୍ୟାଣ୍ଡେଲରେ ଫଲୋଅରଙ୍କ ସଂଖ୍ୟା ୩.୪୨ ଲକ୍ଷ ରହିଥିଲା। ଏହା ୨୦୨୦ ମାର୍ଚ୍ଚରେ ୨ ଗୁଣ ବଢି ୭.୫୦ ଲକ୍ଷରେ ପହଞ୍ଚିଥିଲା। ଜଣେ ଅଧିକାରୀଙ୍କ କହିବା ମୁତାବକ ଲକ୍‌ଡାଉନରେ ଆର୍‌ବିଆଇ ଫଲୋଅରଙ୍କ ସଂଖ୍ୟା ୧.୫ ଲକ୍ଷରୁ ଅଧିକ ବଢିଛି। ଚଳିତ ଆର୍ଥତ୍କ ବର୍ଷରେ ୨.୫ ଲକ୍ଷ ଫଲୋଅର ରିଜର୍ଭ ବ୍ୟାଙ୍କ ସହ ଯୋଡ଼ି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri