୧୭% ଖସିଲା ଜୁମ୍‌ ଶେୟାର

ନୂଆଦିଲ୍ଲୀ: ଫାଇଜର କରୋନା ଭାକ୍‌ସିନ ୯୦% ପର୍ଯ୍ୟନ୍ତ ସଫଳ ହେଉଥିବା ରିପୋର୍ଟ ଆସିବା ପରେ ସାରା ବିଶ୍ୱର ଶେୟାର ବଜାରରେ ଉତ୍ସାହ ଦେଖାଯାଇଛି। ଏଭଳି ସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ଆପ୍ଲିକେଶନ ଜୁମ୍‌ର ଶେୟାର ସୋମବାର ପ୍ରାୟ ୧୭% ଖସିଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରତିଷ୍ଠାତା ଏରିକ ଓୟାନଙ୍କୁ ୫ ବିଲିୟନ ଡଲାର (ପ୍ରାୟ ୩୭ ହଜାର କୋଟି)ର କ୍ଷତି ସହିବାକୁ ପଡିଛି। ଏହି ଆପ୍‌ର ୩୦୦ ନିୟୁତ ଦୈନିକ ୟୁଜର ରହିଛନ୍ତି। ଭାକ୍‌ସିନ ଆଣିବା ନେଇ ଫାଇଜରର ଘୋଷଣା ପରେ ହଠାତ୍‌ ଜୁମ୍‌ ଆପ୍‌ର ଶେୟାର କାରବାର ଖସିବା ଆରମ୍ଭ ହୋଇଯାଇଥିଲା। ଚଳିତ ବର୍ଷ ଏପ୍ରିଲରୁ ଏହି ଭିଡିଓକନ୍‌ଫରେନ୍ସିଂ ଆପ୍‌ରେ ଦୈନିକ ୟୁଜରଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଡିସେମ୍ବର ୨୦୧୯ରେ ଏହାର ୧୦ ନିୟୁତ ଡେଲି ୟୁଜର ରହିଥିଲେ। ମାର୍ଚ୍ଚ ବେଳକୁ ଏହା ୨୦୦ ନିୟୁତକୁ ବୃଦ୍ଧି ଘଟିଥିଲା। ଇଣ୍ଡିପେଣ୍ଡେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରି-ମାର୍କେଟ ଟ୍ରେଡିଂରେ ଜୁମ୍‌ର ଶେୟାର ପ୍ରାୟ ୧୫% ଖସିଛି। ସୂଚନାଯୋଗ୍ୟ ଏଭଳି ହ୍ରାସ ପୂର୍ବରୁ ଚଳିତ ବର୍ଷ ଜୁମ୍‌ର ଶେୟାରରେ ୬୩୫% ବୃଦ୍ଧି ନଜରକୁ ଆସିଥିଲା। ଭାକ୍‌ସିନ ଆସୁଥିବାରୁ ଭର୍ଚୁଆଲ ପରିବର୍ତ୍ତେ ସବୁ କିଛି ସ୍ବାଭାବିକ ହେବା ନେଇ ନିବେଶକ ଏବେଠୁ ବିଚାର କଲେଣି। ଅର୍ଥାତ୍‌ ବଜାରରେ ସ୍ବାଭାବିକ ସ୍ଥିତି ଫେରିବା ଦ୍ରୁତ ହେବ। ଏଣୁ ଏଭଳି କାରଣ ଲାଗି ଜୁମ୍‌ର ଶେୟାର ଖସିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri