ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୧ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧.୩୨ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫,୮୮୨ ନୂଆ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ଏବେ ସକ୍ରିୟ ମାମଲା ୪.୪୩ ଲକ୍ଷ ରହିଛି। ସଂକ୍ରମିତ ହୋଇଥିବା ୮୪.୨୮ ଲକ୍ଷ ଲୋକ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଗୁରୁବାର ୧୦.୮୩ ଲକ୍ଷ ସାମ୍ପଲ ପରୀକ୍ଷାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୩ କୋଟି ଟେଷ୍ଟ ସରିଥିବା ଆଇସିଏମ୍‌ଆର୍‌ ପକ୍ଷରୁ ଦର୍ଶାଯାଇଛି।
୧୭.୬୩ ଲକ୍ଷ ସଂକ୍ରମିତ ହୋଇଥିବାବେଳେ କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ନାଟକ ସ୍ଥିତି ଜଟିଳ ରହିଛି। ରାଜଧାନୀ ଦିଲ୍ଲୀରେ ଗତ କିଛିଦିନ ହେବ ସଂକ୍ରମଣ ବୃଦ୍ଧି ପାଇଥିବାବେଳେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସୁଦ୍ଧା ଏଠାରେ ୫.୧୦ ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୮,୦୪୧ ଜଣଙ୍କ ଜୀବନ ଯାଇଛି।
ଗୁଜରାଟର ଅହମଦାବାଦରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଗୁଜରାଟ ସରକାର ଶୁକ୍ରବାର ରାତି ୯ଟାରୁ ଏଠାରେ ୬୦ ଘଣ୍ଟା ଲାଗି କର୍ଫ୍ୟୁ ଜାରି କରିଛନ୍ତି। ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କେବଳ ଔଷଧ, କ୍ଷୀର ଦୋକାନଗୁଡ଼ିକ ଏଠାରେ ଖୋଲା ରହିବ ବୋଲି କୁହାଯାଇଛି। କର୍ଫ୍ୟୁ ପରେ ରାତି ୯ଟାରୁ ସକାଳ ୬ଟା ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଆର୍‌.କେ. ଗୁପ୍ତା ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଲଗାଯିବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପ୍ରକାଶ କରିଛନ୍ତି।

ବିଶ୍ୱରେ ୬ ଗୁଣ ଅଧିକ ସଂକ୍ରମଣ

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୭୩ କୋଟି ପାର୍‌ କରିଛି। ମହାମାରୀ ସଂକ୍ରମଣରେ ୧୩.୬୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ପ୍ରାୟ ୧୧ ମାସ ହେବ ବିଶ୍ୱବାସୀ କରୋନାକୁ ନେଇ ଚିନ୍ତାରେ ଅଛନ୍ତି। ଏବେବି ସ୍ଥିତିରେ ସୁଧାର ଆସିପାରିନି। ସମସ୍ତଙ୍କ ଅପେକ୍ଷା ଟିକାକୁ। ହେଲେ ସୂଚନା ଅପେକ୍ଷା ବିଶ୍ୱରେ ୬ ଗୁଣ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟ(ଏଏନ୍‌ୟୁ) ଏବଂ ମେଲବନର୍ର୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୧୫ ଦେଶର ସଂକ୍ରମଣ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ଅପେକ୍ଷା ସଂକ୍ରମଣ ସ୍ଥିତି ୬.୨ ଗୁଣ ଅଧିକ ବୋଲି ଜାଣିବାକୁ ପାଇଥିଲେ।
ଜର୍ନାଲ ରୟାଲ ସୋସାଇଟି ଓପନ ସାଇନ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବ୍ରିଟେନ, ଫ୍ରାନ୍ସ, ବେଲଜିୟମ୍‌ ଓ ଇଟାଲୀରେ ସୂଚନା ଅନୁଯାୟୀ କରୋନା ସଂକ୍ରମଣ ହାର ଯଥେଷ୍ଟ ଅଧିକ। ଇଟାଲୀରେ ଏହି ହାର ୧୭ ଗୁଣ ଅଧିକ ବୋଲି ଜଣାପଡ଼ିଛି। ୧୧ ୟୁରୋପୀୟ ରାଷ୍ଟ୍ରର ୮୦ କୋଟି ଲୋକଙ୍କ ସହ ଅଷ୍ଟ୍ରେଲିଆ, କାନାଡ଼ା, ଦକ୍ଷିଣ କୋରିଆ ଏବଂ ଆମେରିକାରେ ଏଭଳି ଗବେଷଣା କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଅଷ୍ଟ୍ରେଲିଆରେ ଅଗଷ୍ଟ ସୁଦ୍ଧା ସୂଚନା ଅପେକ୍ଷା ସଂକ୍ରମଣ ସ୍ଥିତି ୫ ଗୁଣ ଅଧିକ ଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri