Odisha Elections 2024
Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜିର କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ରଙ୍କ ମଧ୍ୟରେ ଆନନ୍ଦମୟ ପରିବେଶ ସୃଷ୍ଟି ହେବ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ମିଳିବ। ଆକସ୍ମିକ ଭାବରେ ଆତ୍ମୀୟଙ୍କ ନିକଟରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ବୃଷ
ବୃଷ
ଅନ୍ୟମାନଙ୍କ କାନକୁ ମଧୁର ଲାଗିଲା ଭଳି କଥା କହି କାମ ହାସଲ କରିବେ। ବହୁ ବିଳମ୍ବରେ ହାତକୁ ନେଇଥିବା କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ, କିନ୍ତୁ ପ୍ରକାଶ୍ୟରେ କିଛି କହି ପାରିବେ ନାହିଁ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ସ୍ନାୟବିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଅର୍ଥ ସମ୍ବନ୍ଧିତ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ପରିବାରର ବରାଦ କ୍ରମେ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ
କର୍କଟ
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ଯାତ୍ରା ସମୟରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପର କଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। କୌଣସି ସମସ୍ୟାରେ ମନ ଭାରାକ୍ରାନ୍ତ ରହିଥିବାରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ।
ସି˚ହ
ସି˚ହ
ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗର ଅଭାବ ମାନସିକ ସ୍ଥିରତାକୁ କ୍ଷୁଣ୍ଣ କରିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ସକାଳ ସମୟରେ ବ୍ୟବସାୟିକ କାରବାର, ବନ୍ଧୁଙ୍କ ସହ ଆଲୋଚନା ହେତୁ ଶୁଭଫଳ ପାଇପାରନ୍ତି। ଜଣେ ପଡୋଶିନୀ ଆର୍ଥିକ ସାହାଯ୍ୟ କରିବେ।
କନ୍ୟା
ଆପଣଙ୍କ ଅଭାବୀ ପରିସ୍ଥିତିକୁ ହୃଦୟଙ୍ଗମ କରି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଗବେଷଣା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସିତ ହେବେ। ସଭାସମିତିରେ ରୋକ୍‌ଠୋକ୍‌ କଥା ଓ କାର୍ଯ୍ୟକଳାପ ପାଇଁ ପରିବାର ମଧ୍ୟରେ ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅଫିସ୍‌ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯିବେ। ଅସୁସ୍ଥ ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହେବ। ପ୍ରକାଶନ, ଗବେଷଣା, ଚୁକ୍ତିପତ୍ର, ଆଲୋଚନା ତଥା ଲେଖାପଢାରୁ ଶୁଭଫଳ ପାଇବେ।
ବିଛା
ବିଛା
ବିଭିନ୍ନ ଅପ୍ରକାଶ୍ୟ ଘଟଣାକୁ କେନ୍ଦ୍ରକରି ଅଧିକାଂଶ ସମୟ ମନ ବିଚଳିତ ରହିବ। ଅନ୍ୟମାନଙ୍କ ମିଥ୍ୟାଳାପ କାରଣରୁ ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କ ହୋଇପାରେ। ପାରିବାରିକ ସମସ୍ୟା ବଢିବ। ମନ କଥା ମନରେ ରହିଯିବ ସିନା ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କରନ୍ତୁ ନାହିଁ।
ଧନୁ
ଧନୁ
ଆକସ୍ମିକ ସୃଷ୍ଟି ହୋଇଥିବା ପରିସ୍ଥିତି ଆପଣଙ୍କୁ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ମକର
ଆଜି ଦିନରେ ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳ ହେବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଏଣୁ ସତର୍କ ରହିବା ଭଲ ହେବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଠିକ୍‌ ରହିଲେ ମଧ୍ୟ ସମସ୍ୟାଜନିତ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଇଚ୍ଛା ନ ଥିଲେ ମଧ୍ୟ ବ୍ୟର୍ଥ ଭ୍ରମଣ ଓ ଅଯଥା ଖର୍ଚ୍ଚାନ୍ତ ଦୁଶ୍ଚିନ୍ତାର କାରଣ ହେବ। ପରିବାରରେ ସାଧାରଣ ଭୁଲ୍‌ ବୁଝାମଣାକୁ ଦୂରେଇନେଲେ ଉପକୃତ ହେବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ।
ମୀନମୀନ
ସମସ୍ୟା ସମାଧାନ କରିବା ସକାଶେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପ୍ରିୟ ବନ୍ଧୁଟି ସହ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ସକାଳୁ ସକାଳୁ ଆଶା କରୁଥିବା କୌଣସି ଖବର ସହକର୍ମୀଙ୍କ ନିକଟରୁ ପାଇ ଖୁସୀ ହୋଇଯିବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ...

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ...

ରାଶିଫଳ: ଶନିବାର, ମେ ୧୮ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ କେତୁ ଯୁକ୍ତ ଶୁକ୍ର ବିଶେଷ ଭ୍ରମଣ ଓ ଖର୍ଚ୍ଚାନ୍ତ ହେତୁ ଅଶାନ୍ତ ରହିବେ। ପାରିବାରିକ ସମସ୍ୟା, ଯାନବାହନରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା...

ରାଶିଫଳ: ଗୁରୁବାର, ମେ ୧୬ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍‌ ଭାବେ ଚଳାଇନେଇ ପାରିବେନାହିଁ। ଶନିଦୃଷ୍ଟ...

ରାଶିଫଳ: ବୁଧବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ସବୁ ଭଲ ହେଲେ ମଧ୍ୟ ସ୍ପଷ୍ଟବାଦିତା ଯୋଗୁ ଅନ୍ୟମାନଙ୍କ ଚକ୍ଷୁଶୂଳ ହେବେ। ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର୍ଯ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର...

ରାଶିଫଳ: ମଙ୍ଗଳବାର, ମେ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ...

ରାଶିଫଳ: ସୋମବାର, ମେ ୧୩ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତି ସହିତ ସ୍ବଗୃହୀଚନ୍ଦ୍ର ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟ, କର୍ମାରମ୍ଭ, ବନ୍ଧୁମିଳନର ସୁଯୋଗ ମିଳିବ। କୌଣସି ଭଲ କାମରେ ନିଜକୁ ନିୟୋଜିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri