Posted inଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜ: ‘ବୋଲରମାନେ ନିର୍ଣ୍ଣାୟକ ଭୂମିକା ନେବେ’

ମୁମ୍ବାଇ, ୨୧ା୧୧ (ପି.ଟି.): ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ। ଉଭୟ ଦଳରେ ବିଶ୍ୱର କେତେଜଣ ଶ୍ରେଷ୍ଠ ବୋଲର ରହିଛନ୍ତି। ସିରିଜରେ ସେମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ପୂର୍ବତନ ବାମହାତୀ ପେସ୍‌ ବୋଲର ଜାହିର ଖାନ୍‌ କହିଛନ୍ତି। ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହିଛି। ସେଠାରେ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ। ଏଥିରେ ୩ ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳାଯିବ। ନଭେମ୍ବର ୨୭ରେ ଅନ୍ତର୍ଜାତୀୟ ଦିନିକିଆ ସହ ଟୁର୍‌ ଆରମ୍ଭ ହେବ। ଭାରତ ଓ ଅଷ୍ଟ୍ରେଲିଆ ଦଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କୁମିନ୍ସଙ୍କ ଭଳି ଉନ୍ନତ ବୋଲର ଅଛନ୍ତି। ଅଷ୍ଟ୍ରେଲିଆ ପିଚ୍‌ଗୁଡ଼ିକ ସବୁବେଳେ ଭଲ ପେସ୍‌ ଓ ବାଉନ୍ସ କରିଥାଏ। ଦିନିକିଆ, ଟି୨୦ ଅବା ଟେଷ୍ଟ ମ୍ୟାଚ୍‌ ହେଉ ବୋଲରମାନେ ଦଳଗତ ପ୍ରଦର୍ଶନ କରି ବିପକ୍ଷ ଦଳର ସ୍କୋରକୁ କିପର ସୀମିତ କରିପାରୁଛନ୍ତି ତାହା ଉପରେ ପଳାଫଳ ନିର୍ଭର କରିବ ବୋଲି ୨୦୧୧ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଜାହିର ପ୍ରକାଶ କରିଛନ୍ତି। ଏହି ସିରିଜରେ ଯେଉଁମାନେ ପ୍ରଭାବୀ ବୋଲିଂ କରିବେ ସେମାନେ ବିଶ୍ୱର ଟପ୍‌ ଲାଇନ୍‌ ବୋଲର ଭାବେ ପରିଚିତି ଲାଭ କରିବେ। ଜାହିର ପୁନଶ୍ଚ କହିଛନ୍ତି, ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କ ଉପସ୍ଥିତି ଯୋଗୁ ଭାରତକୁ ଅଷ୍ଟ୍ରେଲିଆରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ୨୦୧୮-୧୯ ଅଷ୍ଟ୍ରେଲିଆ ଟୁର୍‌ରେ ଓ୍ବାର୍ନର ଓ ସ୍ମିଥ୍‌ଙ୍କ ଅନୁପସ୍ଥିତିରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା। ସେତେବେଳେ ଏହି ଦୁଇ ଖେଳାଳି ବଲ୍‌ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦ ଦଣ୍ଡ ଭୋଗୁଥିଲେ। ଏହି ସିରିଜରେ ଉଭୟ ଦଳର କ୍ୱାଲିଟି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌ ରହିଥିବାରୁ କାହାରିକୁ ଫେଭରାଇଟ୍‌ କୁହାଯାଇପାରିବ ନାହିଁ। ତେଣୁ ଆଗାମୀ ଟୁର୍‌ ରୋମାଞ୍ଚକ ହେବ। ଅଷ୍ଟ୍ରେଲୀୟ ପେସ୍‌ କିମ୍ବଦନ୍ତୀ ଗ୍ଲେନ୍‌ ମ୍ୟାକ୍‌ଗ୍ରା ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ୍‌କୁ ସ୍ମିଥ୍‌ ଓ ଓ୍ବାର୍ନର ଫେରିଛନ୍ତି ସତ ମାତ୍ର ଭାରତୀୟ ଦଳ ମଧ୍ୟ ସମ ପରିମାଣରେ ଶକ୍ତିଶାଳୀ। ସିରିଜ ଜିତିବା ଲାଗି ସେମାନେ ମାନସିକ ସ୍ତରରେ ଦୃଢମନା ଓ ଆକ୍ରମଣଶୀଳ। ଅଷ୍ଟ୍ରେଲିଆ କଣ୍ଡିଶନରେ କିପରି ସଫଳ ହେବାକୁ ହୁଏ ତାହାର କୌଶଳ ସେମାନେ ଗତଥର ଜାଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri