ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ସହ ଏହାର ପ୍ରକୋପ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଶୀତ ସମୟରେ କୌଣସି ପିଲା ଖୋଲା ଆକାଶ ତଳେ ଶୋଇ ପାରିବେ ନାହିଁ। ଏ ଦିଗରେ ପଦକ୍ଷେପ ନେବା ପାଇଁ ବୁଧବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଜ ଜିଲାର ସମସ୍ତ ଅର୍ବାନ ଲୋକାଲ ବଡିଜ୍‌ରେ ଏହି ପିଲା ଓ ତାଙ୍କ ପରିବାରକୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ‘ନୋ ଚାଇଲ୍ଡ ସ୍ଲିପ୍‌ ଅଣ୍ଡର ଦି ଓପନ ସ୍କାଏ’ ନାମରେ ଏକ ଅଭିଯାନ ଆରମ୍ଭ କରିବ। ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ ବା ହ୍ବାଟ୍ସଆପ୍‌ ନମ୍ବର ଜାରି କରାଯିବ। ସେଲ୍ଟର ଫର୍‌ ଅର୍ବାନ ହୋମ୍‌ଲେସ୍‌ ପ୍ରୋଗ୍ରାମ ଜରିଆରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ। ଯେଉଁଠି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବ, ସେଠାରେ ଷ୍ଟେ ଅର୍ବାନ ଡେଭଲପ୍‌ମେଣ୍ଟ ଏଜେନ୍ସିର ସମନ୍ବୟରେ ଯଥାଶୀଘ୍ର ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସେହି ପିଲା ଓ ସେମାନଙ୍କ ପରିବାରବର୍ଗଙ୍କ ନାମ ପଞ୍ଜୀକୃତ କରାଯିବ। ସେମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବ। ଜିଲାପାଳମାନେ ମାସରେ ଥରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରି ରିପୋର୍ଟ ଦାଖଲ କରିବେ। ଆସନ୍ତା ୧୫ଦିନରେ ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ...

ଆଜିଠୁ ଓଜେଇଇ:ପରୀକ୍ଷା ଦେବେ ୬୫,୭୪୨ ଛାତ୍ରୀଛାତ୍ର

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୪ ସୋମବାରଠାରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ...

ଆଜି ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ:ଜାଣନ୍ତୁ କେମିତି ଜାଣିବେ…

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ...

ଓଡ଼ିଶାରେ ମୋଦି: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କରିବେ ପ୍ରଚାର

ଭୁବନେଶ୍ୱର,୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଭାଜପା କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିନିକିଆ...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri