Posted inଖେଳ

ହାମିଲଟନଙ୍କୁ ୭ମ ବିଶ୍ୱ ଟାଇଟଲ

ଫର୍ମୁଲାଓ୍ବାନ ମୋଟରରେସିଂ
* ମାଇକେଲ ସୁମାକରଙ୍କ ସମକକ୍ଷ
* ଚଳିତ ସିଜନରେ ୧୦ ଗ୍ରାଁ ପ୍ରି ବିଜୟ
* ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ ୯୪

ଇସ୍ତାନବୁଲ, ୧୬।୧୧- ରବିବାର ଅନୁଷ୍ଠିତ ତୁର୍କୀଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଏଥିସହ ସେ ୭ମଥର ପାଇଁ ବିଶ୍ୱ ଟାଇଟଲ ଜିତି ଫର୍ମୁଲାଓ୍ବାନ କିମ୍ବଦନ୍ତୀ ଜର୍ମାନୀର ମାଇକେଲ ସୁମାକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତାଙ୍କ ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ ମଧ୍ୟ ୯୪କୁ ବୃଦ୍ଧି ପାଇଛି। ମର୍ସିଡିଜ୍‌ ପାଇଁ ୬ଷ୍ଠ ଟାଇଟଲ ଜିତିବାକୁ ହେଲେ ହାମିଲଟନଙ୍କୁ ଏଠାରେ କେବଳ ନିଜ ଟିମ୍‌ମେଟ୍‌ ଭାଲଟେରୀ ବୋଟାସଙ୍କ ପୂର୍ବରୁ ରେସ୍‌ ଶେଷ କରିବା ଆବଶ୍ୟକ ହେଉଥିଲା। ମାତ୍ର ନୈରାଶ୍ୟଜନକଭାବେ ଆରମ୍ଭ କରିଥିବା ବୋଟାସ ୧୪ତମ ସ୍ଥାନରେ ସନ୍ତୁଷ୍ଟ ରହିବାରୁ ହାମିଲଟନଙ୍କ ଟାଇଟଲ ହାସଲ ନିଶ୍ଚିତ ହୋଇ ଯାଇଥିଲା। ଏହି ବ୍ରିଟେନ ଡ୍ରାଇଭର ମର୍ସିଡିଜ୍‌ ପାଇଁ ୬ ଥର ଏବଂ ୨୦୦୮ରେ ମ୍ୟାକଲରେନ ଡ୍ରାଇଭ୍‌କରି ଥରେ ବିଶ୍ୱ ଚାମ୍ପିୟନ ହୋଇଥିଲେ। ରେସ୍‌ ଅବସରରେ ଶେଷ ଲାଇନ୍‌ କ୍ରସ୍‌ କରିବାପରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ତୁର୍କୀଶ୍‌ ଗ୍ରାଁ ପ୍ରିରେ ୬ଷ୍ଠସ୍ଥାନରୁ ରେସ୍‌ ଆରମ୍ଭ କରିଥିଲେ ହେଁ ଅନ୍ୟ ଟିମ୍‌ ଗୁଡ଼ିକର ତ୍ରୁଟି ଏବଂ ଟାୟାର ପରିବର୍ତ୍ତନ କୌଶଳରୁ ସେ ଫାଇଦା ଉଠାଇ କ୍ରମାଗତ ୪ର୍ଥ ଏବଂ ଚଳିତ ସିଜନର ୧୦ମ ଗ୍ରାଁ ପ୍ରି ବିଜୟୀ ହୋଇଥିଲେ।

ହାମିଲଟନ ଏଠାରେ ୧:୪୨:୧୯.୩୧୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରେସିଂ ପଏଣ୍ଟର ସର୍ଗିଓ ପେରେଜ ୩୧.୬୩୩ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ଏବଂ ଫେରାରୀର ସେବାଷ୍ଟିଆନ ଭେଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟ ଡ୍ରାଇଭରଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ମ୍ୟାକ୍‌ଲରେନର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ, ଆଲେକଜାଣ୍ଡର ଆଲ୍‌ବନ, ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ, ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲ୍‌ ଏବଂ ରେନଲ୍ଟର ଡାନିଏଲ ରିକାର୍ଡୋ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ଫଳରେ ଏହି ୧୦ ଡ୍ରାଇଭରଙ୍କୁ ଯଥାକ୍ରମେ ୨୫, ୧୮, ୧୫, ୧୨, ୧୦, ୮, ୬, ୫, ୨, ୧ ପଏଣ୍ଟ ମିଳିଥିଲା। ସିଜନ ଶେଷ ବାହାରିନ୍‌ ଗ୍ରାଁ ପ୍ରି ଚଳିତମାସ ୨୯ରେ ଅନୁଷ୍ଠିତ ହେବ। ମାତ୍ର ଏହି ଗ୍ରାଁ ପ୍ରି ପୂର୍ବରୁ ହାମିଲଟନ ନିଜ ୭ମ ବିଶ୍ୱ ଟାଇଟଲ ସ୍ପଷ୍ଟ କରି ଦକ୍ଷତାର ପ୍ରମାଣ ଦେଇଛନ୍ତି। ତୁର୍କୀଶ୍‌ ଗ୍ରାଁ ପ୍ରି ସହିତ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୩୦୭ରେ ପହଞ୍ଚତ୍ଛି। ତାଙ୍କ ଟିମ୍‌ମେଟ୍‌ ବୋଟାସ ୧୯୭ ଏବଂ ରେଡ୍‌ବୁଲ୍‌ର ଭର୍ଷ୍ଟାପେନ୍‌ ୧୭୦ ପଏଣ୍ଟ ପାଇ ବହୁ ପଛରେ ପଡ଼ିଛନ୍ତି। ହାମିଲଟନଙ୍କ ମର୍ସିଡିଜ୍‌ ଟିମ୍‌ ଏଥର ମଧ୍ୟ କନ୍‌ଷ୍ଟ୍ରକ୍ଟର ଟାଇଟଲ ଜିତିବା ନିଶ୍ଚିତ ହୋଇ ଯାଇଛି। ଏହି ଟିମ୍‌ ୫୦୭ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ରେଡ୍‌ବୁଲ୍‌ ଟିମ୍‌ ୨୪୦ ପଏଣ୍ଟ ପାଇ ବହୁ ପଛରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri